ସୋସିଆଲ ମିଡିଆରେ ଟ୍ରୋଲ ! ବର୍ଷିଲେ ଫ୍ୟାନ୍ସ; କହିଲେ- ପ୍ରେମାନନ୍ଦ ଜୀ ମହାରାଜଙ୍କୁ ପାଖକୁ ଯିବାର ଫାଇଦା କଣ ?

NEWS7
suicide-case

ପରୀକ୍ଷା କରୁଥିଲେ ଭଗବାନ ! ଫେଲ ମାରିଲେ ବିରାଟ। ଭୁଲ ପାଇଁ ଅନୁତପ୍ତ ନୁହନ୍ତି। କୋହଲିଙ୍କ ଏ କି ଆଚରଣ ! ସୋସିଆଲ ମିଡିଆରେ ଟ୍ରୋଲ। ବର୍ଷିଲେ ଫ୍ୟାନ୍ସ। କହିଲେ ମହାରାଜ ପ୍ରେମାନନ୍ଦ ଜୀଙ୍କୁ ପାଖକୁ ଯିବାର ଫାଇଦା କଣ ?

ମଣିଷ ମାତ୍ରକେ ଭୁଲ। କିନ୍ତୁ ସେଇ ଭୁଲକୁ ମାନିନେବା ମହାନ ଗୁଣ। ଅନୁତାପ କରିବା ମଣିଷ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିପାରେ। ଆମେ ଏଠି ବଡ଼ ନୁହେଁ। ଆମକୁ ସୃଷ୍ଟି କରିଥିବା ସେଇ ପରବ୍ରହ୍ମ ବିଁ ବଡ଼। ଏହା ମୋର କି ଆପଣଙ୍କ ମତ ନୁହେଁ। ସ୍ୱୟଂ ମହାନ ସନ୍ଥ ପ୍ରେମାନନ୍ଦଜୀ ମହାରାଜାଙ୍କ ଏ ଦିବ୍ୟଜ୍ଞାନ ଅନେକଙ୍କ ମାର୍ଗଦର୍ଶନ ହୋଇପାରିଛି। ଶ୍ରୀ ରାଧାରାଣୀଙ୍କ ନାମ ଜପୁଥିବା ପ୍ରେମାନନ୍ଦ ମହାରାଜଙ୍କ କଥା ଯିଏ ବି ଶୁଣିବ ସିଏ ବିମୋହିତ ହୋଇଯିବ। କିନ୍ତୁ ପ୍ରେମାନନ୍ଦଜୀଙ୍କୁ ଭେଟିବା ପରେ ବିରାଟ ଏବଂ ଅନୁଷ୍କାଙ୍କ ଆଚରଣ ସମସ୍ତଙ୍କୁ ଚକିତ କରିଛି।

ଗତ ୧୬ ତାରିଖରେ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବୃନ୍ଦାବନରେ ପହଞ୍ଚିଥିଲେ, ଯେଉଁଠାରେ ସେମାନେ କେଲି କୁଞ୍ଜ ଆଶ୍ରମରେ ସନ୍ଥ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଦର୍ଶନ କରିଥିଲେ। ତାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ତୃତୀୟ ଥର ଅନୁଷ୍କା ଏବଂ ବିରାଟ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଦର୍ଶନ କରିଥିଲେ। ସେମାନେ ପ୍ରେମାନନ୍ଦ ଜୀଙ୍କ ସମ୍ମୁଖରେ ଆଣ୍ଠୁ ମାଡ଼ି ବସି ତାଙ୍କ କଥା ଶୁଣିଥିଲେ। ତା’ପରେ, ସେମାନେ ତାଙ୍କର ଆଶୀର୍ବାଦ ଏବଂ ପରମ ଜ୍ଞାନ ଲାଭ କରିଥିଲେ। ବିରାଟ ଏବଂ ଅନୁଷ୍କା ସେମାନଙ୍କ ବେକରେ ତୁଳସୀ ମାଳ ପିନ୍ଧିଥିଲେ। ସେମାନେ ପ୍ରେମାନନ୍ଦ ଜୀ ମହାରାଜଙ୍କଠାରୁ ମଧ୍ୟ ଦୀକ୍ଷା ଗ୍ରହଣ କରିଥିଲେ।

କିନ୍ତୁ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିବା ପରେ ଅନୁଷ୍କା ଏବଂ ବିରାଟ ମୁମ୍ବାଇରେ ଏୟାରପୋର୍ଟ ପହଞ୍ଚିବା ପୂର୍ବରୁ ଗୋଟିଏ ଘଟଣା ଘଟିଥିଲା। ବିମାନବନ୍ଦରରେ ଜଣେ ଦିବ୍ୟାଙ୍ଗ ପ୍ରଶଂସକ କୋହଲିଙ୍କୁ ଉତ୍କଣ୍ଠାର ସହିତ ଅପେକ୍ଷା କରିରହିଥିଲେ। ଯେତେବେଳେ କୋହଲି ଆସିଲେ, ସେହି ସମୟରେ ଏକ ଫଟୋ ଉଠାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ଏବଂ ଅନୁଷ୍କା ସେହି ପ୍ରଶଂସକଙ୍କୁ ଅଣଦେଖା କରିଥିଲେ।

