ରବ ଜେଟନ ହେଲେ ନେଦରଲ୍ୟାଣ୍ଡର ସବୁଠୁ ଯୁବ ପ୍ରଧାନମନ୍ତ୍ରୀ, ଶପଥପାଠ କରାଇଲେ କିଙ୍ଗ୍

NEWS7
teacher-did-this-obscene-act-by-calling-the-student-in-the-room-in-mp

ଆମଷ୍ଟରଡାମ ୨୩।୨: ନେଦରଲ୍ୟାଣ୍ଡକୁ ନୂଆ ପ୍ରଧାନମନ୍ତ୍ରୀ ମିଳିଛି। ୩୮ ବର୍ଷ ବୟଷ୍କ ରବ ଜେଟନଙ୍କୁ ଦେଶର ରାଜା ପ୍ରଧାନମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି। ଜେଟନ ୩ ଦଳଙ୍କ ମେଣ୍ଟରେ ଗଢା ଯାଇଥିବା ସ୍ୱଳ୍ପ ମତ ସରକାରର ନେତୃତ୍ୱ କରୁଛନ୍ତି। ନେଦରଲ୍ୟାଣ୍ଡସ ବ୍ରଡକାଷ୍ଟିଂ ସର୍ଭିସ (ଏନଓଏସ) ଅନୁସାରେ ୪ ବର୍ଷରେ ତୃତୀୟବାର ଡଚ୍ କ୍ୟାବିନେଟ୍ ଶପଥପାଠ କରିଛି। କିଙ୍ଗ ୱିଲେମ ଆଲେକଜେଣ୍ଡର ଜେଟନ ମନ୍ତ୍ରୀମଣ୍ଡଳକୁ ଶପଥ ପାଠ କରାଇଛନ୍ତି। ଶପଥ ପାଠ ପରେ ମନ୍ତ୍ରୀମଣ୍ଡଳ ନିଜନିଜ ବିଭାଗକୁ ଯାଇ ଦାୟିତ୍ୱ ଗ୍ରହଣ କରିଛନ୍ତି।

ପରମ୍ପରା ଅନୁସାରେ ସଂସଦର ପୁରୁଷ ସଦସ୍ୟ ରାଜାଙ୍କ ସମ୍ମୁଖକୁ ମର୍ଣ୍ଣିଂ କୋଟ୍ ପିନ୍ଧି ପହଞ୍ଚିଥିଲେ ଓ ଶପଥପାଠ ସମାରୋହ ପରେ ପୋଷାକ ବଦଳାଇଥିଲେ। ଶପଥଗ୍ରହଣ ଉତ୍ସବ ‘ଦି ହେଗ’ର ହ୍ୟୁସ୍ ଟେନ ବସ୍ ପ୍ୟାଲେସରେ ଅନୁଷ୍ଠିତ ହୋଇଛି। ଏହା ପରେ ନୂଆ କ୍ୟାବିନେଟ୍ ମହଲର ପାବଚରେ ରାଜାଙ୍କ ସହିତ ଫଟୋ ଉଠାଇଛନ୍ତି। ୧୫୦ ଆସନ ବିଶିଷ୍ଟ ନେଦରଲ୍ୟାଣ୍ଡ ସଂସଦରେ ୩ ଦଳିଆ ମେଣ୍ଟର ୬୬ଟି ଆସନ ରହିଛି। ଏଣୁ ମେଣ୍ଟ ସରକାରଙ୍କୁ ନୂଆ ଆଇନ ପ୍ରଣୟନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ଓ ଏଥି ପାଇଁ ବିରୋଧୀଙ୍କ ସହାୟତା ନେବାକୁ ପଡିବ।

ଉଲ୍ଲେଖଯୋଗ୍ୟ ଯେ ନେଦର ଲ୍ୟାଣ୍ଡ ସାଧାରଣ ନିର୍ବାଚନ ଫଳାଫଳ ଆସିବାର ୩ ମାସ ପରେ ଜାନୁୟାରୀରେ ୩ଟି ରାଜନୈତିକ ଦଳ ଏକ ମେଣ୍ଟ ବୁଝାମଣାରେ ଉପନୀତ ହୋଇଥିଲେ। ଏଣୁ ନେଦରଲ୍ୟାଣ୍ଡରେ ଏକ ସ୍ୱଳ୍ପମତ ସରକାର ଗଢାଯିବାର ରାସ୍ତା ସଫା ହୋଇଥିଲା। ୟୁରୋପ ସମର୍ଥକ ଲିବରାଲ ପ୍ରୋଗ୍ରେସିଭ ରବ ଜେଟନ ଡି-୬୬ ପାର୍ଟିର ନେତୃତ୍ୱ କରନ୍ତି। ସେ ଋଢିବାଦୀ କ୍ରିଷ୍ଟିଆନ ଡେମୋକ୍ରାଟ ଓ ରାଇଟ୍ ୱିଙ୍ଗ ଭିଭିଡି ସହିତ ମିଶି ଏପରି ଏକ ସରକାର ଗଢିଛନ୍ତି ଯାହାର ୧୫୦ ସଦସୀୟ ନିମ୍ନ ସଦନରେ ୬୬ଟି ଆସନ ଅଛି।

ନୂଆମେଣ୍ଟ ଇସ୍ଲାମ ବିରୋଧୀ ଗିର୍ଟ ୱାଇଲ୍ଡର୍ସଙ୍କ ନେତୃତ୍ୱାଧୀନ ଦକ୍ଷିଣ ପନ୍ଥୀ ଫ୍ରିଡମ ପାର୍ଟି (ପିଭିଭି) ଆଗରେ ସରକାର ଗଢିବା ପାଇଁ ଚ୍ୟାଲେଞ୍ଜ ରଖିଥିଲା। ଅକ୍ଟୋବର ନିର୍ବାଚନରେ ଡି-୬୬ ବହୁତ କମ୍ ବ୍ୟବଧାନରେ ପରାସ୍ତ ହୋଇଥିଲା। ଉଭୟ ପାର୍ଟିଙ୍କୁ ୨୬ଟି ଲେଖାଏଁ ସିଟ୍ ମିଳିଥିଲା। ତେବେ ପିଭିଭିର ୭ ସାଂସଦ ପରେ ପାର୍ଟି ଛାଡି ଦେଇଥିଲେ। ଏଣୁ ନୂଆ ମେଣ୍ଟକୁ ବହୁମତ ସାବ୍ୟସ୍ତ କରିବାକୁ ବେଶ୍ ସମର୍ଥନ ମିଳିଥିଲା।

ଏହା ବି ପଢନ୍ତୁ :-