ଯୁଦ୍ଧ ପାଇଁ ବଜାର ବେହାଲ, ଖସିଲା ସେନସେକ୍ସ-ନିଫ୍ଟି

NEWS7
tata-magic-vehicle-burnt-by-electrocution

ମୁମ୍ବାଇ, ୦୬ /୦୩: ବିଶ୍ୱର ଅର୍ଥନୀତି ଉପରେ ଯୁଦ୍ଧର ପ୍ରଭାବ । ଭାରତ ବି ପଡିନି ବାଦ୍ । ସେୟାର ବଜାର ଉପରେ ଯୁଦ୍ଧର କଳା ବାଦଲ ହଟୁନି । ଶୁକ୍ରବାର ମଧ୍ୟ ମାର୍କେଟ୍ କ୍ରାଶ୍ କରି ଯାଇଛି । କାରବାର ଆରମ୍ଭରୁ ଉଭୟ ସେନସେକ୍ସ ଏବଂ ନିଫ୍ଟିରେ ହ୍ରାସ ପରିଲକ୍ଷିତ ହୋଇଛି ।

ସକାଳ ୯ଟା ୧୫ରେ ବିଏସଇ ସେନସେକ୍ସ ପୂର୍ବ ଦିନ ଅପେକ୍ଷା ୫୪୭.୪୯ ଅଙ୍କ ଖସି ଯାଇଛି । ଅର୍ଥାତ ସେନସେକ୍ସରେ ୦.୬୮ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ଏହା ଏବେ ୭୯,୪୬୮.୪୧ରେ ଟ୍ରେଡ୍ କରୁଛି । ସେହିପରି ନିଫ୍ଟି ୧୫୫.୪୫ ପଏଣ୍ଟ ଅର୍ଥାତ ୦.୬୩ ପ୍ରତିଶତ ହ୍ରାସ ପାଇଛି । ଏବେ ଏହା ୨୪,୬୧୦.୪୫ ଅଙ୍କରେ ଟ୍ରେଡ୍ କରୁଥିବା ଦେଖିବାକୁ ମିଳିଛି ।

ବଜାର ବିଶେଷଜ୍ଞଙ୍କ କହିବାନୁସାରେ, ଯୁଦ୍ଧ ଜାରି ରହିଛି । ତେଣୁ ବଜାରରେ ଅନିଶ୍ଚିତତା ଦେଖିବାକୁ ମିଳିଛି । ଅଶୋଦ୍ଧିତ ତୈଳ ଦାମ୍ ବଜାରକୁ ପ୍ରଭାବିତ କରିବ । ଯୁଦ୍ଧ ହେଲା ପରେ ଅଶୋଦ୍ଧିତ ତୈଳ ଦାମ୍ ୧୬ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।

ଖସିଲା ଏହି ସେୟାର ପ୍ରାଇସ୍ 

ସେନସେକ୍ସରେ ଇଣ୍ଟରଗ୍ଲୋବ୍ ଆଭିଏସନ, ଆଇସିଆଇସିଆଇଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ୍ ସେୟାର ପ୍ରାଇସ୍ କମିଛି । କେବଳ ଭାରତ ନୁହେଁ ଆମେରିକାର ସେୟାର ବଜାର ଓ୍ୱାଲ୍ ଷ୍ଟ୍ରିଟରେ ରାତାରାତି ଅନେକ କମ୍ପାନୀର ସେୟାର ଦାମ୍ କମିଯାଇଛି । ଯୁଦ୍ଧର ପ୍ରଭାବ ପାଇଁ ନିବେଶକ ମାର୍କେଟରୁ ଟଙ୍କା କାଢି ଦେଉଥିବା ବିଶେଷଜ୍ଞ କହୁଛନ୍ତି ।