ନିଯୁକ୍ତି ମେଳାରେ ନବ ନିଯୁକ୍ତ ଅଧିକାରୀଙ୍କୁ ଟିପ୍ସ, ସୁଶାସନର ତିନୋଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

NEWS7
t20-world-cup-still-doubts-on-hardiks-fitness-venkatesh-can-be-included-in-team-india-as-cover

ଭୁବନେଶ୍ୱର ୩୦।୧୨ : ନବ ନିଯୁକ୍ତ ଅଧିକାରୀଙ୍କୁ ସୁଶାସନର ତିନୋଟି ମନ୍ତ୍ର । ରାଜ୍ୟସ୍ତରୀୟ ନିଯୁକ୍ତି ମେଳାରେ ନବନିଯୁକ୍ତ ଅଧିକାରୀଙ୍କୁ ସ୍ୱଛତା, ଉତ୍ତର ଦାୟିତ୍ୱ, ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ନିଜ ଦାୟିତ୍ୱକୁ ସଠିକ୍ ଭାବେ ନିର୍ବାହ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିର ହେଉଛି ୧୪ ତମ ନିଯୁକ୍ତି ମେଳା | ଏହା ହେଉଛି ପଞ୍ଚମ ବୃହତମ ନିଯୁକ୍ତି ମେଳା | ୩୯୪୫୯ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିସାରିଛୁ । ଆମ ସରକାର ୫ ବର୍ଷରେ ଦେଢ ଲକ୍ଷଙ୍କୁ ସରକାରୀ ଚାକିରି ଦେବୁ ବୋଲି ପ୍ରତିଶୃତି ଦେଇଥିଲୁ । ପ୍ରଥମ ଦୁଇ ବର୍ଷ ପାଇଁ ୬୫ ହଜାର ଲକ୍ଷ ରଖିଥିଲୁ। ଆଉ ଏବେ ସୁଦ୍ଧା ୪୦ ହଜାର ନିଯୁକ୍ତି ଦେଇସାରିଛୁ | ଦୁଇ ବର୍ଷ ଶେଷ ସୁଦ୍ଧା ଆମେ ଆମ ଲକ୍ଷ ପୂରଣ କରିବୁ | କ୍ରୀଡା ଶିକ୍ଷକଙ୍କୁ ଅଲମ୍ପିକ ମେଡାଲ ଜିତାଇବାକୁ ଲକ୍ଷ୍ୟ ଦେଇଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ | ମୁଖ୍ୟମନ୍ତ୍ରୀ ମଧ୍ୟ ଏହାକୁ ଦୋହରାଇଛନ୍ତି | କ୍ରୀଡାଶିକ୍ଷକମାନଙ୍କୁ ମଧ୍ୟ ଏନେଇ ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |