LIVE TV

ପ୍ୟାରିସ୍ ର ଲା ସ୍ୟାଣ୍ଟେ ଜେଲକୁ ଗଲେ ପୂର୍ବତନ ଫ୍ରାନ୍ସ ରାଷ୍ଟ୍ରପତି ନିକୋଲସ ସର୍କୋଜୀ, ଜାଣନ୍ତୁ କାହିଁକି?

NEWS7
super-vaccine-in-india

ପ୍ୟାରିସ୍ ୨୧।୧୦: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲସ ସର୍କୋଜୀ ୫ ବର୍ଷ ଜେଲଦଣ୍ଡ ବିତାଇବାକୁ ମଙ୍ଗଳବାର ପ୍ୟାରିସ୍ ର ଲା ସ୍ୟାଣ୍ଟୋ ଜେଲକୁ ଯାଇଛନ୍ତି। ତେବେ ଏହା ପୂର୍ବରୁ ସେ ସୋସିଆଲ ମିଡିଆ ସାଇଟରେ ତାଙ୍କ ଭାବନା  ଉଲ୍ଲେଖ କରିଛନ୍ତି। ଏହି ଲମ୍ବା ଚୌଡା ପୋଷ୍ଟରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ ଫ୍ରାନ୍ସର ରାଷ୍ଟ୍ରପତି ଥିବା ସାର୍କୋଜୀଙ୍କୁ ମୃତ ଲିବ୍ୟା ଏକଛତ୍ରବାଦୀ ମୁଅମ୍ମର ଗଦ୍ଦାଫୀଙ୍କ ଦ୍ୱାରା ତାଙ୍କ ନିର୍ବାଚନ ଅଭିଯାନ ନିମନ୍ତେ ଧନ ସଂଗ୍ରହ ଯୋଜନା କରିଥିବାର ଅଭିଯୋଗ ହୋଇଥିଲା। 

ଏହି ମାମଲାରେ ସାର୍କୋଜୀଙ୍କୁ ଗତ ସେପ୍ଟେମ୍ବର ମାସରେ ୫ ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା। ସାର୍କୋଜୀ ଜେଲକୁ ଯାଉଥିବାର କିଛି ଭିଡିଓ ଏବେ ସାମ୍ନାକୁ ଆସୁଛି। ଏଥିରେ ସାର୍କୋଜୀଙ୍କୁ ତାଙ୍କର ଗାୟିକା ପତ୍ନୀ କାର୍ଲା ବ୍ରୁନିଙ୍କ ହାତରେ ହାତ ଛନ୍ଦି ଘରୁ ବାହାରୁଥିବାର ଦେଖା ଯାଉଛି  କାରାଗାର ବାହାରେ ପତ୍ନୀଙ୍କୁ ଆଲିଙ୍ଗନ କରିବା ପରେ ସେ ଜେଲକୁ ଚାଲି ଯାଇଛନ୍ତି।ସେହି ସମୟରେ ସାର୍କୋଜୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ବାର୍ତ୍ତା ପ୍ରସାରିତ ହୋଇଛି, ଯେଉଁଥିରେ ସେ ଲେଖିଛନ୍ତି ମୁଁ ନିର୍ଦ୍ଦୋଷ ଓ ମୋତେ ଜେଲ ଦଣ୍ଡ ଏକ ବିଚାରବିଭାଗୀୟ ଦୁର୍ନୀତି ବୋଲି ସେ ଉଲ୍ଲେଖ କରିଛନ୍ତି।

ୟୁରୋ ନ୍ୟୁଜ୍ ଅନୁସାରେ ନିକୋଲସ ସର୍କୋଜୀଙ୍କୁ ଯେଉଁ  ଲା ସ୍ୟାଣ୍ଟେ ଜେଲରେ ରଖା ଯାଇଛି, ତାହା ଅନେକ ଐତିହାସିକ ଘଟଣାର ଏକ ମୁକସାଖୀ। ୨୦୦୭-୨୦୧୨ ପର୍ଯ୍ୟନ୍ତ ଫ୍ରାନ୍ସ ରାଷ୍ଟ୍ରପତି ଥିବା ସର୍କୋଜୀ ତାଙ୍କ ଦଣ୍ଡ ସେହି ଜେଲରେ କାଟିବେ ଯେଉଁଠି ଉନବିଂଶ ଶତାବ୍ଦୀର ସବୁଠୁ ପ୍ରସିଦ୍ଧ କୈଦୀମାନେ ଥିଲେ। ଏମାନଙ୍କ ମଧ୍ୟରେ କ୍ୟାପ୍ଟେନ ଅଲଫ୍ରେଡ ଡ୍ରେଫସ୍ ବି ଥିଲେ। ଯାହାଙ୍କୁ ପ୍ରସିଦ୍ଧ ଇହୁଦୀ ବିରୋଧୀ ମାମଲାରେ ଦେଶଦ୍ରୋହ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ଏହି ଜେଲରେ ଭେନେଜୁଏଲାର କୁଖ୍ୟାତ ଆତଙ୍କବାଦୀ କର୍ଲୋସ ଦି ଜ୍ୟାକଲ ମଧ୍ୟ ରହୁଥିଲା, ଯିଏ ଫ୍ରାନ୍ସ ମାଟିରେ ଅନେକ ଆତଙ୍କବାଦୀ ଗତିବିଦ୍ଧିକୁ ସଫଳ କରିଥିଲା। ଗତମାସରେ ଏକ ରାୟରେ ପ୍ୟାରିସ୍ ଜଜ୍ କହିଥିଲେ ଯେ ସାର୍କୋଜୀ ତାଙ୍କ ଆବେଦନର ଶୁଣାଣିକୁ ଆଉ ଅପେକ୍ଷା ନ କରି ଜେଲ ଦଣ୍ଡ ଭୋଗିବା ଆରମ୍ଭ କରିଦେବା ଦରକାର। ନ୍ୟାସନାଲ ଫାଇନାନ୍ସିଆଲ ପ୍ରୋସିକ୍ୟୁସନ କାର୍ଯ୍ୟାଳୟ ଗତ ସୋମବାର ସାର୍କୋଜୀ ତାଙ୍କ ଦ୍ୱାରା ଅଟକ ଥିବା ଜଣାଇଥିଲେ। ନ୍ୟାୟ ମନ୍ତ୍ରୀ ଗେରାଲ୍ଡ ଦାରମାନିନ୍ ପୁଷ୍ଟି କରିଥିଲେ ଯେ ସାର୍କୋଜୀ ମଙ୍ଗଳବାର ଜେଲକୁ ଯିବେ। ଜେଲରେ ତାଙ୍କ ସୁରକ୍ଷା ଓ ଅନ୍ୟ ଆନୁଷଙ୍ଗିକ ଆବଶ୍ୟକତା ପୂରଣ ପାଇଁ ସେ ତାଙ୍କୁ ଜେଲରେ ଭେଟିବେ।