Live Live
LIVE

Murid Airbase: ମୁରିଦ୍ ଏୟାରବେସର ବିଲ୍ଡିଂ ବି ତିଆରି କରିପାରୁନି ପାକିସ୍ତାନ, ଧ୍ବଂସ କରିଥିଲା ଭାରତୀୟ ବାୟୁସେନା

NEWS7
tambon-prasert-the-construction-company-owner-of-thailand-marries-120-women

ନୂଆଦିଲ୍ଲୀ: ‘ଅପରେସନ୍ ସିନ୍ଦୂର’ର ପ୍ରଚଣ୍ଡ ପ୍ରହାର ପରେ ଅଣ୍ଟା ସଳଖି ପାରୁନି ପାକିସ୍ତାନ । ଭାରତୀୟ ବାୟୁସେନାର କାର୍ଯ୍ୟୁାନୁଷ୍ଠାନ ପରେ ପାକିସ୍ତାନ ନିଜକୁ ଏବେ ବି ସଜାଡ଼ି ପାରୁନି । ଭାରତ ପଟୁ ହୋଇଥିବା ମିସାଇଲ ମାଡ଼ର କ୍ଷତ ଚିହ୍ନ ବି ଏବେ ଜଳଜଳ ହୋଇ ଦେଖାଯାଉଛି । ଏହାର ଏକ ସାଟେଲାଇଟ୍ ଚିତ୍ର ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଭାରତୀୟ ବାୟୁସେନାର ମିସାଇଲ୍ ମାଡ଼ରେ ଧ୍ବଂସ ହୋଇଥିବା ପାକିସ୍ତାନର ମୁରିଦ ଏୟାରବେସ୍ ଏବେ ବି ସେମିତି ଭଗ୍ନ ଅବସ୍ଥାରେ ଛିଡ଼ା ହୋଇଛି । ବିଲ୍ଡିଂ ତିଆରି କରିପାରି ନାହିଁ ପାକିସ୍ତାନନ । ଅପରେସନ ସିନ୍ଦୂର ସମୟରେ, ଭାରତୀୟ ସେନା ପାକିସ୍ତାନର ମୁରିଦ ବାୟୁସେନା ଘାଟିକୁ ଧ୍ୱଂସ କରିଥିଲା। ସାଟେଲାଇଟ୍ ଚିତ୍ର ଦର୍ଶାଉଛି ଯେ, ଚକୱାଲ-ସ୍ଥିତ ଏହି ଘାଟିକୁ ମରାମତି ଏବଂ ପୁନଃ ପରିଚାଳନା ପାଇଁ ପାକିସ୍ତାନୀ ସେନାର ପ୍ରୟାସ ବିଫଳ ହୋଇଛି।

ଅଧିକ ପଢ଼ନ୍ତୁ: ଅପରେସନ ସିନ୍ଦୁରରେ ମସୁଦ ଆଝାରଙ୍କ ପରିବାର ସହିତ କ'ଣ ଘଟିଥିଲା? ସତ କହିଲା ଜୈଶ କମାଣ୍ଡର

ସାମ୍ନାକୁ ଆସିଲା ସାଟେଲାଇଟ୍ ଚିତ୍ର
ଫେବୃଆରୀ ୨୮ ତାରିଖର ଏକ ଫଟୋ ଏନଡିଟିଭିରେ ପ୍ରକାଶ ପାଇଛି । ଏଥିରୁ ସ୍ପଷ୍ଟ ଜଣାପୁଡ଼ି ଯେ, ମୁରିଦ ବାୟୁସେନା ଘାଟିର ମରାମତି କାର୍ଯ୍ୟ ସଫଳ ହୋଇନାହିଁ। ଆକ୍ରମଣ ପରେ ତାରପାଲିନ୍ ଦ୍ୱାରା ଆଚ୍ଛାଦିତ ହୋଇଥିବା କୋଠା ଏବେ ବି ସେମିତି ପଡ଼ି ରହିଛି । ଏହାର ମୁଖ୍ୟ ଅଂଶ ଏବେ ଭଗ୍ନ ଅବସ୍ଥାରେ ରହିଛି । ଏହାର ଆଖପାଖରେ ଖାଲି ମାଟି ଥିବା ଦେଖିବାକୁ ମିଳିଛି। ପାକିସ୍ତାନ ସେଠାରେ କୌଣସି ନିର୍ମାଣ କାର୍ଯ୍ୟ କରିନାହିଁ। ଏହା ବ୍ୟତୀତ, ଫଟୋଗୁଡିକ ଦର୍ଶାଉଛି ଯେ, ସେଠାରେ ଯାହା ନିର୍ମାଣ ହୋଇଥିଲା ତାହା ଭାଙ୍ଗି ଦିଆଯାଇଛି କିମ୍ବା ଭୁଶୁଡ଼ି ପଡ଼ିଛି। ଭାରତର ମେ’ ୨୦୨୫ ଆକ୍ରମଣର ପ୍ରଭାବ ପାକିସ୍ତାନର ଏହି ମୁରିଦ ବାୟୁସେନା ଘାଟିରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି।

