LIVE TV

ପରିବାର ଧରାଶାୟୀ, ନିଆଁରେ ପୋଡ଼ିଗଲା ୮ ଲକ୍ଷ ଟଙ୍କାର ନୋଟ୍

NEWS7
superstar-amitabh-bachchan-rents-property-to-sbi-know-how-much-rent-you-will-get

ଖଲ୍ଲିକୋଟ ୧୬।୧୧ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଧରାକୋଟ ସାହିରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ନଗଦ ୮ ଲକ୍ଷ ଟଙ୍କା ଓ ତିନି ବଖରା ଘର । ଏହାସହ ଅନେକ ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ପୋଡ଼ି ଯାଇଥିବା ସମ୍ପତ୍ତିର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଖଲ୍ଲିକୋଟ ଧରାକୋଟ ସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଧରାକୋଟ ସାହିର ଦିଲ୍ଲୀପ ଖୁଣ୍ଟିଆଙ୍କ ପରିବାର ଖାଇ ପିଇ ଶୋଇଥିଲେ । ଏହି ସମୟରେ ହଠାତ୍ ସର୍ଟ ସର୍କିଟ ଯୋଗୁ ଘରେ ଲାଗିଥିଲା ନିଆଁ । ହଠାତ୍ ପଛ ପଟ ଘରୁ ନିଆଁ ବାହାରିବା ଦେଖି ଦିଲ୍ଲୀପ ପରିବାରର ସମସ୍ତ ସଦସ୍ୟଙ୍କୁ ଧରି ବାହାରକୁ ଦୌଡ଼ି ଆସିଥିଲେ । ସେପଟେ ନିଆଁର ପ୍ରକୋପ ଏତେ ଥିଲା ଯେ, ଘର ହୁ ହୁ ହୋଇ ଜଳିବାକୁ ଲାଗିଥିଲା । ଯେଉଁଥିରେ ଘରର ସିନ୍ଦୁକ, ଆଲମିରା, ଖଟ, ଫ୍ରିଜ୍ ସହ ନଗଦ ୮ ଲକ୍ଷ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି । ନିଆଁ ଲାଗିବା ପରେ ତୁରନ୍ତ ରମ୍ଭା ଓ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।