Cuttack ନୁହେଁ Katak... ପ୍ରମାଣ ଦେଲା ୧୯୨୪ ମସିହାର ଲୁହା ଫଳକ

NEWS7
suprem-court-said-to-make-a-comity-on-farmers-strike-issue

କଟକ ୦୮।୦୨ : କଟକ ନାମର ଇଂରାଜୀ ବନାନ ପରିବର୍ତ୍ତନକୁ ନେଇ କିଛି ତଥ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରୁ ମିଳିଥିବା କିଛି ପୂର୍ଵତନ ସରକାରୀ ଅଧିକାରୀ ଦାଵି କରିଛନ୍ତି। ଐତିହାସିକ ତଥ୍ୟ ଅନୁସାରେ କଟକର ପ୍ରକୃତ ବନାନ ବା ମୂଳ ବନାନ ହେଉଛି କେଏଟିଏକେ। ବିଶ୍ୱବିଦ୍ୟାଳୟର ଏକ ଟ୍ରେଜେରୀ ବା ଆଇରନ ଚେଷ୍ଟ ରହିଛି। ଯେଉଁଥିରେ କି କଟକର ନାମ ଇଂରାଜୀରେ KATAK ବୋଲି ବନାନ ଅଛି। ରେଭେନ୍ସା ପରିସରରେ ଥିବା ଐତିହ୍ୟ-ସମ୍ପନ୍ନ ପାୱାର ହାଉସଟି ୧୯୨୪ ମସିହାରେ ମୟୁରଭଞ୍ଜର ମହାରାଜା ପୂର୍ଣ୍ଣ ଚନ୍ଦ୍ର ଭଞ୍ଜଦେଓଙ୍କର ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତାରେ ନିର୍ମିତ ହୋଇଥିଲା । ରାଜ୍ୟର ଏହି ପ୍ରଥମ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥାର ଏକ ବ୍ରିଟିଶ କମ୍ପାନୀଦ୍ୱାରା ନିର୍ମିତ ଲୁହାର ଫଳକ ର ହିଛି। ସେହି ଲୁହା ଫଳକରେ କଟକର ଵନାନ ଇଂରାଜୀର KATAK ଲେଖାଯାଇଥିଵା କୁହାଯାଉଛି। ଏହି ଭଳି କିଛି ତଥ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।