ଆମେରିକାକୁ ଡରିଗଲେ ଖାମେନି : ନିଜର ରକ୍ଷା ପାଇଁ ସିକ୍ରେଟ୍ ବଙ୍କରରେ ଲୁଚିଲେ..ଏବେ ପୁଅ ସମ୍ଭାଳିବେ ଦାୟିତ୍ୱ

NEWS7
syria-gas-pipeline-blast

ନୂଆଦିଲ୍ଲୀ,|୧:ଇରାନ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । କେଉଁ ସମୟରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇପାରେ । ଇରାନର ସର୍ବୋଚ୍ଚ ନେତା ଖେମାନିଙ୍କୁ ଘେରିବାକୁ ଡୋନାଲ୍ଡ ଟ୍ରମ୍ପ୍ ସବୁ ଚାଲ୍ ଖେଳୁଛନ୍ତି । ଏହାରି ମଧ୍ୟରେ ଖାମେନିଙ୍କୁ ନେଇ ବଡ ଖବର ଆସିଛି । ସେ ତେହରାନରେ ଏକ ସିକ୍ରେଟ୍ ବଙ୍କରରେ ଲୁଚିଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ, ଖାମେନି ଆମେରିକାର ସମ୍ଭାବ୍ୟ ଆକ୍ରମଣକୁ ନେଇ ଭୟରେ ରହିଛନ୍ତି । ନିଜକୁ ସୁରକ୍ଷିତ ରଖିବାକୁ ସେ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ତେଣୁ ବରିଷ୍ଠ ସୈନ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ସେ ଏବେ ଏକ ବଙ୍କରରେ ଲୁଚିଛନ୍ତି । ଏହାସହ ନିଜର ତୃତୀୟ ସନ୍ତାନଙ୍କୁ ଶାସନ ଭାର ପ୍ରଦାନ କରିଛନ୍ତି ।

କୁହାଯାଉଛି ଯେ, ଏହି ବଙ୍କର ମଧ୍ୟରେ ସମସ୍ତ ସୁବିଧା ଅଛି । ଏହା କୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିପାରିବ । ବୋମାର ପ୍ରଭାବ ମଧ୍ୟ ଏହା ଉପରେ ପଡିବ ନାହିଁ ।

ଜାତିସଙ୍ଘରେ ଭାରତର ସମର୍ଥନ

ଇରାନ ପାଇଁ ବାହାରିଲା ଭାରତ । ଜାତିସଙ୍ଘରେ କଲା ସମର୍ଥନ । ଭାରତକୁ ଧନ୍ୟବାଦ ଜଣାଇଲା ଇରାନ । ଜାତିସଙ୍ଘର ମାନବାଧିକାର ପରିଷଦରେ ଇରାନ ବିରୋଧରେ ଭୋଟ୍ ଦେବାକୁ ମନା କରିଛନ୍ତି ଭାରତ ସରକାର । ଏହାକୁ ନେଇ ଧନ୍ୟବାଦ ଜଣାଇଛନ୍ତି ଇରାନ ବୈଦେଶିକ ଅଧିକାରୀ ମହମ୍ମଦ ଫତାଲି ।

ସେ କହିଛନ୍ତି ଯେ, ଭାରତ ସରକାରଙ୍କ ପ୍ରତି ସେ କୃତଜ୍ଞ । ଅନ୍ତର୍ଜାତୀୟ ସ୍ତରରେ ଭାରତ ଇରାନକୁ ସମର୍ଥନ କରିଛି । ଅନେକ ବିରୋଧ ସତ୍ତ୍ୱେ ଇରାନ ସହ ସରକାର ଠିଆ ହୋଇଛନ୍ତି । ଏହା ଭାରତର ଅନ୍ୟ ଦେଶ ପ୍ରତି ନ୍ୟାୟ ଏବଂ ଜାତୀୟ ସାର୍ବଭୌମତ୍ୱ ପ୍ରତି ପ୍ରତିବଦ୍ଧତା ବୋଲି ସେ କହିଛନ୍ତି ।

ବଙ୍କରରେ ନାହାଁନ୍ତି ଖାମେନି

ଗତ ମାସେ ହେଲା ଇରାନରେ ଅଚଳାବସ୍ଥା ଜାରି ରହିଛି । ସେଠାରେ ସରକାରଙ୍କ ବିରୋଧରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଉଛି । ଏଥିରେ ଶହଶହ ନୀରିହ ନାଗରିକ ପ୍ରାଣ ହରାଇଛନ୍ତି । ତେବେ ଏହା ପଛରେ ଆମେରିକାର ହାତ ଥିବା କୁହାଯାଉଛି । ୟୁଏସ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ ଇରାନବାସୀଙ୍କୁ ସରକାରଙ୍କ ବିରୋଧରେ ଲଢିବାକୁ ଉସକାଉଛନ୍ତି । ଏପରିକି ଖାମେନି ଏକ ବଙ୍କରରେ ଲୁଚିଥିବା ନେଇ ଖବର ଆସୁଛି ।

ଏହାକୁ ନେଇ ମୁମ୍ବାଇରେ ଅବସ୍ଥିତ ଇରାନ ସରକାରଙ୍କ ରାଷ୍ଟ୍ରଦୂତ ସୟିଦ ରେଜା ମୋସାୟେବ ମୋତଲାଘ କହିଛନ୍ତି ଯେ, କିଛି ବ୍ୟକ୍ତି ଗୁଜବ ସୃଷ୍ଟି କରୁଛନ୍ତି । ସେ ବଙ୍କରରେ ଲୁଚିଥିବା କୁହାଯାଉଛି । ଯାହା ସତ ନୁହେଁ । ଏହା ସାଧାରଣ କଥା । ତାଙ୍କୁ ସୁରକ୍ଷା ଦୃଷ୍ଟିକୋଣରୁ ସତର୍କ ରହିବାକୁ କୁହାଯାଇଛି । କିନ୍ତୁ ସେ ବଙ୍କରରେ ଲୁଚି ନାହାଁନ୍ତି । ଯିଏ ଏଭଳି ଭାବୁଛନ୍ତି ତାହା ଠିକ୍ ନୁହେଁ ବୋଲି ରାଷ୍ଟ୍ରଦୂତ କହିଛନ୍ତି ।