ଏପରିକି ଅନୁଷ୍କା ଏବଂ ବିରାଟ ଦିବ୍ୟାଙ୍ଗ ପ୍ରଶଂସକଙ୍କୁ ଚାହିଁବି ନଥିଲେ। ଧକ୍କା ଦେଇ ସେମାନେ ତାଙ୍କ କାର ଆଡ଼କୁ ସିଧା ଚାଲିଯାଇଥିଲେ। ପ୍ରଶଂସକ ଜଣଙ୍କ ନିରାଶ ହୋଇଥିଲେ। ଏ ଭିଡିଓଟି ବେଶ ଭାଇରାଲ ହେବାରେ ଲାଗିଛି। ଏହା କେବଳ ସେଇ ଦିବ୍ୟାଙ୍ଗ ପ୍ରଶଂସକଙ୍କୁ ନୁହେଁ ବରଂ ସମ୍ପୂର୍ଣ୍ଣ କ୍ରୀଡାପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନୁଷ୍କା ଏବଂ ବିରାଟଙ୍କ ଏହି ମନୋଭାବକୁ ନେଇ ୟୁଜର୍ସ କ୍ରୋଧିତ। ପାଓ୍ୱାର କପଲ୍ ବିରୁଷ୍କାଙ୍କୁ କଡ଼ା ସମାଲୋଚନା। କଣ ଏହି ଦିନ ଦେଖିବାକୁ ସେମାନେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଥିଲେ? ଏଭଳି ପ୍ରଶ୍ନ ଉଠାଇ ପ୍ରବଳ ବର୍ଷିଛନ୍ତି ବିରାଟଙ୍କ ଫ୍ୟାନ୍ସ।

ଜଣେ ୟୁଜର୍ସ ଲେଖିଛନ୍ତି, "ଆଧ୍ୟାତ୍ମିକ ଯାତ୍ରାରେ ଯାଅ, କିନ୍ତୁ ଦିବ୍ୟାଙ୍ଗ ପ୍ରଶଂସକଙ୍କ ସହିତ ଅଭଦ୍ର ବ୍ୟବହାର କର।" ଆଉ ଜଣେ କମେଣ୍ଟ ଦେଇଛନ୍ତି, "ଏହା ଅତ୍ୟନ୍ତ ଘୃଣ୍ୟ ଆଚରଣ। ଏହା ଆଧ୍ୟାତ୍ମିକତା ଏବଂ ନମ୍ରତାର ବିପରୀତ।" ଅନ୍ୟ ଜଣେ ଲେଖିଛନ୍ତି, "ଯଦି ଜଣେ ବୃନ୍ଦାବନରୁ ଫେରିବା ପରେ ମଧ୍ୟ ଏତେ ଅହଂକାର ଏବଂ ଗର୍ବ ବହନ କରିଚାଲେ, ତେବେ ପ୍ରେମାନନ୍ଦ ଜୀଙ୍କୁ ଭେଟିବାର ଅର୍ଥ କ'ଣ? କେବଳ ଗୋଟିଏ ସେଲଫି ଫଟୋଟି ଚାହୁଁଥିବା ଏକ ଦିବ୍ୟାଙ୍ଗ ପିଲାକୁ ଅଣଦେଖା କରିବା ହୃଦୟ ବିଦାରକ। ବୋଧହୁଏ ଭଗବାନ ପରୀକ୍ଷା କରୁଥିଲେ। ବିରାଟ ଫେଲ ମାରିଲେ" ଅନ୍ୟ ଜଣେ ଲେଖିଛନ୍ତି, "ସେ ସେହି ପିଲାକୁ କାହିଁକି ଅଣଦେଖା କଲେ? ସେ ଅତି କମରେ ନମସ୍କାର କରିପାରିଥାନ୍ତେ? ସେ ତାଙ୍କ ବ୍ୟସ୍ତ କାର୍ଯ୍ୟସୂଚୀରୁ କିଛି ସେକେଣ୍ଡ ନେଇପାରିଥାନ୍ତେ। ସେହି ପିଲାଟିକୁ ଏବଂ ସେମାନଙ୍କ ଭାବନାକୁ ସମ୍ମାନ କରିବା ଉଚିତ।"

ଏବେ ଦେଖିବାକୁ ରହିଲା। ଏହାକୁ ନେଇ କଣ କହୁଛନ୍ତି ବିରାଟ ଏବଂ ଅନୁଷ୍କା। କାରଣ ପ୍ରେମାନନ୍ଦଜୀ ମହାରାଜଙ୍କ ମତରେ କ୍ଷମାରେ ହାର ହୁଏନି ବରଂ ମାନବର ବିଜୟ ହୁଏ।