Live Live
LIVE

ପରିସ୍ରା ଯିବାବେଳେ ଶୌଚାଳୟରେ ହେଲା ପ୍ରସବ, ହେଲେ ପ୍ୟାନରେ ପଡ଼ି…

NEWS7
sun-transit-in-aries-from-14th-april-2021

ରାଉରକେଲା ୧୧।୦୩: ଜଣେ ଯୁବତୀ ପରିସ୍ରା କରିବାକୁ ଶୌଚାଳୟ ଯାଇଥିଲେ। ହଠାତ୍ ପେଟରେ ଯନ୍ତ୍ରଣା ଅନୁଭବ ହେଲା। ଆଉ ତାପରେ ଯାହା ଘଟିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଉରକେଲା ସହରର ଏକ ଡାକ୍ତରଖାନାରେ ଏଭଳି କିଛି ଘଟଣା ଘଟିଛି ଯାହା ତଦନ୍ତର ପରିସରକୁ ନେଇ ଆସିଛି। ଜଣେ ଯୁବତୀ ପରିସ୍ରା କରିବାକୁ ଯାଇଥିବା ବେଳେ ଶୌଚାଳୟ ପ୍ୟାନରେ ପ୍ରସବ କରିବା ଓ ସେଠାରେ ନବଜାତକର ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ।

ସୂଚନା ଅନୁସାରେ ସୋମବାର ରାତିରେ ଜଣେ ଯୁବତୀ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ଡାକ୍ତରଖାନାକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା ପରେ ସେ ଗର୍ଭବତୀ ଥିବା ଜଣାଇଥିଲେ। ତେଣୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିଳମ୍ବିତ ରାତିରେ ସେ ବାଥରୁମ୍ ଯାଇଥିବା ବେଳେ ସେଠାରେ ତାଙ୍କର ପ୍ରସବ ହୋଇଯାଇଥିଲା। ନବଜାତଟି ଟଏଲେଟ୍ ପ୍ୟାନରେ ପଡ଼ି ଯାଇଥିଲା ।

also- ଗଞ୍ଜେଇ ଚାଲାଣର ନୂଆ ଫଣ୍ଡା, କଲେଜ ଛାତ୍ରଙ୍କ ବ୍ୟାଗ୍‌ରେ ଚୋରା ଚାଲାଣ

ମାତ୍ର ଏହି ଘଟଣା ସମ୍ପର୍କରେ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ କିମ୍ବା ପରିବାର ସଦସ୍ୟଙ୍କୁ ଯୁବତୀ ଜଣକ କିଛି ଜଣାଇନଥିଲେ। ସକାଳେ ହସ୍ପିଟାଲର ସଫେଇ କର୍ମଚାରୀ ବାଥରୁମ୍ ସଫେଇ କରିବାକୁ ଯାଇଥିବା ବେଳେ ପାଇଖାନାରେ ଏକ ମୃତଶିଶୁ ପଡ଼ିଥିବା ଦେଖି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାଇଥିଲେ। ପରେ ନିୟମାନୁଯାୟୀ ପୋଲିସକୁ ଖବର ଦିଆଯାଇଥିଲା। ସେକ୍ଟର-୧୯ ଥାନା ଇନ୍ସପେକ୍ଟର ବୈଦନାଥ ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ହସ୍ପିଟାଲରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହିତ ମୃତଦେହ ଉଦ୍ଧାର କରିଥିଲା।