କେତେ କ୍ଷତି ହୋଇଛି ?
ସାଟେଲାଇଟ୍ ଇମେଜ୍ ବିଶେଷଜ୍ଞ ଡାମିଏନ୍ ସାଇମନ୍ କହିଛନ୍ତି ଯେ, ସାଟେଲାଇଟ୍ ଇମେଜ୍ ଦର୍ଶାଉଛି ବାୟୁସେନା ଘାଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଭାରତୀୟ ଆକ୍ରମଣରେ ମୁରିଦ୍ ବେସର ଛାତ କ୍ଷତିଗ୍ରସ୍ତ ହୋଇଥିଲା । ଆକ୍ରମଣ ସମୟରେ କୋଠାର ଆଭ୍ୟନ୍ତରୀଣ ଗଠନ ମଧ୍ୟ ଯଥେଷ୍ଟ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ସାଇମନ୍ କହିଛନ୍ତି ଯେ, ଭାରତର ଆକ୍ରମଣ କୋଠା ଭିତରେ ଏକ ଗର୍ତ୍ତ (ପ୍ରାୟ ୩୫x ୩୦ ମିଟର) ସୃଷ୍ଟି କରିଥିଲା । ଫଳରେ ସେଠାରେ ପୁନଃନିର୍ମାଣ କାର୍ଯ୍ୟ କରିବା କଷ୍ଟକର ।

ଧ୍ୱଂସ କରିଥିଲା ଭାରତୀୟ ବାୟୁସେନା
ଭାରତୀୟ ବାୟୁସେନା ୧୦ ମେ’ ୨୦୨୫ରେ ୧୦ଟି ପାକିସ୍ତାନୀ ଟାର୍ଗେଟ ଉପରେ ଆକ୍ରମଣ କରିଥିଲା। ମୁରିଦ ଏୟାରବେସ୍ ଏହି ଟାର୍ଗେଟଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା। ଆକ୍ରମଣର କିଛି ସମୟ ପରେ ପାକିସ୍ତାନ ଭାରତକୁ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲା। ମୁରିଦ ଏୟାରବେସକୁ ଏକ କମାଣ୍ଡ ସେଣ୍ଟର ଭାବରେ ବ୍ୟବହାର କରୁଥିବା ପାକିସ୍ତାନ । ଭାରତୀୟ ବାୟୁସେନା ଏହି ଘାଟିର ଏକ ଭୂତଳ ଗଠନକୁ ଟାର୍ଗେଟ କରିଥିଲା। ଏନଡିଟିଭିର ଏକ ରିପୋର୍ଟ ଅନୁସାରେ, ପୂର୍ବରୁ ଏହି ଭୂତଳ ଗଠନର ଦୁଇଟି ପ୍ରବେଶ ଦ୍ୱାରରୁ ମାତ୍ର ୩୦ ମିଟର ଦୂରରେ ଏକ ୩ ମିଟର ଚଉଡା ଗର୍ତ୍ତର ଚିତ୍ର ପ୍ରକାଶ ପାଇଥିଲା।

ମୁରିଦ ଏୟାରବେସ୍ କ୍ଷତିଗ୍ରସ୍ତ ହୋଇଥିଲା
ଭାରତୀୟ ବାୟୁସେନାର ଆକ୍ରମଣ ପରେ ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଥିଲା। ଏଥିରେ ଜଣାପଡ଼ିଥିଲା ଯେ, ମୁରିଦ ଘାଟିର ମୁଖ୍ୟ କୋଠାରେ ଯଥେଷ୍ଟ କ୍ଷତି ହୋଇଥିଲା । କୋଠାର କ୍ଷତି ବ୍ୟାପକ ଥିଲା। କୋଠାଟି ଭିତରୁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ଭାରତୀୟ ବାୟୁସେନା ଏଠାରେ ଆକ୍ରମଣ କରିବା ପାଇଁ ଅତ୍ୟାଧୁନିକ ବୋମା ବ୍ୟବହାର କରିଥିଲା । ଏହା ଦୃଢ଼ କଂକ୍ରିଟକୁ ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ କରିପାରିବ।