ବିଜେପି କାଉନସିଲରଙ୍କ ତୃତୀୟ ପତ୍ନୀଙ୍କୁ ଛୁରି ଭୁସି ହତ୍ୟା, ସାବତ ପୁଅ ଗିରଫ

NEWS7
tejas-express-has-come-on-the-target-of-the-stones-vande-india-has-also-been-attacked

ଇନ୍ଦୋର: ମଧ୍ୟପ୍ରଦେଶର ମନ୍ଦସୌରରେ ଗୁରୁବାର ସନ୍ଧ୍ୟାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ବିଜେପି କାଉନସିଲରଙ୍କ ପତ୍ନୀଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ପୀଡିତା ରୁବିନା, ମନ୍ଦସୌରର ୱାର୍ଡ ୧୫ର ବିଜେପି କାଉନସିଲର ଶାହିଦ ମେଭଙ୍କ ତୃତୀୟ ପତ୍ନୀ । ଏକ ଅଟୋ-ରିକ୍ସାରେ ଯାଉଥିବା ସମୟରେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ ।

ହତ୍ୟା ମାମଲାରେ ପୋଲିସ ତାଙ୍କ ସାବତ ପୁଅ (କାଉନସିଲରଙ୍କ ପୁଅ) ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି । ମନ୍ଦସୌର ଏଏସପି ଟେର ସିଂହ ବାଘେଲ କହିଛନ୍ତି, କାଉନସିଲର ଶାହିଦ ପ୍ରାୟ ସାତ ମାସ ପୂର୍ବରୁ ରୁବିନାଙ୍କୁ ବିବାହ କରିଥିଲେ । କାଉନସିଲରଙ୍କ ପୁଅ ସାହିଲ ତାଙ୍କ ପିତାଙ୍କ ତୃତୀୟ ବିବାହକୁ ନେଇ ବିରକ୍ତ ଥିଲେ ଏବଂ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ପାରିବାରିକ ଉତ୍ତେଜନାକୁ ନେଇ ଏହି ହତ୍ୟା ହୋଇଛି ।

ଆକ୍ରମଣ ସମୟରେ, ରୁବିନା ମଦରପୁରା ସ୍ଥିତ ନିଜ ମାଆଙ୍କ ଘରରୁ ଫେରୁଥିଲେ । ଏକ ଅଟୋରେ ନିଜ ଘର ନିକଟରେ ପହଞ୍ଚିବା ସମୟରେ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ପେଟ, ଛାତି ଏବଂ ମୁଣ୍ଡରେ ବାରମ୍ବାର ଛୁରି ଭୁଷି ପଳାଇ ଯାଇଥିଲେ । ଗୁରୁତର ଆହତ ଅବସ୍ଥାରେ ସାହିଦ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।