ମକର ରାଶି ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିବ, ନୂତନ ନିବେଶରୁ ଭଲ ଲାଭ ମିଳିପାରେ

NEWS7
sushant-singh-rajput-post-mortem-report-viscera-taken-forensic-analysis

ମେଷ- ଚନ୍ଦ୍ର ଆପଣଙ୍କ ରାଶିରୁ ଦ୍ୱିତୀୟ ଭାବରେ ରହିବେ। ଯାହା ଆର୍ଥିକ ଦିଗ ପାଇଁ ଅତ୍ୟନ୍ତ ଶୁଭ। ବ୍ୟବସାୟରେ ବକେୟା ଅର୍ଥ ପ୍ରାପ୍ତି ହେବ ଏବଂ ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟକୁ ନେଇ ଆଲୋଚନା ହୋଇପାରେ। ମନ ପ୍ରଫୁଲ୍ଲ ରହିବା ସହ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଆପଣ ଉତ୍ସାହିତ ରହିବେ।

ବୃଷ- ରାଶିରେ ଚନ୍ଦ୍ର ଥିବାରୁ ଏହା ଶ୍ରୀ ଚନ୍ଦ୍ର ଭଳି ଶୁଭ ଫଳ ପ୍ରଦାନ କରିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ଏବଂ ଆପଣଙ୍କ ବ୍ୟକ୍ତିତ୍ୱର ପ୍ରଶଂସା ହେବ। ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଅନୁଭବ କରିବେ ଏବଂ ନୂତନ ବସ୍ତ୍ର କିମ୍ବା ଆଭୂଷଣ କ୍ରୟ କରିପାରନ୍ତି।

ମିଥୁନ- ଦ୍ୱାଦଶ ଚନ୍ଦ୍ର ହେତୁ ଅନାବଶ୍ୟକ ଭ୍ରମଣ ଓ ଖର୍ଚ୍ଚର ମାତ୍ରା ବଢ଼ିପାରେ। ଆର୍ଥିକ ନେଣଦେଣ ବେଳେ କାଗଜପତ୍ର ଭଲଭାବେ ଯାଞ୍ଚ କରନ୍ତୁ ଏବଂ କାହା ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଶରୀରରେ ସାମାନ୍ୟ କ୍ଲାନ୍ତି ଅନୁଭବ ହୋଇପାରେ ତେଣୁ ନିଜର ବିଶ୍ରାମ ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

କର୍କଟ- ଏକାଦଶ ଚନ୍ଦ୍ର ଯୋଗୁ ବିଭିନ୍ନ ସୂତ୍ରରୁ ଧନ ଲାଭ ହେବାର ସୁଯୋଗ ମିଳିବ। ପରିବାର ଓ ବନ୍ଧୁମାନଙ୍କ ସହ ରାତ୍ରି ଭୋଜନର ଆୟୋଜନ କରିପାରନ୍ତି ଏବଂ ମନ ଖୁସି ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବା ସହ କର୍ମକ୍ଷେତ୍ରରେ ଉନ୍ନତି ହେବ।

ସିଂହ- କର୍ମକ୍ଷେତ୍ରରେ ଆପଣଙ୍କର ଦକ୍ଷତା ପ୍ରତିପାଦିତ ହେବ ଏବଂ ବରିଷ୍ଠ ଅଧିକାରୀଙ୍କଠାରୁ ସହଯୋଗ ପାଇବେ। ନୂତନ କର୍ମ ନିଯୁକ୍ତି ପାଇଁ ଆଶାୟୀ ଥିବା ବ୍ୟକ୍ତିମାନଙ୍କୁ ଶୁଭ ଖବର ମିଳିପାରେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବା ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ।

