‘ଭାରତ ପ୍ରକୃତରେ ଆମକୁ ସାହାଯ୍ୟ କରିଥିଲା’: IRIS ଡେନା ବୁଡ଼ିବା ଘଟଣାରେ ପ୍ରତିକ୍ରିୟା ଦେଲେ ଇରାନ ରାଷ୍ଟ୍ରଦୂତ

NEWS7
supreme-court-hearing-on-delhi-violence-on-wednesday

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ଆମେରିକାର ଟାର୍ଗେଟରେ ଥିବା ଇରାନ ଜାହାଜଗୁଡ଼ିକୁ ଭାରତ ପ୍ରକୃତରେ ବହୁତ ସାହାଯ୍ୟ କରିଛି । ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ଶନିବାର ମହମ୍ମଦ ଫଥାଲି ଏହା କହିଛନ୍ତି । ସେ କହିଛନ୍ତି, ଇରାନ୍ ସାହାଯ୍ୟକୁ ସୁରକ୍ଷା ଦେବା ଲାଗି ଆମର ଅନୁରୋଧ ରକ୍ଷା କରିଛି ଭାରତ ।

ଇଣ୍ଡିଆ ଟୁଡେ୍ କନକ୍ଲେଭରେ ମହମ୍ମଦ ଫଥାଲିଙ୍କୁ ଭାରତ ଏବଂ ଶ୍ରୀଲଙ୍କା ପକ୍ଷରୁ କଣ ସହାୟତା ମିଳିଥିବା ବୋଲି ପ୍ରଶ୍ନ କରାଯାଇଥିଲା । ସେ କହିଥିଲେ, ମୋତେ କେବଳ ଇରାନ୍ ଏବଂ ଭାରତ ସଂପର୍କରେ କହିବାକୁ ଦିଅ । ମୁଁ ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ । ତୃତୀୟ ଦେଶ ବିଷୟରେ ମୁଁ କହିବାକୁ ଚାହୁଁନାହିଁ । ଏପରିକି ଭାରତ ବ୍ୟତୀତ ଅନ୍ୟ କୌଣସି ଦେଶ ଇରାନ୍ ଜାହାଜକୁ ସୁରକ୍ଷା ଦେବାକୁ ରାଜି ହୋଇନଥିଲେ ବୋଲି ଇସାରା ଦେଇଛନ୍ତି ଫଥାଲି ।

ଭାରତୀୟ ଜଳସୀମାରେ ଥିବା ଏକ ଇରାନ ନୌସେନା ଜାହାଜ IRIS Denaକୁ ମାର୍ଚ୍ଚ ୪ ତାରିଖରେ ଆମେରିକା ଆକ୍ରମଣ କରି ବୁଡ଼ାଇ ଦେଇଥିଲା । ଫଳରେ ଜାହାଜରେ ଥିବା ୧୦୦ ରୁ ଅଧିକ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଭାରତରେ ଏକ ତୀବ୍ର ବିତର୍କ ସୃଷ୍ଟି କରିଥିଲା । କାରଣ ଯୁଦ୍ଧଜାହାଜଟି ଫେବୃଆରୀ ୧୫-୨୫ ମଧ୍ୟରେ ଅନ୍ତର୍ଜାତୀୟ ଫ୍ଲିଟ୍ ସମୀକ୍ଷା (IFR) ୨୦୨୬ରେ ଅଂଶଗ୍ରହଣ କରି ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଫେରୁଥିଲା।

ଇରାନ ରାଷ୍ଟ୍ରଦୂତ IRIS ଡେନା ବୁଡ଼ିବା ଜବାବ ଦେବାକୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ‘ଆମେ ନିଶ୍ଚିତ ଭାବରେ ସେମାନଙ୍କୁ ଏକ ଜବାବ ଦେବୁ । ଆମେ ପୂର୍ବରୁ ମଧ୍ୟ ଏହା କରିସାରିଛୁ। ନିଶ୍ଚିତ ଭାବରେ, ଆପଣ କିଛି ଦିନ ମଧ୍ୟରେ ଭଲ ଖବର ଶୁଣିବେ। ଇରାନ କୌଣସି କାର୍ଯ୍ୟାନୁଷ୍ଠାନ ବିନା ଛାଡିବ ନାହିଁ ।’