ତେଲେଙ୍ଗାନା ସିଏମ୍ ରେବନ୍ତ ରେଡିଙ୍କୁ ଭେଟିଲି ରଶ୍ମିକା, ରିସେପସନ୍ ପାଇଁ ପୁରା ପରିବାରକୁ କଲେ ନିମନ୍ତ୍ରଣ

NEWS7
team-india-wins-bangladesh-searis-at-nagpur

ମୁମ୍ଵାଇ ୦୨।୦୩ : ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଧାନା ଏବେ ଚର୍ଚ୍ଚାରେ ଅଛନ୍ତି । ବିଜୟଙ୍କ ସହ ବିବାହ ପରେ ତାଙ୍କର ଫଟୋ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ନିକଟରେ ତାଙ୍କର ରିସେପସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କୁ ନିମନ୍ତ୍ରଣ କରିଛନ୍ତି । ରେବନ୍ତଙ୍କ ପତ୍ନୀ ଗୀତା ଏବଂ ତାଙ୍କ ପରିବାର ସହ ଫଟୋ ପୋଷ୍ଟ କରିଛନ୍ତି ରଶ୍ମିକା । ତେବେ ଗୀତା ତାଙ୍କୁ ଏକ ସୁନ୍ଦର ଶାଢ଼ୀ ଉପହାର ଦେଇଥିବା ମଧ୍ୟ ସେ ପୋଷ୍ଟରେ ପ୍ରକାଶ କରିଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ରଶ୍ମିକା ଲେଖିଛନ୍ତି କି, ମୁଁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କୁ ଭେଟି ନିମନ୍ତ୍ରଣ କଲି । ସେମାନଙ୍କ ସହ ସମୟ ବିତାଇଲି । ଏହାସହ ମୋତେ ଦେଇଥିବା ସୁନ୍ଦର ଉପହାର ପାଇଁ ଧନ୍ୟବାଦ । ମୋତେ ଦେଇଥିବା ଶାଢ଼ୀକୁ ମୁଁ ଏକ ବିଶେଷ ମୂହୁର୍ତ୍ତରେ ପିନ୍ଧିବି । ମାର୍ଚ୍ଚ ୪ ତାରିଖରେ ହେବାକୁ ଯାଉଛି ରଶ୍ମିକା ଏବଂ ବିଜୟଙ୍କ ଗ୍ରାଣ୍ଡ ରିସେପସନ୍ ।

ରଶ୍ମିକା ଏବଂ ବିଜୟ ଫେବୃଆରୀ ୨୬ ତାରିଖରେ ଉଦୟପୁରରେ ଦକ୍ଷିଣ ଭାରତୀୟ ରୀତିନୀତି ଅନୁସାରେ ବିବାହ କରିଥିଲେ। ବିବାହର ଦୁଇ ଦିନ ପୂର୍ବରୁ,ଏହି ଦମ୍ପତି ଆନୁଷ୍ଠାନିକ ଭାବରେ ପ୍ରଶଂସକମାନଙ୍କ ସହିତ ସେମାନଙ୍କର ବିବାହ ବିବରଣୀ ସେୟାର କରିଥିଲେ,ଏବଂ ବର୍ତ୍ତମାନ,ମାର୍ଚ୍ଚ ୪ ତାରିଖରେ ହାଇଦ୍ରାବାଦରେ ରିସେପ୍ସନ ହେବାର ଯୋଜନା ରହିଛି। ଆଶା କରାଯାଉଛି ଯେ ଏହି ରିସେପ୍ସନରେ ବଲିଉଡ ଏବଂ ଦକ୍ଷିଣ ଭାରତର ବଡ଼ ବଡ଼ ଷ୍ଟାରମାନେ ଦେଖାଯିବେ।ଏହି ସମୟରେ,ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ଭାଟି ବିକ୍ରମାର୍କ ମଧ୍ୟ ତାଙ୍କ ପତ୍ନୀଙ୍କ ସହିତ ରେଭନ୍ତ ରେଡ୍ଡୀଙ୍କ ଘରକୁ ଯାଇଥିଲେ ଏବଂ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ତାଙ୍କ ପୁଅର ବିବାହକୁ ନିମନ୍ତ୍ରଣ କରିଥିଲେ।

ଅଧିକ ପଢନ୍ତୁ- ବ୍ୟାପୁଛି ଯୁଦ୍ଧ, ଦୁବାଇରେ ଫସି ରହିଛନ୍ତି ସିନେ ତାରକା; କେମିତି ଫେରିବେ ଅଭିନେତା ଅଜିତ କୁମାର ?