LIVE TV

ବୈଷ୍ଣୋଦେବୀ ୟୁନିଭର୍ସିଟି ବିବାଦ: ଉମର ଅବଦୁଲ୍ଲା କହିଲେ- ଆଡମିସନରେ ଧର୍ମ ନୁହେଁ ମେରିଟ୍ ଆବଶ୍ୟକ

NEWS7
subroro-bagchi-corona-details-covid-19-status

ଶ୍ରୀନଗର୨୪।୧୧: ଜମ୍ମୁ-କାଶ୍ମୀରରେ ମାତା ବୈଷ୍ଣୋଦେବୀ ୟୁନିଭର୍ସିଟି ଆଡମିସନକୁ ନେଇ ରାଜନୀତି ଜାରି ରହିଛି। ବିଶ୍ୱବିଦ୍ୟାଳୟର ୫୦ ସିଟରୁ ୪୨ଟିରେ ମୁସଲମାନ ଛାତ୍ରଛାତ୍ରୀଙ୍କ ଆଡମିସନକୁ ନେଇ ହିନ୍ଦୁ ସଙ୍ଗଠନ ଆପତ୍ତି କରୁଛନ୍ତି। ଏଥିପାଇଁ ଆନ୍ଦୋଳନ ଧମକ ଦେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ବୟାନ ଆସିଛି। ସେ ସ୍ପଷ୍ଟ ରୂପେ କହିଛନ୍ତି ଆଡମିସନ ଯୋଗ୍ୟତା ଆଧାରରେ ହୁଏ, କୌଣସି ବିଶେଷ ସମୂଦାୟର ଛାତ୍ରଛାତ୍ରୀଙ୍କୁ ବରିଷ୍ଠତା ଭିତ୍ତିରେ ନୁହେଁ।

ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି ଯେ କୌଣସି ବିଶ୍ୱବିଦ୍ୟାଳୟରେ ଆଡମିସନ ଧର୍ମ ନୁହେଁ କେବଳ ମେରିଟ ଆଧାରରେ ହୁଏ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଯେତେବେଳେ ବିଧାନସଭା ଶ୍ରୀ ମାତା ବୈଷ୍ଣୋଦେବୀ ବିଶ୍ୱବିଦ୍ୟାଳୟ ସ୍ଥାପନା ନିମନ୍ତେ ବିଧେୟକ ଗୃହୀତ କରିଥିଲେ ସେଥିରେ କେଉଁଠାରେ ବି ଏକ ବିଶେଷ ସମୂଦାୟର ଛାତ୍ରଛାତ୍ରୀଙ୍କୁ ଏଥିରୁ ବାହାରେ ରଖାଯିବ ବୋଲି ଉଲ୍ଲେଖ ଥିଲା? କୁହାଯାଇଥିଲା ବିଶ୍ୱବିଦ୍ୟାଳୟରେ ପ୍ରବେଶ କେବଳ ଯୋଗ୍ୟତା ଆଧାରରେ ହେବ, ଧର୍ମ ଆଧାରରେ ନୁହେଁ’।

ଗଣମାଧ୍ୟମ ସହ ଆଲୋଚନାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେତେବେଳେ ମାତା ବୈଷ୍ଣୋଦେବୀ ୟୁନିଭର୍ସିଟି ପ୍ରସ୍ତାବ କ୍ୟାବିନେଟରେ ଗୃହୀତ କରାଯାଇଥିଲା ସେତେବେଳେ ଏହା କୁହାଯାଇ ନଥିଲା ଏଠାରେ କୌଣସି ବିଶେଷ ଧର୍ମର ଛାତ୍ରଛାତ୍ରୀ ପଢିବେ। ଏହା ଦେଶର ସମ୍ବିଧାନ ଅନୁସାରେ ଯେଉଁଥିରେ ‘ସିକ୍ୟୁଲାର’ ଶବ୍ଦ ରହିଛି ସେହି ଅନୁସାରେ ସ୍ଥାପିତ ହୋଇଛି। ସେ କହିଛନ୍ତି ଯେ ଏଥିରେ ମନୋନୟନ ପାଇଁ ଅନୁଷ୍ଠିତ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ମେରିଟ ଲିଷ୍ଟରେ ଆସିଲେ ଭଲ ନମ୍ବର ଆଣିଥିଲେ ସେମାନେ ସିଲେକ୍ଟ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଲଓପି ଗୃହୀତ ପ୍ରସ୍ତାବର ରେକର୍ଡ ମଗାଇ ପାରନ୍ତି। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା କହିଛନ୍ତି ଯେ ସେ ଏହି ମାମଲାର ସଂଜ୍ଞାନ ନେବେ। ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ପ୍ରଥମେ ସ୍ପଷ୍ଟ କରନ୍ତୁ ୟୁନିଭର୍ସିଟି ଓ ହସ୍ପିଟାଲ କାହିଁକି ଅଲଗା ଅଲଗା ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ପ୍ରଥମେ ୟୁନିଭର୍ସିଟି ଓ ହସ୍ପିଟାଲକୁ ଏକ କରନ୍ତୁ ଓ ସ୍ପଷ୍ଟ କରନ୍ତୁ ମାତା ବୈଷ୍ଣୋଦେବୀ ୟୁନିଭର୍ସିଟି ହସ୍ପିଟାଲରେ ମୁସଲମାନ ଓ ଅଣ ହିନ୍ଦୁଙ୍କ ଚିକିତ୍ସା ହେବ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି କାହାର ମେରିଟ ଉପରେ ଆପତ୍ତି ଅଛି ତେବେ ସେ କୋର୍ଟଙ୍କ ଶରଣ ନେଇ ପାରନ୍ତି। କାରଣ ମେରିଟକୁ ଟାଳି ଆଡମିସନ କରିବା ଆଇନତଃ ସମ୍ଭବ ନୁହେଁ। ସେ କହିଛନ୍ତି ଯେ ଆଡମିସନ ପ୍ରକ୍ରିୟାରେ ଧର୍ମକୁ ସାମିଲ କରିବା ସାମ୍ବିଧାନିକ ସିଦ୍ଧାନ୍ତର ବିପରୀତ।