୧୫ ବର୍ଷ ପରେ ପୁଣିଥରେ ବିଜୟ ହଜାରେ ଟ୍ରଫିରେ ଖେଳିବେ ବିରାଟ କୋହଲି: ଋଷବ ପନ୍ତ କ୍ୟାପ୍ଟେନ୍, ଟିମ୍ ଘୋଷଣା କଲା ଡିଡିସିଏ

NEWS7
tara-bahinipati-targets-niranjan-and-navajyoti-patnaik-for-congress-failure

ନୂଆଦିଲ୍ଲୀ: virat kohli in Vijay Hazare Trophy, ବିଜୟ ହଜାରେ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଡିଡିସିଏ ଦଳ ଘୋଷଣା କରିଛି। ବିରାଟ କୋହଲି ଏବଂ ରିଷଭ ପନ୍ତ ଦଳରେ ରହିବେବୋଲି ଡିସିସିଏ କହିଛି।ଦୁଇ ଖେଳାଳି ଟିମ୍ ପାଇଁ ଖେଳିବେ ବୋଲି ମଧ୍ୟ ନିଶ୍ଚିତ କରିଥିବା ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ ସୂଚନା ଦେଇଛି।

ଦଳ ଚୟନ ନେଇ ଆଜି(୧୯ ଡିସେମ୍ବର ୨୦୨୫) ଅପରାହ୍ନ:୩୦ରେ ଡିଡିସିଏ କାର୍ଯ୍ୟାଳୟରେ ସିନିୟର ପୁରୁଷଚୟନ କମିଟିର ବୈଠକ ହୋଇଥିଲା। ଏହି ବୈଠକରେ କମିଟି ବିଜୟ ହଜାରେ ଟ୍ରଫି ପାଇଁ ଦିଲ୍ଲୀ ସିନିୟର ପୁରୁଷ ଦଳ ଚୂଡ଼ାନ୍ତ କରିଛି।

ଡିଡିସିଏର ସୂଚନା ଅନୁସାରେ, ଋଷଭ ପନ୍ତ,ବିରାଟ କୋହଲି,ଇଶାନ୍ତ ଶର୍ମା ଏବଂ ନବଦୀପ ସୈନି ମ୍ୟାଚ୍ ପାଇଁ ଉପଲବ୍ଧ ରହିବେ ବୋଲି କହିଛନ୍ତି। ଏବଂ ସେମାନେ ଦଳରେ ସାମିଲ ହେବେ। ରିଷଭ ପନ୍ତଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ହର୍ଷିତ ରାଣା ଉପଲବ୍ଧ ହେଲେ ଦଳରେ ଯୋଗଦେବେ ବୋଲି ଡିଡିସିଏ କହିଛି।

ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଡିଡିସିଏ ତାର ଦଳ ଘୋଷଣା କରିଛି।ଏଥିରେ ଆୟୁଷ ବୋଦୋନି ଉପ-ଅଧିନାୟକଦାୟିତ୍ୱ ଦିଆଯାଇଛି। ପ୍ରଥମ ଦୁଇଟି ମ୍ୟାଚ୍ରେ ଅଭିଜ୍ଞ ଖେଳାଳିଙ୍କ ସ୍ଥାନରେ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦିଆଯାଇଛି। ବିଜୟ ହଜାରେ ଟ୍ରଫି ୨୦୨୫-୨୦୨୬ଡିସେମ୍ବର ୨୪ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି।ଦିଲ୍ଲୀର ପ୍ରଥମ ମ୍ୟାଚ୍ ୨୪ତାରିଖରେ ଆନ୍ଧ୍ର ପ୍ରଦେଶ ବିପକ୍ଷରେଖେଳାଯିବ। ସେହିପରି ଦ୍ୱିତୀୟ ମ୍ୟାଚ୍ ୨୬ତାରିଖରେ ଗୁଜରାଟ ବିପକ୍ଷରେ ହେବ। ବିଜୟ ହଜାରେ ଟ୍ରଫି ୨୦୨୫-୨୦୨୬ରେ,ଦିଲ୍ଲୀ କ୍ରିକେଟ୍ ଦଳ ଏଲିଟ୍'ଡି'ଗ୍ରୁପରେ ଅଛି। ଏହି ଗ୍ରୁପ୍ରେଦିଲ୍ଲୀ ସମେତ ଆନ୍ଧ୍ର ପ୍ରଦେଶ,ଗୁଜରାଟ,ହରିୟାଣା,ଓଡ଼ିଶା,ରେଳବାଇ,ସୌରାଷ୍ଟ୍ର ଓ ସର୍ଭିସେଜ୍ ଦଳ ରହିଛନ୍ତି।

ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଦିଲ୍ଲୀର ଦଳ-

ଆୟୁଷ ବାଦୋନି,ଅର୍ପିତ ରାଣା,ୟଶ ଧୁଲ,ସାର୍ଥକ ରଂଜନ,ପ୍ରିୟାଂଶ ଆର୍ଯ୍ୟ,ତେଜସ୍ୱୀ ସିଂ,ନୀତୀଶ ରାଣା,ହ୍ରିତିକ ଶୌକିନ୍,ହର୍ଷ ତ୍ୟାଗୀ,ସିମରଜିତ୍ ସିଂ,ରାଜକୁମାର ଯାଦବ,ଡିଭିଜ୍ ମେହେରା,ଆୟୁଷ ଦୋସେଜା,ବୈଭଭ କାଣ୍ଡପାଲ,ରୋହନ ରାଣାଓ ଅନୁଜ ରାୱତ।

୧୫ ବର୍ଷ ପୂର୍ବେ ବିଜୟ ହଜାରେ ଟ୍ରଫି ଖେଳିଥିଲେ ବିରାଟ କୋହଲି।

କୋହଲି ତାଙ୍କ କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ଶେଷ ଥର ପାଇଁ ୨୦୧୦ ମସିହାରେ ବିଜୟ ହଜାରେ ଟ୍ରଫି ମ୍ୟାଚ୍ ଖେଳିଥିଲେ। ତାଙ୍କର ଶେଷ ମ୍ୟାଚ୍ ସର୍ଭିସେସ୍ ବିପକ୍ଷରେ ଥିଲା। ବିରାଟ କୋହଲି ଟେଷ୍ଟ ଏବଂ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି ଏବଂ ବର୍ତ୍ତମାନ କେବଳ ଦିନିକିଆରେ ଖେଳୁନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଦିନିକିଆ ସିରିଜରେ କୋହଲି ଉତ୍କୃଷ୍ଟ ଫର୍ମରେ ଥିଲେ। ସେ ତିନୋଟି ମ୍ୟାଚ୍ରେ ୩୦୨ ରନ୍ କରିଥିଲେ,ଯେଉଁଥିରେ ଦୁଇଟି ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସାମିଲ ଥିଲା।