ପଞ୍ଚାୟତ ନିର୍ବାଚନ ନେଇ ବର୍ଷିଲେ ଭକ୍ତ, କହିଲେ- ଦ୍ବନ୍ଦରେ ସରକାର, ତାଳମେଳ ରହୁନି

NEWS7
sushant-singh-rajput-ankita-lokhande-love-saying-in-viral-video

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନେଇ ଦ୍ବନ୍ଦରେ ସରକାର ଅଛନ୍ତି। ନିର୍ବାଚନ କମିଶନ ଓ ବିଜେପି ସଭାପତି ମଧ୍ୟରେ ତାଳମେଳ ରହୁନାହିଁ। ପଞ୍ଚାୟତ ନିର୍ବାଚନ କରିବା ପାଇଁ ସରକାରଙ୍କ କ୍ଷମତା ନାହିଁ ବୋଲି କହିଛନ୍ତି ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗକୁ ନେଇ ପିସିସି ସଭାପତି। ନିୟମ ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ହେବା ଉଚିତ। କିନ୍ତୁ ରାଜ୍ୟ ସରକାର କଲା ଭଳି ଅନୁଭବ ହେଉନଥିବା ସେ କହିଛନ୍ତି।

ବିଜେପିକୁ ଟାର୍ଗେଟ କରି ଭକ୍ତ କହିଛନ୍ତି ଯେ ଏ ସରକାର ହେଉଛି ପତ୍ତନମୁଖି ସରକାର। ବିଭିନ୍ନ କ୍ଷେତ୍ରରେ ଫେଲ ମାରିଛି। ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ଅଛି। ଉପ ନିର୍ବାଚନରେ କଂଗ୍ରେସ ୨ୟ ସ୍ଥାନରେ ଥିଲା। ନିଜ ଚୌକି ବଞ୍ଚାଇବାକୁ ବିଜେପି ପ୍ରୟାସ କରୁଛି ବୋଲି ଭକ୍ତ କହିଛନ୍ତି।