Live Live
LIVE

ରାତାରାତି ବଦଳିଲା ସଲମାନ ଫିଲ୍ମ ‘ବ୍ୟାଟଲ ଅଫ ଗଲୱାନ’ର ଟାଇଟଲ, ଏବେ ‘ମାତୃଭୂମି’ ନାଁରେ ହେବ ରିଲିଜ୍

NEWS7
surprising-and-interesting-world-records

ମୁମ୍ୱାଇ ୧୭।୦୩: ବଦଳିଲା ସଲମାନ୍ ଖାନଙ୍କ ଅପକମିଂ ଫିଲ୍ମର ନାଁ। ଫିଲ୍ମ ‘ବ୍ୟାଟଲ ଅଫ୍ ଗଲୱାନ’ର ନାମ ପରିବର୍ତ୍ତନ ହୋଇଛି । ନୂଆ ନାମ ‘ମାତୃଭୂମି: ମେ ୱାର ରେଷ୍ଟ ଇନ୍ ପିସ୍’ ରଖାଯାଇଛି । ସୋସିଆଲ୍ ମିଡିଆ ପୋଷ୍ଟ ମାଧ୍ୟମରେ ନିର୍ମାତାମାନେ ସୋମବାର ସକାଳେ ଏହା ଘୋଷଣା କରିଛନ୍ତି । ଏଥିସହ ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ଜାରି ହୋଇଛି ।

ଏନେଇ ଏହାର ନିର୍ଦ୍ଦେଶକ ଅପୂର୍ବ ଲାଖିଆ କହିଛନ୍ତି, ଟାଇଟଲ ବଦଳାଇବା ନିଷ୍ପତ୍ତି ଅଚାନକ ନିଆଯାଇନାହିଁ । ନିର୍ମାତାମାନେ ଅନେକ ଦିନ ଧରି ଏହା ଉପରେ ବିଚାର କରୁଥିଲେ। ନୂଆ ନାମ ଫିଲ୍ମର ବ୍ୟାପକ ଭାବନାକୁ ଅଧିକ ଭଲ ଭାବେ ଦର୍ଶାଉଛି । ଏହି ଫିଲ୍ମ ୨୦୨୦ରେ ଭାରତ-ଚୀନ୍ର ସୈନିକଙ୍କ ମଧ୍ୟରେ ଗଲୱାନ୍ ଘାଟିରେ ହୋଇଥିବା ସଂଘର୍ଷ ଉପରେ ଆଧାରିତ । ସେହି ଘଟଣାରେ ଭାରତୀୟ ସେନାର ଯବାନମାନେ ଅତି କଠିନ ପରିସ୍ଥିତିରେ ଅପୂର୍ବ ସାହସିକତା ପ୍ରଦର୍ଶନ କରିଥିଲେ । ଏପ୍ରିଲ ୧୭ ତାରିଖରେ ଏହି ଫିଲ୍ମ ଥିଏଟରକୁ ଆସିବ ।

ଅଧିକ ପଢନ୍ତୁ- ନୋରାଙ୍କ ଆଇଟମ୍ ନମ୍ଵର ଗୀତ ଶୁଣି ଭଡକିଲେ ଅରମାନ ମଲିକ, ପର୍ଣ୍ଣୋଗ୍ରାଫି ସହ କଲେ ତୁଳନା କଲେ ୟୁଜର୍ସ