ସୁବର୍ଣ୍ଣପୁରରେ ନକଲି ନୋଟ କାରବାର, ପୁଣି ଦୁଇ ଜଣକୁ କୋର୍ଟ ଚାଲାଣ

NEWS7
taiwan-will-to-very-last-day-if-china-attacks

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ନକଲି ନୋଟର ପ୍ରାଦୁର୍ଭାବ। ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରି ଗତ ଅକ୍ଟୋବର ୨୫ତାରିଖରେ ନକଲି ୪ ଲକ୍ଷ ୧୫ ସହ ଟଙ୍କା ଜବତ କରି ତିନିଜଣ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବିନିକା ପୋଲିସ l ତଥାପି ଏହି ଅଞ୍ଚଳରେ ନକଲି ନୋଟ୍ ଜବତ ହେଉଛି।

ପୂର୍ବରୁ ଏଥିରେ ସଂପୃକ୍ତ ଥିବା ଫୁଲମୁଠି ଗ୍ରାମର ଅଭିଷେକ ହୋତା, ବିନିକା ସହର ପାତିକାରପଡାର ଅଶୋକ ନାଏକ ଏବଂ ନକଲି ଟଙ୍କା ଗ୍ରହଣ କରିଥିବା ଲଛିପୁର ଥାନା ରେଙ୍ଗାଲିଟିଜ୍ରା ଗ୍ରାମର ଜୟ ନାରାୟଣ ବସ୍ତିଆଙ୍କୁ ଗିରଫ କୋର୍ଟ ଚାଲାଣ କରିଥିଲା ପୋଲିସ। ଏହି ନକଲି ଟଙ୍କା କାରବାରରେ ଆଉ କିଏ କିଏ ସାମିଲ ରହିଛନ୍ତି ତାର ତଦନ୍ତ କରୁଥିଲା ବିନିକା ପୋଲିସ ।

ଗତ ଅକ୍ଟୋବର ୨୬ ତାତିଖରେ ବିନିକା ପୋଲିସ ନକଲି ଟଙ୍କା ଜବତ କରି ତିନି ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଆଜି ପୁଣି ଦୁଇଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଗିରଫ ଅଭିଯୁକ୍ତ ଦୁଇଜଣ ହେଉଛନ୍ତି ବରଗଡ଼ ଜିଲ୍ଲା ବରପାଲି ମହତାପଡାର ବଳରାମ ମେହେର ଓ ଗାଇସିଲେଟ କେନ୍ଦୁଭଟା ଗ୍ରାମର ବିଶ୍ଵପତି ସାହୁ ବୋଲି ଜଣାପଡିଛି l