ଅଫିସ୍‌ ହେବ ତ ଏମିତି ; ସିଙ୍ଗାପୁରର ଏହି କମ୍ପାନୀ କର୍ମଚାରୀଙ୍କୁ ଦେଇଛି ୩.୫ କୋଟିର ସୁନା

NEWS7
swacha-bharata-abhiyan-fail-in-sonepur

ନୂଆଦିଲ୍ଲୀ ୧୯।୦୨; ସୁନା ଦର ଏବେ ଆକାଶଛୁଆଁ ହୋଇଥିବା ବେଳେ ଏକ କମ୍ପାନି ତା'ର କର୍ମଚାରୀଙ୍କୁ ସୁନା ଉପହାର ପ୍ରଦାନ କରିବା ଘଟଣା ଚର୍ଚ୍ଚାର ପ୍ରସ ପ୍ରସଙ୍ଗ ହେବା ସହ ସମସ୍ତଙ୍କ ଦୃଷ୍ଟିଆକର୍ଷଣ ର୍ଷଣ କରିଛି । ସିଙ୍ଗାପୁରର ଚାଙ୍ଗ ଚେଙ୍ଗ ହୋଲଡିଙ୍ଗସ୍ କମ୍ପାନି ନିକଟରେ ତା'ର କେତେକ ସଚ୍ଚୋଟ କର୍ମଚାରୀଙ୍କୁ ହିଁ ସୁନା ଉପହାର ଦେଇଛି। ଯେଉଁ କର୍ମଚାରୀମାନେ କମ୍ପାନିରେ ଦଶ ବର୍ଷରୁ ଅଧିକ ସମୟ କାମ କରିଛନ୍ତି ସେମାନେ ଏହି ସୁନା ସୁନା ଉପହାରର ଅଧିକା କାରୀ ହୋଇଛନ୍ତି I ୧୯୯୪ ମସିହାରେ ଏହି କମ୍ପାନିର ଆରମ୍ଭ ଏକ ଛୋଟ ଫୁଡ୍ ଷ୍ଟଲରୁ ହୋଇଥିଲା ।

ଗତ ୩୦ ବର୍ଷ ମଧ୍ୟରେ କମ୍ପାନିର ବ୍ୟବସାୟ ଅପେକ୍ଷାକୃତ ଅଧିକ ବୃଦ୍ଧି ହୋଇଛି । ଏବେ ଏହି କମ୍ପାନି ୧୬୦ ରେସ୍ତୋରାଁ ଏବଂ ୩୦ରୁ ଅଧିକ କଫି ସପ୍‌କୁ ପରିଚାଳିତ କରୁଛି । ଏହାସହ ୧୨୦୦ରୁ ଅଧିକ ଲୋକଙ୍କୁ ରୋଜଗାର ପ୍ରଦାନ କରିବାରେ ସଫଳ ହୋଇଛି। ତେବେ କର୍ମଚାରୀଙ୍କୁ କମ୍ପାନି ପକ୍ଷରୁ ଯେଉଁ ସୁନାର ମେଡାଲ୍ ଦିଆଯାଇଛି ତା'ର ଓଜନ ୨୦ ଗ୍ରାମରୁ ୩୦ ଗ୍ରାମ୍ ମଧ୍ୟରେ ଥିଲା I ସେହିପରି ପ୍ରତ୍ୟେକ ସୁନା ମେଡାଲର ଦାମ୍ ୩ ଲକ୍ଷରୁ ଅଧିକ ହେବ । ଉକ୍ତ କମ୍ପାନି ଉପହାରରେ ସୁନାର ମେଡାଲ ବାଣ୍ଟିବାରେ ୩.୫ କୋଟି ଟଙ୍କା ଖର୍ଚ କରିଛି । ତେବେ କମ୍ପାନି ତା'ର ୩୨ ବର୍ଷ ପୂରି ଅବସରରେ କର୍ମଚାରୀଙ୍କୁ ସୁନା ଉପହାର ଦେଇଛି । କମ୍ପାନିରେ ୧୦-୧୪ ବର୍ଷ ଧରି କାମ କରିଥିବା କର୍ମଚାରୀଙ୍କୁ ୨୦ ଗ୍ରାମ୍ ଓଜନର ସୁନା ମେଜାଲ୍ ର ଉପହାର ମିଳିଛି ।

ସେହିଭଳି ୧୫-୧୯ ବର୍ଷ ଧରି କାମ କରିଥିବ ଥିବା କର୍ମଚାରୀଙ୍କୁ ୨୫ ଗ୍ରାମ୍ ଓଜନର ସୁନା ମେଡାଲ ଦିଆଯାଇଥିବା ବେଳେ ୨୦ ବର୍ଷ ଧରି କାମ କରିଥିବା କର୍ମଚାରୀଙ୍କୁ ୩୦ ଗ୍ରାମର ସୁନା ମେଡାଲ ପ୍ରଦାନ କରାଯାଇଛି । ପ୍ରତ୍ୟେକ ମେଡାଲରେ କମ୍ପାନିର ଲୋଗୋ ଓ କର୍ମଚାରୀଙ୍କ ନାଁ ରହିଛି। ତେବେ କେବଳ କମ୍ପାନିଗୁଡ଼ିକ ଯେ ଲୋକଙ୍କ ଉପରେ ଚାପ ସୃଷ୍ଟି କରି ଚର୍ଚ୍ଚାକୁ ଆସୁଛନ୍ତି ତାହା ନୁହେଁ କେତେକ କମ୍ପାନି ଭଲ କାର୍ଯ୍ୟ କରି ମଧ୍ୟ ଲୋକ ଲୋଚନକୁ ଆସୁଥିବା ନେଇ ଏହା କଥା ପ୍ରମାଣ କରିଛି।

 ଅଧିକ ପଢନ୍ତୁବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା, ଏବେ ୯୨% କେଶ ଝଡ଼ିବା କମାଇବ ଲାଇଟ୍ ଥେରାପି