ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ରାଜ୍ୟପାଳ ସିଭି ଆନନ୍ଦ ବୋସ; ମମତା କହିଲେ, ମୁଁ ଆଶ୍ଚର୍ଯ୍ୟ

NEWS7
sushant-singh-father-said-to-police-his-son-was-under-the-pressure-of-industry

କୋଲକାତାପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଗୁରୁବାର ଇସ୍ତଫା ଦେଲେ ରାଜ୍ୟପାଳ ସିଭି ଆନନ୍ଦ ବୋସ। ଏନେଇ ଲୋକସଭା ଭବନ କର୍ମୀଙ୍କ ଠାରୁ ତଥ୍ୟ ନେଇ ରିପୋର୍ଟ ପ୍ରକାଶ କରିଛନ୍ତି ପିଟିଆଇ। କେନ୍ଦ୍ର ସରକାରଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ୨୦୨୨ରେ ସିଭି ଆନନ୍ଦ ବୋସ୍ ପଶ୍ଚିମବଙ୍ଗ ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ ଦାୟିତ୍ୱ ତୁଲାଇ ଆସୁଥିଲେ। ଏନେଇ ସେ ପିଟିଆଇକୁ କହିଛନ୍ତି “ମୁଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଯଥେଷ୍ଟ ସମୟ ବିତାଇ ସାରିଲିଣି।”

ଇତି ମଧ୍ୟରେ ବୋସ୍ଙ୍କ ଇସ୍ତଫା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏକ୍ସରେ ପୋଷ୍ଟ କରି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏଭଳି ହଠାତ୍ ଇସ୍ତଫା ଦେବାର କାରଣ କଣ ସେ ଜାଣି ନାହାନ୍ତି। ତେବେ ବୋସ୍ଙ୍କ ସ୍ଥାନରେ ଆରଏନ୍ ରବିଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କୁ ଜଣାଇଥିବା ମମତା କହିଛନ୍ତି।