ତାତିରେ ଜଳୁଛି ସାରା ରାଜ୍ୟ, ୪୫.୦ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର

Published By : Prameya-News7 Bureau | May 01, 2024 IST

ଭୁବନେଶ୍ବର: ତାତିରେ ଜଳୁଛି ସାରା ରାଜ୍ୟ। ଭୀଷଣ ତାତିରୁ ତ୍ରାହି ନାହିଁ।ବୁଧବାର ମଧ୍ୟ ତାତି ଟପିଛି ୪୫ ଡିଗ୍ରୀ। ୪୫.୦ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର । ଖାଲି ଏତିକି ନୁହେଁ ୨୮ ସହରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଉପରେ । ସେପଟେ ବୁଧବାର ସନ୍ଧ୍ୟାରେ କଟକ-ଭୁବନେଶ୍ବରରେ ସନ୍ଧ୍ୟାରେ ହୋଇଥିବା କାଳବୈଶାଖୀ ଟ୍ବିନ୍‌ ସିଟି ବାସୀଙ୍କ ଆଣିଦେଇଛି ସାମନ୍ୟ ଆଶ୍ବସ୍ତି। 

ଏମିତି ଥିଲା ତାପମାତ୍ରା

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବୁଧବାର ତାଳଚେରରେ ସର୍ବାଧିକ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏହା ବାଦ୍‌ ବୌଦ୍ଧ ଓ ଟିଟିଲାଗଡ଼ ୪୪.୫ରେ ତାପମାତ୍ରା ରେକର୍ଡ ହୋଇଛି। ଏହା ପରେ ନୂଆପଡ଼ା ୪୪.୪ ଡିଗ୍ରୀ ସେଲସିୟସ, ଅନୁଗୁଳ, ଝାରସୁଗୁଡ଼ା ୪୪.୩ ଡିଗ୍ରୀ। ବଲାଙ୍ଗିର ୪୪ ଡିଗ୍ରୀ, ବାରିପଦା ୪୩.୮, ସମ୍ବଲପୁର, ଭବାନୀପାଟଣା ଓ ସୋନପୁରେ ୪୩.୫, ନୟାଗଡ଼, ଭଦ୍ରକ, ଯାଜପୁରରେ ୪୩.୦ ଡିଗ୍ରୀ ଏବଂ ହୀରାକୁଦ ୪୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। 

ସେପଟେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏଭଳି ସ୍ଥିତି ଆହୁର ଦୁଇ ଦିନ ରହିବ। ଦୁଇ ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ହ୍ରାସ ପାଇବା ସମ୍ଭାବନା ରହିଛି। ୬,୭ ତାରିଖ ବେଳକୁ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.