ଷ୍ଟାଡିୟମରେ ଛକା ଚଉକା ବର୍ଷା : ଗୁଜୁରାଟ ବିପକ୍ଷରେ ବିରାଟଙ୍କ ଅର୍ଦ୍ଧଶତକ, କିନ୍ତୁ କରିପାରିଲେନି ସେଞ୍ଚୁରୀ

NEWS7
sumitra-jena-elected-as-mahila-congress-president

ବେଙ୍ଗାଲୁରୁ, ୨୬/୧୨: ନୂଆ ଅନ୍ଦାଜରେ ବିରାଟ କୋହଲି । ବିଜୟ ହଜାର ଟ୍ରଫିରେ ବିସ୍ଫୋରକ ବ୍ୟାଟିଂ । ପୂର୍ବରୁ କରିନଥିବା କାରନାମା ଏବେ ଦେଖାଉଛନ୍ତି ବିରାଟ୍ । ସର୍ଟ୍ ରନ୍ ଅପେକ୍ଷା ଛକା ଏବଂ ଚଉକାରେ ଡିଲ୍ କରୁଛନ୍ତି । ଆନ୍ଧ୍ର ପରେ ଏବେ ଗୁଜୁରାଟ ବିପକ୍ଷରେ ବିସ୍ଫୋରକ ଅର୍ଧଶତକ ହାସଲ କରି ଆଉଟ୍ ହୋଇଛନ୍ତି ରନ୍ ମେସିନ୍ । ସବୁଠାରୁ ବଡ କଥା ହେଲା ଯେ, ଅର୍ଧଶତକର ୯୦ ପ୍ରତିଶତ ରନ୍ କେବଳ ଛକା ଏବଂ ଚଉକାରୁ ଆସିଛି ।

ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ଦିଲ୍ଲୀ । ଶୀଘ୍ର ଆଉଟ୍ ହୋଇଯାଇଥିଲେ ଓପନର ପ୍ରିୟାଂଶ ଆର୍ୟ୍ୟା । ଏହାପରେ କ୍ରିଜକୁ ଆସିଥିଲେ ବିରାଟ । ଆସୁ ଆସୁ ସେ ବାଉଣ୍ଡରୀ ବର୍ଷା କରିଥିଲେ । ଖୁବ୍ କମ ସମୟରେ ସେ ୧୨ଟି ଚଉକା ଏବଂ ଗୋଟିଏ ଛକା ଲଗାଇ ଅର୍ଧଶତକ ହାସଲ କରିଥିଲେ । ପ୍ରଥମ ୫୩ ରନରୁ ୫୦ ରନ୍ କେବଳ ବାଉଣ୍ଡରୀରୁ ଆସିଥିଲା । ମୋଟ୍ ୬୧ଟି ବଲର ସାମ୍ନା କରିଥିଲେ ରନ୍ ମେସିନ୍ । ଏଥିରେ ୧୩ ଚଉକା ଏବଂ ଗୋଟିଏ ଛକା ଥିଲା ।

କିଏ କୋହଲିଙ୍କୁ କଲେ ଆଉଟ୍

୭୭ ରନ୍ କରି ବ୍ୟାଟିଂ କରୁଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ବାମହାତୀ ସ୍ପିନର ବିଶାଲ ଜୟସ୍ୱାଲ । ଅର୍ଧଶତକ ପରେ କୋହଲିଙ୍କ ରନ୍ ଗତି ସାମାନ୍ୟ ଧିମା ହୋଇଯାଇଥିଲା । ବିଶାଲଙ୍କ ଏକ ବଲରେ କ୍ରିଜ୍ ବାହାରକୁ ସଟ୍ ଖେଳିବାକୁ ଚାଲି ଆସିଥିଲେ ରନ୍ ମେସିନ୍ । ଏହାର ସୁଯୋଗ ଦେଖି କିପର୍ ଉର୍ବିଲ ପଚେଲ ଷ୍ଟମ୍ପିଂ କରିଥିଲେ । କୋହଲିଙ୍କ ପାଖରେ ପ୍ରଥମ ଶ୍ରେଣୀ କ୍ରିକେଟରେ ୫୯ ତମ ଶତକ ଲଗାଇବାର ସୁଯୋଗ ଥିଲା । ଏବେ ସେ ୫୮ଟି ଶତକ ସହ ୮୫ଟି ଅର୍ଧଶତକ ହାସଲ କରିଛନ୍ତି ।

ବିଜୟ ହଜାରେ ଟ୍ରଫିର ପ୍ରଥମ ମୁକାବିଲାରେ ଆନ୍ଧ୍ର ବିପକ୍ଷରେ ଶତକ ହାସଲ କରିଥିଲେ ରନ୍ ମେସିନ୍ । ୧୦୧ ବଲରୁ ସେ ୧୩୧ ରନ୍ କରିଥିଲେ ।