ଆଉ ଏକ ବିମାନ ଦୁର୍ଘଟଣା ! ସାଂସଦଙ୍କ ସମେତ ୧୫ ମୃତ, ପାହାଡରୁ ମିଳିଲା ଭଗ୍ନାବଶେଷ

NEWS7
supreme-court-praised-narendra-modi-corona-virus

ନୂଆଦିଲ୍ଲୀ,|୧:ଆମେରିକାରେ ଭୟଙ୍କର ବିମାନ ଦୁର୍ଘଟଣା । ମହାରାଷ୍ଟ୍ରର ବାରାମତୀରେ ବୁଧବାର ବିମାନ ଦୁର୍ଘଟଣାରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ପ୍ରାଣ ହରାଇଛନ୍ତି । ଏହି ଘଟଣା ମନରୁ ନଲିଭୁଣୁ କଲମ୍ବିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବୁଧବାର ଏଠାରେ ବିକ୍ରାଫ୍ଟ୍୧୯୦୦ନାମକ ଏକ ବିମାନ ନିଖୋଜ ହୋଇଯାଇଥିଲା । ଯାହର ଭଗ୍ନାବଶେଷକୁ ସୁରକ୍ଷାକର୍ମୀ ଖୋଜି ପାଇଛନ୍ତି । ତେବେ ଥିରେ ଥିବା ୧୩ଜଣ ଯାତ୍ରୀ ଏବଂଜଣ କ୍ରୁ ମେମ୍ବର ପ୍ରାଣ ହରାଇଥିବା କୁହାଯାଉଛି ।

ରିପୋର୍ଟ ଅନୁସାରେ, ବିଚକ୍ରାଫ୍ଟ୍ ୧୯୦୦ନାମକ ବିମାନଟି କଲମ୍ବିଆ ସାଂସଦ ଏବଂ ଅନ୍ୟ ଜଣେ ନେତାଙ୍କ ସହ୧୫ଜଣଙ୍କୁ ନେଇ ଉଡାଣ ଭରିଥିଲା । ଦିନ ୧୧ଟା ୪୨ରେ କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଏହା ନିଖୋଜ ହୋଇଯାଇଥିଲା । ରାଡାର ସହ ଏହାର ସମସ୍ତ ସମ୍ପର୍କ ବିଛିନ୍ନ ହୋଇଥିଲା । ଯାହା ପରେ ତଲାସି ଅଭିଯାନ ଆରମ୍ଭ ହୋଇଥିଲା ।

ସବୁଠାରୁ ବଡ କଥା ହେଉଛି ଯେ, ଉଡାଣ ଭରିବାର ମାତ୍ର ୧୧ ମିନିଟ୍ ପରେ ଏହା ରାଡାର ସହ କୌଣସି ସମ୍ପର୍କ ରଖିନଥିଲା । ତେବେ ବହୁ ଖୋଜାଖୋଜି ପରେ ବିମାନର ଭଗ୍ନାବଶେଷକୁ କାଟାତୁମ୍ବୋର ପାହାଡିଆ ଅଞ୍ଚଳରେ ଠାବ କରାଯାଇଛି । ଏହି ଅଞ୍ଚଳ ଖରାପ ପାଣିପାଗ ପାଇଁ ପରିଚିତ । ତେଣୁ ତଲାସି ଅଭିଯାନ ବିଲମ୍ବିତ ହୋଇଥିଲା । ​​​​​​​

 

କଲମ୍ବିଆ ବେସାମରିକ ବିମାନ ମନ୍ତ୍ରାଳୟ କହିଛି ଯେ, ମଳିଥିବା ଭଗ୍ନାବଶେଷର ଯାଞ୍ଚ କରାଯାଉଛି । ଏହାଦ୍ୱାରା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ । ତେବେ ଯାନ୍ତ୍ରିକ ତ୍ରୁଟି ନା ଖରାପ ପାଗ ପାଇଁ ଏପରି ଅଘଟଣ ଘଟିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ କଲମ୍ବିଆର ସାଂସଦ ଡିୟୋଜେନେସ କିନ୍ତେରେ ଏବଂ ରାଲୋସ ସାଲସେଡି ରହିଥିଲେ । ସେମାନେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ।