ଗ୍ୟାସ୍ ବ୍ୟବସାୟୀଙ୍କୁ କିଏ ମାରିଛି ଗୁଳି ? ଛାନ୍‌ଭିନ୍‌ କରୁଛି ପୋଲିସ

NEWS7
tamil-nadu-government-said-theaters-will-start-with-100-audience-center-said-withdraw-order

ସୁନ୍ଦରଗଡ଼ ୧୧।୦୧ : ସୁନ୍ଦରଗଡ଼ ସଦର ଥାନା କରମଡିହିରେ ଗୁଳିକାଣ୍ଡ ମାମଲା । ଘଟଣାର ପୁରା ତଦନ୍ତ ପାଇଁ ଛାନ୍ଭିନ୍ ଚଳାଇଛି ପୋଲିସ। ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛି ସୁନ୍ଦରଗଡ଼ ପୋଲିସ ।

ଖବର ଅନୁଯାୟୀ, ରାତିରେ ଗ୍ୟାସ୍ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ। ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳି ମାଡ଼ କରିଛନ୍ତି। ଏଥିରେ ଗ୍ୟାସ ଡିଲର ଅରୁଣ ନାଏକ ଗୁରୁତର ଆହତ ହୋଇଛନ୍ତି। ଅରୁଣଙ୍କ ପେଟରେ ବାଜିଛି ଗୁଳି। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ଏସପି। ଦୁର୍ବୃତ୍ତ ମାନେ ଗୁଳିକାଣ୍ଡ ଘଟାଇବା ପରେ ଝାଡ଼ଖଣ୍ଡ ପଳାଇଥିବା ଅନୁମାନ କରାଯାଉଛି। ସଦର ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଛି।