ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଗିରଫ କରି ଭୁଲ୍ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ: ଓଡ଼ିଶାରେ ନାଇଡୁଙ୍କ ବଡ଼ ବୟାନ

NEWS7
sura-routray-said-bjd-will-win-from-patkura-ac

ଭୁବନେଶ୍ଵର: ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଗିରଫ କରି ଭୁଲ୍ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅନ୍ୟ ଦେଶର ବ୍ୟାପାରରେ ମୁଣ୍ଡ ପୂରାଇବା ଉଚିତ୍ ନୁହେଁ। ଉତ୍କଳ କଲଚର ୟୁନିର୍ଭସିଟିର ୨୭ ତମ ପ୍ରତିଷ୍ଠା ଦିବସ ଉଦଯାପନୀ ଉତ୍ସବରେ ଯୋଗ ଦେବା ଅବସରରେ ପୂର୍ବତନ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ନିଜ ଭାଷଣରେ ଏହା କହିଛନ୍ତି।

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ଉଦ୍ଯାପନୀ ସମାରୋହ ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ଏମ୍ ଭେଙ୍କେୟା ନାଇଡୁ,ମାନ୍ୟବର ରାଜ୍ୟପାଳ ଡ଼. ହରିବାବୁ କମ୍ଭମ୍ପାଟି, ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ, ପଦ୍ମ ଭୂଷଣ ଡ଼. ପ୍ରତିଭା ରାୟ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଆରେ ଭାଷଣ ଆରମ୍ଭ କରିଥିଲେ ଏମ୍ ଭେଙ୍କେୟା ନାଇଡୁ । ଜୀବନରେ ନିଜର ସଂସ୍କୃତି କଳା ର ପ୍ରଚାର ପ୍ରସାର ଦିଗରେ ଅଗ୍ରସର କେମିତି ହେବେ ଛାତ୍ର ଛାତ୍ରୀ ଉପଦେଶ ଦେଇଥିଲେ । ସଂସ୍କୃତିକ ବିଇଭବ ର ବିକାଶରେ ପିଲାଙ୍କ ଅବଦାନ କେମିତି ରହିବ ସେହି ସମ୍ପର୍କରେ ଆଲୋଚନା କରିଥିଲେ।

ନିଜ ଭାଷଣରେ ନାଇଡୁ କହିଛନ୍ତି, ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଗିରଫ କରି ଆମେରିକା ରାଷ୍ଟ୍ରପତି ଭୁଲ କରିଛନ୍ତି। ଅନ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଆମେରିକା ମୁଣ୍ଡ ପୁରାଇବା ଉଚିତ୍ ନୁହେଁ। ଭେନେଜୁଏଲା ବିରୁଦ୍ଧରେ ଆମେରିକାର ବର୍ବର କାର୍ଯ୍ୟ । ଜମ୍ମୁକୁ ଅଲଗା ରାଜ୍ୟ ପାଇଁ ଉଠୁଥିବା ଦାବିକୁ ନିନ୍ଦା କରିଛନ୍ତି ଏହି ପୂର୍ବତନ ଉପ ରାଷ୍ଟ୍ରପତି । ଭୌଗୋଳିକ ଦୃଷ୍ଟିକୋଣରୁ ଜମ୍ମୁ ଅଞ୍ଚଳ ଗୁରୁତ୍ଵପୂର୍ଣ୍ଣ। ଜମ୍ମୁ ଭାରତର ରହିଛି ଓ ରହିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଜେଏନୟୁରେ ସ୍ଲୋଗାନ ଘୃଣାର ପ୍ରତୀକ ବୋଲି ଭେଙ୍କେୟା ନାଇଡୁ କହିଛନ୍ତି। ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟରେ ନୂଆ ପ୍ରେକ୍ଷାଳୟ ସହ ସ୍ପୋର୍ଟସ କମ୍ପ୍ଲେସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଂସ୍କୃତି ମନ୍ତ୍ରୀ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶକ୍ରମେ ଆମେରିକା ସେନା ଭେନେଜୁଏଲାର ରାଜଧାନୀ କାରାକାସ ଉପରେ ହମଲା କରି ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଅପହରଣ କରି ନେଇଥିଲେ। ତାଙ୍କ ସହ ପତ୍ନୀ ମଧ୍ୟ ଥିଲେ। ଏହା ପରେ ନ୍ୟୁୟର୍କ ସ୍ଥିତ ଆମେରିକା ସଂଘୀୟ ଅଦାଲତରେ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ହାଜର କରାଯାଇଥିଲା। ଏହି ଘଟଣା ସମଗ୍ର ବିଶ୍ଵକୁ ଉତ୍ତେଜନା ମୁହଁକୁ ଠେଲି ଦେଇଛି। ରୁଷ, ଚୀନ ସମେତ ଅନେକ ବଡ଼ ଦେଶ ଆମେରିକାକୁ ତୀବ୍ର ନିନ୍ଦା କରିଛନ୍ତି।