ମୋହନା JMFC କୋର୍ଟରେ ହାଜର ହେଲେ ଟପ୍ ମାଓ ନେତା ଆଜାଦ, ନାଁରେ ରହିଛି ୧୭ ସଙ୍ଗୀନ ମାମଲା

NEWS7
sub-collector-suspeneded-samabaya-sammiti-secretary-at-nilagiri

ମୋହନା ୨୭।୧: କଡ଼ା ସୁରକ୍ଷା ବଳୟରେ ମୋହନା ଜେଏମ୍ଏଫ୍‌ସି କୋର୍ଟରେ ହାଜର ହେଲେ ଟପ୍ ମାଓ ନେତା ଆଜାଦ ଓରଫ୍ ଡୁନା କେଶବ ରାଓ l ଗଜପତି ପୋଲିସ କଡ଼ା ସୁରକ୍ଷା ମଧ୍ୟରେ ଝାରପଡ଼ା ଜେଲ୍‌ରୁ ମାଓ ନେତା ଆଜାଦକୁ ଆଣି ଗଜପତି ଜିଲ୍ଲା ମୋହନା ଜେଏମ୍ଏଫ୍‌ସି କୋର୍ଟରେ ଆଣି ହଜାର କରାଯାଇଛି l

ଗତ ୨୦୦୯, ୨୦୧୦ ଓ ୨୦୧୧ ମସିହାରେ ତାଙ୍କ ନାମରେ ୧୭ଟି ମାମଲା ରହିଥିବା ବେଳେ ତାଙ୍କ ନାମରେ ଅଡବା ଥାନା ଅଞ୍ଚଳରେ ଅନ୍ଧାରୀ ଘାଟିରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି କଲଭର୍ଟକୁ ଲ୍ୟାଣ୍ଡମାଇନରେ ବିସ୍ଫୋରଣ କରିବା, ତେଲେଙ୍ଗାପଦା ଓ ମନ୍ଦ୍ରାବାଜୁରେ ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟ, ପାଣିଗଣ୍ଡା ଫରେଷ୍ଟ ବିଟ୍ ହାଉସ୍‌କୁ ବିସ୍ଫୋରଣରେ ଉଡ଼ାଇବା, ବିଭିନ୍ନ ସ୍ଥାନରେ ଟାୱାର ପୋଡି, ରାଇପଙ୍କାରେ ସରକାରୀ ବସ୍ ପୋଡ଼ି ସମେତ ଠିକାଦାର ମାନଙ୍କ କ୍ୟାମ୍ପ ଭଙ୍ଗାରୁଜା ସହ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିବା ଜଣାପଡ଼ିଛି l

ତେବେ ଅଡବା ଥାନାରେ ତାଙ୍କ ନାମରେ ୨୦୦୯ ମସିହାରେ ୮ଟି, ୨୦୧୦ ମସିହାରେ ୮ଟି ଓ ୨୦୧୧ ମସିହାରେ ଗୋଟାଏ ମାମଲା ଏହିଭଳି ୧୭ଟି ମମଲାର ବିଚାରଣ ପାଇଁ କୋର୍ଟରେ ହାଜର କରାଯାଇଥିଲା । ସଙ୍ଗୀନ ମାମଲା ତାଙ୍କ ନାମରେ ରହିଥିବାରୁ ତାଙ୍କୁ ମୋହନା କୋର୍ଟ ସମସ୍ତ ମାମଲାର ବିଚାର ପାଇଁ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କରାଯାଇଥିବା ଓକିଲ ସନ୍ତୋଷ ପାଢ଼ୀ କହିଛନ୍ତି l