ବାଇକ ଯୋଗେ ମାର୍କେଟ ଯାଉଥିଲେ, ପଛ ପଟୁ ଧକ୍କା ଦେଲା ଦ୍ରୁତଗାମୀ ବସ୍

NEWS7
tejaswi-yadav-cannot-spell-cabinet-properly-said-union-minister-ashwini-chaubey

ଦିଗପହଣ୍ଡି ୧୧।୦୧ : ଗଞ୍ଜାମ ଦିଗପହଣ୍ଡି ବ୍ଲକ ଗୋକର୍ଣପୁର ଗାଁର ନିକଟରେ ଦୁର୍ଘଟଣା । ବସ୍ ଧକ୍କାରେ ଯୁବକ ମୃତ । ମୃତକ ହେଲେ ବାଜପଲ୍ଲି ଗାଁର ରଇତ ଦୋରା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରଇତ ନିଜ ବାଇକ ଯୋଗେ ମାର୍କେଟ ଯାଉଥିଲା ବେଳେ ପଛପଟୁ ଦ୍ରୁତ ଗତିରେ ଆସି ବୀଣାପାଣି ନାମକ ଏକ ଘରୋଇ ବସ୍ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକଙ୍କ ମୃତ ହୋଇଛି । ମୃତ୍ୟୁ ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ବସକୁ ଅଟକାଇ ହୋ-ହାଲ୍ଲା କରିଛନ୍ତି । ପରିବାର ଲୋକେ ଓ ଗ୍ରାମବାସୀ କ୍ଷତିପୁରଣ ଦାବିରେ ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଛନ୍ତି । ସେପଟେ ଉତ୍ତେଜନା ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।