Forbes 40 ତାଲିକାରେ ୪ ଭାରତବଂଶୋଦବଭବ ବିଲେନିୟର, କେବଳ ନିଖିଲ କାମଥ ଏକାକୀ ଇଣ୍ଡିଆନ

NEWS7
tata-ace-hit-two-young-women-returning-home-one-seriously

ନୂଆଦିଲ୍ଲୀ ୪।୧ : ବିଶ୍ୱର ସବୁଠୁ ବଡ଼ ଓ ଚର୍ଚ୍ଚିତ ଯୁବ ବିଲେନିୟରଙ୍କ ସୂଚୀରେ ବଂଶୋଦଭବ ଭାରତୀୟମାନେ ପୁଣି ନିଜର ପରିଚୟ ସୃଷ୍ଟି କରିଛନ୍ତି। ଫୋର୍ବସର ନୂଆ ୪୦ ଅଣ୍ଡର ଫୋର୍ଟି ସେଲଫମେଡ ବିଲେନିୟରଙ୍କ ତାଲିକାରେ ୪୦ ବର୍ଷରୁ କମ୍ ବୟଷ୍କ ସେହି ଲୋକଙ୍କୁ ସାମିଲ କରାଯାଇଛି ଯେଉଁମାନେ ସ୍ୱଳ୍ପ ବୟସରେ ଅକୁତ ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ଚଳିତବର୍ଷ ଏହି ସୂଚୀରେ ଭାରତୀୟ ମୂଳର ୪ ଉଦ୍ୟମୀଙ୍କୁ ସ୍ଥାନ ମିଳିଛି, ଯେଉଁମାନଙ୍କର ମୋଟ ସମ୍ପତ୍ତି ୧୧ ବିଲିୟନ ଡଲାରରୁ ମଧ୍ୟ ଅଧିକ। ତେବେ ଖାସ କଥା ଯାହା ତାହା ହେଉଛି ଏମାନଙ୍କ ମଧ୍ୟରୁ ଭାରତରେ ରହି କାରବାର କରୁଥିବା ଏକମାତ୍ର ଉଦ୍ୟମୀ ନିଖିଲ କାମଥ ମଧ୍ୟ ଅଛନ୍ତି।

ଭାରତୀୟ ଉଦ୍ୟମୀଙ୍କ ମଧ୍ୟରେ ନ୍ୟୁୟର୍କରେ ରହୁଥିବା ୩୫ ବର୍ଷ ବୟଷ୍କ ଅଙ୍କୁର ଜୈନ ୧୯ତମ ସ୍ଥାନ ହାସଲ କରିଛନ୍ତି। ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୩.୪ ବିଲିୟନ ଡଲାର ଆକଳନ କରାଯାଇଛି। ଅଙ୍କୁର ଜୈନ ବିଲ୍ଟ ରିୱାର୍ଡସର ସିଇଓ ଏବଂ ସଂସ୍ଥାପକ ମଧ୍ୟ। ବିଲ୍ଟ ରିୱାର୍ଡ ଭଡାରେ ରହୁଥିବା ଲୋକଙ୍କୁ ପୁରସ୍କୃତ କରିବାରେ ଏକ ଅନନ୍ୟ ପ୍ଲାଟଫର୍ମ। ନିବେଶକଙ୍କ ଅନୁସାରେ ବିଲ୍ଟର ମୂଲ୍ୟାୟନ ୧୦.୮ ବିଲିୟନ ଡଲାରକୁ ପହଞ୍ଚି ଯାଇଛି। ୱାର୍ଟନ ସ୍କୁଲରେ ପଢିଥିବା ଅଙ୍କୁରଙ୍କୁ ଆମେରିକୀୟ ଟେକ୍ ଇକୋ ସିଷ୍ଟମର ଜଣେ ପ୍ରଭାବଶାଳୀ ଯୁବ ଫାଉଣ୍ଡର ରୂପେ ଗଣନା କରାଯାଏ।

ଏହି ତାଲିକାର ୨୦ତମ ସ୍ଥାନରେ ଭାରତର ୩୯ ବର୍ଷ ବୟଷ୍କ ନିଖିଲ କାମଥ ଅଛନ୍ତି। ନିଖିଲଙ୍କ ମୋଟ ନେଟୱର୍ଥ ୩.୩ ବିଲିୟନ ଡଲାରରୁ ବି ଅଧିକ। ନିଖିଲ ବେଙ୍ଗାଲୁରସ୍ଥିତ ଡିସ୍କାଉଣ୍ଟ ବ୍ରୋକରେଜ ଫାର୍ମ ଜିରୋଧାର ସହ ସଂସ୍ଥାପକ ଏବଂ ସିଏଫଓ ଅଛନ୍ତି। ସେ ୨୦୧୦ ମସିହାରେ ତାଙ୍କ ଭାଇ ନିଖିଲ କାମଥଙ୍କ ସହିତ ଜିରୋଧା ଆରମ୍ଭ କରିଥିଲେ। ଏହା ଆଜି ଭାରତର ସବୁଠୁ ବଡ଼ ବ୍ରୋକରେଜ କମ୍ପାନୀ ମଧ୍ୟରେ ଅନ୍ୟତମ। ଫୋର୍ବସ ମୁତାବକ ଜିରୋଧାର ମୂଲ୍ୟ ପାଖାପାଖି ୮ ବିଲିୟନ ଡଲାର।

ତାଲିକାର ୨୭ତମ ସ୍ଥାନରେ ମିଳିତ ସ୍ଥାନିତ ହୋଇଥିବା ୨୨ ବର୍ଷ ବୟଷ୍କ ଆଦର୍ଶ ହୀରେମଥ ଓ ସୂର୍ଯ୍ୟ ମିଧା ବିଶ୍ୱର ସବୁଠୁ ଯୁବ ବିଲେନିୟର। ଏହି ଦୁଇଜଣ ମର୍କୋର ନାମକ ଏଆଇ ରିକ୍ରୁଇଟମେଣ୍ଟ ଷ୍ଟାର୍ଟଅପର ସହ ସଂସ୍ଥାପକ। ଏହି ଷ୍ଟାର୍ଟଅପର ଆରମ୍ଭ ୨୦୨୩ରେ ହୋଇଥିଲା। ମର୍କୋର ସିଲିକନ ଭ୍ୟାଲିର ବଡ଼ ବଡ଼ ଏଆଇ ଲ୍ୟାବସ୍ କୁ ନିଜର ମଡେଲ ଟ୍ରେନ କରିବାରେ ସହାୟତା କରିଥାଏ। ଉଭୟଙ୍କ ମୋଟ ନେଟୱର୍ଥ ପାଖାପାଖି ୧,୮୨୬ କୋଟି ଟଙ୍କା ଆକଳନ କରାଯାଇଛି।