କଟକରେ ଭୟଙ୍କର ବାଣ ବିସ୍ଫୋରଣ, ଚିକିତ୍ସାଧୀନ ଅବସ୍ଥାରେ ମାଆ- ଝିଅ ମୃତ

NEWS7
supreme-court-said-about-farmer-issue-2

କଟକ: କଟକ ଜଗତପୁର ଥାନା ଅଞ୍ଚଳରେ ଭୟଙ୍କର ବାଣ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁହେଁ ମାଆ-ଝିଅ ବୋଲି ଜଣାପଡ଼ିଛି । ଝିଅର ବୟସ ୩ ବର୍ଷ ହୋଇଥିବା ସୂଚନା ମିଳିଛି । ଅନ୍ୟ ମହିଳା ଗୁରୁତର ଅବସ୍ଥାରେ କଟକ ଏସସିବିରେ ଚିକିତ୍ସାଧୀନ ଅଛନ୍ତି । ଗୁରୁତର ମହିଳା ଜଣକ ମୃତ ମହିଳାଙ୍କ ଶାଶୂ ବୋଲି ଜଣାପଡ଼ିଛି ।

ଜଗତପୁର ଥାନା ଅନ୍ତର୍ଗତ ମହାଜନପୁର ଗାଁରେ ବାଣ ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଦୁଇ ବଖରା ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ବିସ୍ଫୋରଣ ପରେ ସ୍ଥାନୀୟ ଲୋକ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘଟଣାରେ ଶାଶୂ, ବୋହୂ ଓ ତିନି ବର୍ଷର ଶିଶୁ କନ୍ୟା ଗୁରୁତର ଆହତ ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସ୍ୱତନ୍ତ୍ର ଆମ୍ବଲାନ୍ସ ଜରିଆରେ ଆହତଙ୍କୁ ଏସସିବି କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ସନ୍ଧ୍ୟା ସମୟରେ ଘରେ ପରିବାର ଲୋକେ ବାଣ ଭିଡୁଥିଲା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି । ତେବେ ବେଆଇନ ଭାବେ ବାଣ ତିଆରି କରାଯାଉଥିବା ସୂଚନା ମିଳିଛି ।