ଆମ କଥାରେ କାମ କର, ନହେଲେ... ରାଜନଗର ମହିଳା ବିଡିଓଙ୍କୁ ଆକ୍ରମଣ ଉଦ୍ୟମ ବେଳେ ଏମିତି କହିଲେ

NEWS7
swami-laxmanananda-saraswatis-10th-death-anniversary-today

ପଟ୍ଟାମୁଣ୍ଡାଇ ୩।୧: ମହିଳା ବିଡିଓଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ । ବିଡ଼ିଓଙ୍କ କାର୍ଯ୍ୟାଳୟରେ କମ୍ପ୍ୟୁଟର ଉଠାଇ ମାଡ଼ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ମହିଳା ସରକାରୀ ଅଧିକାରୀ ଅସୁରକ୍ଷିତ ହୋଇପଡିଛନ୍ତି । ଏପରିକି ମହିଳା ବିଡ଼ିଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ପଶି ସଂଘବଦ୍ଧ ଭାବେ ଘେରିବା ସହିତ ଆକ୍ରମଣ ଉଦ୍ୟମ ହୋଇଛି । ଏମିତି କି ବିଡ଼ିଓଙ୍କ କମ୍ପ୍ୟୁଟର ଉଠାଇ ମାଡ଼ ମାରିବାକୁ ଉଦ୍ୟମ କରାଯାଇଛି । ସେହି ସମୟରେ ଅନ୍ୟମାନେ କମ୍ପ୍ୟୁଟର ଛଡାଇ ନେବାରୁ ମହିଳା ବିଡ଼ିଓ ବର୍ତ୍ତିଯାଇଛନ୍ତି ।

​​​​​​​

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ପ୍ରାୟ ୧୨ଟା ସମୟରେ ୪୦ରୁ ଉର୍ଦ୍ଧ୍ବ ଲୋକ ବିଡ଼ିଓ ତିଳୋତ୍ତମା ପୃଷ୍ଟିଙ୍କ କାର୍ଯ୍ୟାଳୟରେ ପଶିଥିଲେ । ବିଡ଼ିଓଙ୍କୁ ସେମାନେ ଘେରିଯାଇ ତାଙ୍କ କଥାରେ କାମ କରିବାକୁ କହିଥିଲେ । ସରକାରଙ୍କ ନିୟମ ଅନୁଯାୟୀ କାମ ହେବ ବୋଲି ବିଡ଼ିଓ କହିବାରୁ ସେମାନେ ଉତକ୍ଷିପ୍ତ ହୋଇ ବିଡିଓଙ୍କ ବଚସା କରିଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ବିଡ଼ିଓଙ୍କ ଟେବୁଲ ଉପରେ ଥିବା କମ୍ପ୍ୟୁଟର ଉଠାଇ ବିଡ଼ିଓଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ଅନ୍ୟମାନେ ଧରିଦେବାରୁ ଅଳ୍ପକେ ବିଡ଼ିଓଙ୍କ ଜୀବନ ରକ୍ଷା ପାଇଯାଇଛି । ଏହାପରେ ତାଙ୍କ କଥାରେ କାମ ନକଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦେଇଥିବା ନେଇ ମଧ୍ୟ ସୂଚନା ରହିଛି । ଏ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବିଡ଼ିଓ ଏନେଇ ଜିଲ୍ଲାପାଳଙ୍କୁ ଜଣାଇଥିବା ଜଣାପଡିଛି । ମହିଳା ବିଡ଼ିଓଙ୍କୁ ଏଭଳି ଆକ୍ରମଣ ଘଟଣାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି ।