‘ଏହା ଠିକ୍ କଥା ନୁହେଁ...’, ଟ୍ରମ୍ପଙ୍କୁ ନେଇ ଜେଲେନସ୍କି ଅସନ୍ତୁଷ୍ଟ, ହଠାତ୍ ଶେଷ ହେଲା ରୁଷ-ୟୁକ୍ରେନ ଶାନ୍ତି ଆଲୋଚନା

NEWS7
sushmita-sen-brother-rajeev-engaged-to-actress-charu-asopa

ନୂଆଦିଲ୍ଲୀ: ସ୍ୱିଜରଲାଣ୍ଡର ଜେନେଭାରେ ବୁଧବାର ରୁଷ ଓ ୟୁକ୍ରେନ ଶାନ୍ତି ଆଲୋଚନାକୁ ହଠାତ୍ ବନ୍ଦ କରାଯାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷ ସହ ଏହି ଶାନ୍ତି ଆଲୋଚନାକୁ ଅତି ଜଟିଳ ଓ ଚାପପୂର୍ଣ୍ଣ କହି ପୁଟିନଙ୍କ ସମେତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବି କାଠଗଡ଼ାକୁ ଟାଣିଛନ୍ତି ।

ଜେଲେନସ୍କି କହିଛନ୍ତି, ରୁଷ ଚାରି ବର୍ଷ ଧରି ଚାଲିଥିବା ଯୁଦ୍ଧକୁ ଶେଷ କରିବା ଦିଗରେ ରାଜିନାମା ପ୍ରକ୍ରିୟାକୁ ଜାଣିଶୁଣି ଲମ୍ୱା କରୁଛି । ସୂଚନା ଥାଉକି, ଆମେରିକାର ମଧ୍ୟସ୍ଥତାରେ ସ୍ୱିଜରଲାଣ୍ଡରେ ଏହି ବାର୍ତ୍ତା ଚାଲିଥିବା । ଏହି ବୈଠକ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦୁଇ ଥର ବୟାନ ଦେଇ, ବାର୍ତ୍ତାକୁ ସଫଳ କରିବା ପାଇଁ ୟୁକ୍ରେନ ଓ ଜେଲେନସ୍କି ପଦକ୍ଷେପ ନେବା ଦରକାର ବୋଲି କହିଥିଲେ । ଏବେ ଜେଲେନସ୍କି କହିଛନ୍ତି ଯେ ରୁଷ ସହ ବୈଠକ ସତରେ କଠିନ ଓ ଆମେ ସ୍ପଷ୍ଟ କରିବାକୁ ଚାହିଁବୁ ଯେ ରୁଷ ଆଲୋଚନାକୁ ଦୀର୍ଘ କରିବା ପାଇଁ ପ୍ରୟାସ କରୁଛି ।

ଜେଲେନସ୍କିଙ୍କ ଏହି ବୟାନର କିଛି ସମୟ ପରେ ରୁଷର ସରକାରୀ ସମାଚାର ଏଜେନ୍ସି ଆରଆଇଏ ଶାନ୍ତି ଆଲୋଚନା ଶେଷ ହୋଇଥିବା ରିପୋର୍ଟ କରିଥିଲା । ରୁଷର ମୁଖ୍ୟ ବାର୍ତ୍ତାକାର ଭ୍ଲାଦିମିର ମେଣ୍ଡିଂସ୍କି କହିଛନ୍ତି ଯେ ପରବର୍ତ୍ତୀ ଆଲୋଚନା ଖୁବଶୀଘ୍ର ଆରମ୍ଭ ହେବ । ତେବେ ସେ ଆଲୋଚନା ପାଇଁ କୌଣସି ତାରିଖ ସ୍ପଷ୍ଟ କରିନାହାନ୍ତି । ୟୁକ୍ରେନୀୟ ଅଧିକାରୀଙ୍କ କହିବା ଅନୁସାରେ, ଜେନେଭା ଆଲୋଚନା ପ୍ରାୟ 2 ଘଣ୍ଟା ଧରି ଚାଲିଥିଲା ।