LIVE TV

ମାଲବାହୀ ଟ୍ରେନ୍ ଯିବାବେଳେ ରେଲୱେ ଟ୍ରାକ୍‌ରେ ପଡ଼ିଲା ପଥର, ଟ୍ରେନ୍ ଚଳାଚଳ ବନ୍ଦ

NEWS7
sundergarh-girl-sale-in-delhi-in-name-of-job

କୋରାପୁଟ ୧୦: ରେଲୱେ ଟ୍ରାକ୍‌ ଉପରେ ପଡ଼ିଲା ପଥର । କୋରାପୁଟରେ ମାଲବାହୀ ଟ୍ରେନ୍ ଯାଉଥିବା ସମୟରେ ଘଟିଛି ଅଘଟଣ । ରେଳ ଧାରଣାରେ ଟ୍ରେନ୍ ଚଳାଚଳ ବନ୍ଦ । କିରୁଣ୍ଡଲ-କୋତାବାଲସା ରେଳ ପଥର ତୟଡା ଓ ଚିରୁପାଲି ମଝିରେ ଏଭଳି ଅଘଟଣ ଘଟିଛି । କିରଣ୍ଡଲ-ବିଶାଖାପାଟଣା ଟ୍ରେନ୍ ବାତିଲ ହୋଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଥିବାବେଳେ ଉଦ୍ୟମ ଜାରି ରହିଛି । ଅପରାହ୍ନ ସୁଦ୍ଧା ରେଳ ଚଳାଚଳ ସ୍ଵାଭାବିକ ହେବା ନେଇ କରାଯାଉଛି ଆକଳନ ।