ପାକିସ୍ତାନ ବିପକ୍ଷରେ ଖେଳିବେନି ଅଭିଷେକ ! ସୂର୍ଯ୍ୟଙ୍କ କଥାକୁ ନେଇ ଟେନସନରେ ଫ୍ୟାନ୍ସ

NEWS7
swami-laxmanananda-saraswatis-10th-death-anniversary-today

ନୂଆଦିଲ୍ଲୀ, ୧୩|୦୨: ଟି୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଏବେସୁଦ୍ଧା ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ମୁକାବିଲାରେ ଦଳ ଆମେରିକାକୁ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚରେ ନାମିବ୍ୟାକୁ ବଡ ବ୍ୟବଧାନରେ ହରାଇଛି ଟିମ୍ । ତେବେ ମୁକାବିଲାରେ ଅନୁପସ୍ଥିତ ଥିଲେ ବ୍ୟାଟର ଅଭିଷେକ ଶର୍ମା । ତାଙ୍କ ଜାଗାରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିଥିଲା । ଆଉ ଦୁଇ ଦିନ ପରେ ଭାରତ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ୍ ମୁକାବିଲା ହେବ । ଯେଉଁଥିରେ ଅଭିଷେକ ଶର୍ମା ଖେଳିବେ ନା ନାହିଁ ତାକୁ ନେଇ ଅନେକ ପ୍ରଶ୍ନ ।

ଅଭିଷେକ ଅସୁସ୍ଥ

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ପ୍ରଥମେ ଫେବ୍ରୁଆରୀ ୬ ତାରିଖରେ ଅଭିଷେକ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିଲେ । ସେ ଏପରି କିଛି ଖାଦ୍ୟ ଗ୍ରହଣ କରିଥିଲେ ଯାହା ତାଙ୍କ ଶରୀରରେ ସଂକ୍ରମଣ କରିଛି । ଶରୀର ଅସୁସ୍ଥ ସତ୍ତ୍ୱେ ସେ ଆମେରିକା ବିପକ୍ଷରେ ମୁକାବିଲା ଖେଳିଥିଲେ । ମ୍ୟାଚ୍ ପରେ ତାଙ୍କୁ ଡଗ୍ ଆଉଟରେ ଦେଖିବାକୁ ମିଳିନଥିଲା । ଖେଳାଳିଙ୍କ କରମର୍ଦନ ସମାରୋହରେ ମଧ୍ୟ ସେ ସାମିଲ ନଥିଲେ ।

କୁହାଯାଉଛି ଯେ, ପାଗ ପରିବର୍ତ୍ତନ ପାଇଁ ଅଭିଷେକଙ୍କୁ ପ୍ରଥମେ ଜ୍ୱର ହୋଇଥିଲା । ପରେ ତାଙ୍କ ଶରୀରରୁ ଜଳୀୟ ଅଂଶ କମିଯାଇଥିଲା । ଫଳରେ ଓଜନ ମଧ୍ୟ ହ୍ରାସ ପାଇଛି । ଏବେବି ତାଙ୍କର ଚିକିତ୍ସା ଜାରି ରହିଛି । ମେଡିକାଲ୍ ଟିମ୍ ଷ୍ଟାର୍ ଓପନରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।

ଏହି ଖବରଟି ପଢନ୍ତୁ... ବାଂଲାଦେଶ ନିର୍ବାଚନ : ବିଏନପିର ଡବଲ ସେଞ୍ଚୁରୀ, ପ୍ରଧାନମନ୍ତ୍ରୀ ହେବେ ତାରିକ ରେହମାନ !

ଷ୍ଟାଡିୟମରେ ନଜର

ଭାରତ-ନାମିବ୍ୟା ମୁକାବିଲାରେ ଅଭିଷେକ ଶର୍ମା ପ୍ଲେଇଂ ଇଲେଭେନରେ ନଥିଲେ । ତଥାପି ତାଙ୍କୁ ଡଗ୍ ଆଉଟରେ ଦେଖିବାକୁ ମିଳିଥିଲା । ସେ ପ୍ୟାଭିଲିୟନରେ ବସିଥିଲେ । ମ୍ୟାଚ୍ ଦେଖୁଥିଲେ । ଏପରିକି ଭାରତ ଜିତିବା ପରେ ସେ ପଡିଆରେ ବୁଲିଥିଲେ । ଯାହା ଫ୍ୟାନଙ୍କୁ ଆଶ୍ୱସ୍ତି ଦେଇଛି । ସେ ସୁସ୍ଧ ହେଉଛନ୍ତି ଏବଂ ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ ବୋଲି ସମସ୍ତେ ଆଶା କରୁଛନ୍ତି ।

କ'ଣ କହିଲେ ସୂର୍ଯ୍ୟ ?

ଭାରତୀୟ ଅଧିନାୟକ ସୂର୍ଯ୍ୟ କୁମାର କହିଛନ୍ତି ଯେ, ଅଭିଷେକଙ୍କୁ ଗୋଟିଏ କିମ୍ବା ଦୁଇଟି ମ୍ୟାଚରେ ବିଶ୍ରାମ ଦରକାର । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାଁନ୍ତି । ପାକିସ୍ତାନ ବିପକ୍ଷରେ ଖେଳିବାର ସମ୍ଭାବନା ମଧ୍ୟ କମ୍ ରହିଛି । ତାଙ୍କୁ ସାମିଲ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।

ଅନ୍ୟ ଦିଗରେ ବରୁଣ ଚକ୍ରବର୍ତ୍ତୀ କହିଛନ୍ତି ଯେ, ସେ ଅଭିଷେକଙ୍କ ସହ କଥା ହୋଇଛନ୍ତି । ଅଭିଷେକ ଠିକ୍ ଅଛନ୍ତି । ଗୁରୁବାର ସେ ନେଟ୍ସରେ କିଛି ସମୟ ଅଭ୍ୟାସ କରିଛନ୍ତି ।