LIVE TV
LIVE TV

କିଏ ହେବ ବିଜେପିର ଅଧ୍ୟକ୍ଷ ? ସଂସଦ ଭବନରେ ପିଏମ ମୋଦୀ, ଅମିତ ଶାହ, ନଡ୍ଡାଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

NEWS7
tejashwi-hits-back-at-nitish-over-8-9-children

ନୂଆଦିଲ୍ଲୀ: ଜେପି ନଡ୍ଡାଙ୍କ ପରେ ବିଜେପିର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ଏହାକୁ ନେଇ ଦୀର୍ଘ ସମୟ କଳ୍ପନା ଜଳ୍ପନା ଲାଗି ରହିଛି। ବିହାର ନିର୍ବାଚନ ସମୟରେ ଏକ ସାକ୍ଷାତକାରରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ନିର୍ବାଚନ ପରେ ଅଧ୍ୟକ୍ଷ ନାଁ ଘୋଷଣା ହେବ। ‘ଆଜତକ’ ଅନୁଯାୟୀ, ବୁଧବାର ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ, ଜେପି ନଡ୍ଡା, ବିଏଲ ସନ୍ତୋଷଙ୍କ ମଧ୍ୟରେ ସଂସଦ ଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି। ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ଏହି ବୈଠକରେ ପରବର୍ତ୍ତୀ ବିଜେପି ଅଧ୍ୟକ୍ଷ ଓ ୟୁପି ବିଜେପି ସଭାପତି ଉପରେ ଆଲୋଚନା ହୋଇଛି।

ବିଜେପି ଅଧ୍ୟକ୍ଷ ନଡ୍ଡାଙ୍କ କାର୍ଯ୍ୟକାଳ ଲୋକସଭା ନିର୍ବାଚନ ପୂର୍ବରୁ ସମାପ୍ତ ହୋଇଥିଲା। ମାତ୍ର ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଏହା ପରେ ପୁଣି ଥରେ ଅବଧି ବଢା ଯାଇଥିଲା। ପାର୍ଟି ଭିତରେ ମାରାଥନ ବୈଠକ ଜାରି ରହିଲା। ଗତ କିଛି ମାସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶିବରାଜ ସିଂ ଚୌହାନଙ୍କ ସମେତ ଅନେକ ନେତାଙ୍କ ନାଁ ଅଧ୍ୟକ୍ଷ ଦୌଡ଼ରେ ରହିଥିଲା। ତେବେ ଆନୁଷ୍ଠାନିକ ଭାବେ କିଛି ସ୍ପଷ୍ଟ କରାଯାଇ ନ ଥିଲା। ବିଜେପିର ନିୟମ ଅନୁସାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରାଯିବା ପୂର୍ବରୁ ୫୦ ପ୍ରତିଶତ ରାଜ୍ୟ ସଭାପତି ଚୟନ କରିବାକୁ ପଡ଼ିଥାଏ। ଏ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ପୂରା ହୋଇ ସାରିଛି।

ଅଧ୍ୟକ୍ଷ ପଦ ଦୌଡ଼ରେ ଏବେ କାହାର ନାଁ ଅଛି ?

ଗତ ୧୦ ବର୍ଷରେ ବିଜେପିର ନୂଆ ରୂପ ଦେଖିବାକୁ ମିଳିଛି। ଏହାରି ଆଧାରରେ ବଡ଼ ପଦରେ ସର୍ବଦା ଚକିତ କରି ଦେବା ପରି ନାଁ ସାମ୍ନାକୁ ଆସି ସାରିଛି। ସେ ୨୦୧୭ ୟୁପି ବିଧାନସଭା ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ହେଉ କିମ୍ବା ନିକଟରେ ଦିଲ୍ଲୀରେ ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ଚୟନ କରାଯିବା ହେଉ। ଏମିତିରେ ବର୍ତ୍ତମାନ ବିଜେପିର ନୂଆ ଅଧ୍ୟକ୍ଷ କିଏ ହେବ ତାର ଅନୁମାନ କରିବା ବଡ଼ ମୁସ୍କିଲ। କିନ୍ତୁ ଦଳୀୟ ସୂତ୍ର ଅନୁସାରେ, ଦୌଡ଼ରେ ଅନେକ ନାମ ରହିଛି। ଏଥିରେ ଧର୍ମେନ୍ଦ୍ର ପ୍ରଧାନ, ଶିବରାଜ ସିଂ ଚୌହାନଙ୍କ ବ୍ୟତୀତ ଭୂପେନ୍ଦ୍ର ଯାଦବ, ଦେବେନ୍ଦ୍ର ଫଡ଼ଣଭିସ, ନିର୍ମଳା ସୀତାରମଣ, ବିନୋଦ ତାଓ୍ଵଡ଼େଙ୍କ ନାଁ ସାମିଲ୍।