କନ୍ୟା- ଭାଗ୍ୟ ସ୍ଥାନରେ ଚନ୍ଦ୍ରଙ୍କ ଅବସ୍ଥାନ ଯୋଗୁ ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ସଫଳତାର ସହ ଶେଷ ହେବ। ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ ଏବଂ କୌଣସି ଦୂର ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ। ପିଲାମାନଙ୍କ ସଫଳତାରେ ଆପଣ ଖୁସି ଅନୁଭବ କରିବେ ଏବଂ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ।

ତୁଳା- ଅଷ୍ଟମ ଚନ୍ଦ୍ର ହେତୁ ଦିନଟି ସତର୍କତାର ସହ ଅତିବାହିତ କରନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ଏବଂ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମନାନ୍ତର ହେବାର ସମ୍ଭାବନା ଅଛି। କୌଣସି ବିପଦପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ ଏବଂ ଯାନବାହନ ଚଳାଚଳ ସମୟରେ ଅଧିକ ସାବଧାନ ରୁହନ୍ତୁ।

ବିଛା- ସପ୍ତମ ଭାବରେ ଚନ୍ଦ୍ର ଥିଲେ ମଧ୍ୟ ଏହା ଘାତ ଚନ୍ଦ୍ର। ଦାମ୍ପତ୍ୟ ଜୀବନରେ ସାମାନ୍ୟ ମନୋମାଳିନ୍ୟ ହୋଇପାରେ ଏବଂ ବ୍ୟବସାୟିକ ନିଷ୍ପତ୍ତି ନେଲା ବେଳେ ସତର୍କ ରୁହନ୍ତୁ। ଶାରୀରିକ ଆଘାତ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

ଧନୁ- ପୁରୁଣା ରୋଗରୁ ମୁକ୍ତି ମିଳିବ। କୋର୍ଟ କଚେରୀ ମାମଲାରେ ଆପଣଙ୍କ ସପକ୍ଷରେ ଫଳାଫଳ ଆସିପାରେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ପ୍ରଶଂସାର ପାତ୍ର ହେବେ ଏବଂ ଆପଣଙ୍କର ଆତ୍ମବିଶ୍ୱାସ ଶିଖରରେ ରହିବ।

ମକର- ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭ ରହିବ ଏବଂ ପାଠପଢ଼ାରେ ମନୋନିବେଶ କରିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଭଲ ଖବର ପାଇ ମନ ଉତ୍ସାହିତ ରହିବ ଏବଂ କଳା କ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ଦିଗଟି ମଜବୁତ୍ ରହିବା ସହ ନୂତନ ନିବେଶରୁ ଭଲ ଲାଭ ମିଳିପାରେ।

କୁମ୍ଭ- ଚତୁର୍ଥ ଭାବରେ ଚନ୍ଦ୍ର ରହିବା ସହ ଏହା ଆପଣଙ୍କ ପାଇଁ ଘାତ ଚନ୍ଦ୍ର। ଘରୋଇ କଳହ ଦେଖାଦେଇପାରେ ଏବଂ ମାନସିକ ଶାନ୍ତିରେ ବ୍ୟାଘାତ ଆସିପାରେ। ଯାନବାହନ ଚଳାଚଳ ବେଳେ ଅତି ସତର୍କ ରୁହନ୍ତୁ ଏବଂ ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ମୀନ- ତୃତୀୟ ଚନ୍ଦ୍ର ଯୋଗୁ ସାହସ ଓ ପରାକ୍ରମ ବୃଦ୍ଧି ପାଇବ ଏବଂ ଭାଇଭଉଣୀଙ୍କ ସହଯୋଗ ପାଇବେ। କୌଣସି କ୍ଷୁଦ୍ର ଯାତ୍ରାରୁ ଲାଭ ମିଳିବା ସହ ନୂତନ ବ୍ୟବସାୟିକ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ସମସ୍ତ ବାଧାବିଘ୍ନ ଦୂର ହେବ ଏବଂ ଆପଣଙ୍କର ସାମାଜିକ ପ୍ରତିଷ୍ଠା ବଢ଼ିବ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682