ନିର୍ବାଚନ ତାରିଖ ଘୋଷଣା ପରେ ବଦଳିବ ଆଇପିଏଲ ଖେଳସୂଚୀ !ଏହି ରାଜ୍ୟରେ ଖେଳାଯିବନି ମ୍ୟାଚ୍

NEWS7
sundargarh-shutdown

ନୂଆଦିଲ୍ଲୀ, ୧୬ /୦୩: ବିସିସିଆଇ ଆଇପିଏଲ ପାଇଁ ଖେଳସୂଚୀ ଜାରି କରିଛି । ନିର୍ବାଚନକୁ ନଜରରେ ରଖି ଏପ୍ରିଲ୧୨ତାରିଖ ଯାଏଁ ବିସିସିଆଇ ଖେଳସୂଚୀରେ ବିଭିନ୍ନ ମ୍ୟାଚ୍ ରହିଛି । ଯେଉଁଥିରେ୨୦ଟି ମୁକାବିଲା ଖେଳାଯିବ । ତେବେ ରବିବାରରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତିପ୍ରକାଶ ପାଇଛି। ଯାହାକୁ ଦେଖି ବିସିସିଆଇ ନିଜ ଆଇପିଏଲ ଖେଳସୂଚୀରେ ପୁଣି ଥରେ ପରିବର୍ତ୍ତନ କରିପାରେ ବୋଲି ଆଶଙ୍କା କରାଯାଉଛି ।

ଆସାମ ନିର୍ବାଚନ ଏବଂ ଆଇପିଏଲ

ନିର୍ବାଚନ ଆୟୋଗ ଆସାମରେ ଏପ୍ରିଲତାରିଖରେ ମତଦାନ ହେବା ନେଇ ଘୋଷଣା କରିଛନ୍ତି । ଆସାମର୧୨୬ବିଧାନସଭା ସିଟ୍ ପାଇଁ ଏପ୍ରିଲତାରିଖରେ ଭୋଟ୍ ହେବ । ଗୋଟିଏ ପର୍ଯ୍ୟାୟରେ ଏଠାରେ ଭୋଟ୍ ହେବ । ଯଦି ଆଇପିଏଲର ଖେଳସୂଚୀ ଉପରେ ନଜର ପକାଯାଏ ତେବେ ଗୌହାଟୀରେ ଏପ୍ରିଲତାରିଖରେ ମ୍ୟାଚ୍ ହେବା ନେଇ କୁହାଯାଇଛି ।

ଏବେ ପ୍ରଶ୍ନ ଉଠୁଛି ଯେ ଏପ୍ରିଲତାରିଖରେ ହେବାକୁ ଥିବା ନିର୍ବାଚନ ପାଇଁ ଆଇପିଏଲର ଖେଳସୂଚୀ ବଦଳିବ ନା ନାହିଁ । ଏବେ କିନ୍ତୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ଆଶଙ୍କା କରାଯାଉଛି ଯେ, ବିସିସିଆଇ ନୂଆ ଖେଳସୂଚୀ ଜାରି କରିବା ଆଗରୁ ପ୍ରଶାସନ ସହ ଆଲୋଚନା କରିଥିବ ।

ଆସାମରେ ଏପ୍ରିଲତାରିଖରେ ଭୋଟ୍ ଥିବାରୁତାରିଖ ଦିନ ପ୍ରଚାର ବନ୍ଦ ହୋଇଯିବ । ପୋଲିସ ପ୍ରଶାସନକୁ ମଧ୍ୟତାରିଖରେ ମୁତୟନ କରାଯିବ ।ତାରିଖ ସନ୍ଧ୍ୟାରେ ମ୍ୟାଚ୍ ଥିବାରୁଏବଂ୧୦ତାରିଖରେ ଅର୍ଥାତ ଭୋଟ୍ ଏବଂ ତା ପରଦିନ ପୋଲିସ ପାଇଁ ଅନେକ ଚ୍ୟାଲେଞ୍ଜ୍ ରହିବ ।

ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥା ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ । ସାଧାରଣ ଭାବେ ମତଦାନ ପାଇଁ ସପ୍ତାହେ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ଫଳରେ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଦାୟିତ୍ୱ ବଢିଯାଏ । ଆସାମର ସୀମା ବାଂଲାଦେଶ ସହ ଲାଗି ଥିବାରୁ ଏହା ଅଧିକ ଚ୍ୟାଲେଞ୍ଜ୍ ଦେଇଥାଏ । ତେଣୁ ଖେଳାଳି ଏବଂ ଅନ୍ୟ ସପୋର୍ଟ ଷ୍ଟାଫ୍ ଙ୍କୁ ସୁରକ୍ଷାକୁ ସୁନିଶ୍ଚିତ କରିବା ସହଜ ନୁହେଁ ।

ଶୀଘ୍ର ପୂର୍ଣ୍ଣ ଖେଳସୂଚୀ

ବିସିସିଆଇ ଶୀଘ୍ର୨୦୨୬ଆଇପିଏଲ ପାଇଁ ଖେଳସୂଚୀ ଜାରି କରିବ । ଏଥିରୁ ଗୌହାଟୀରେ ହେବାକୁ ଥିବା ମ୍ୟାଚ୍ ପରିବର୍ତ୍ତନ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇଯିବ ।