LIVE TV

ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ, ମୁଖ୍ୟମନ୍ତ୍ରୀ ନିଜେ ନେବେ ନୂଆପଡ଼ା ଦାୟିତ୍ୱ

NEWS7
student-missing-after-drowned-in-brahmani-river-in-rourkela

ଭୁବନେଶ୍ବର ୧୦: ନୂଆପଡ଼ା ଉପନିର୍ବାଚନକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ରାତି ତମାମ ମୁଖ୍ୟମନ୍ତ୍ରୀ ବିଜୟ ପାଇଁ ନେତାଙ୍କୁ ମନ୍ତ୍ର ଦେଇଛନ୍ତି ଆସନ୍ତାକାଲି ନାମାଙ୍କନ ଦାଖଲ ପ୍ରକ୍ରିୟାରେ ସାମିଲ ହେବେ ଏକାଧିକ ମନ୍ତ୍ରୀ ଓ ରାଜ୍ୟ ସଭାପତି ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି ମହାଲିଙ୍ଗ କହିଛନ୍ତି

ମୁକେଶ ମହାଲିଙ୍ଗ କହିଛନ୍ତି, ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶ ଆମର ପ୍ରାଥମିକତା ରହିବ । ବିଗତ ଦିନରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ନୂଆପଡ଼ାର ଦାୟିତ୍ୱ ନିଜେ ନେବି । ଏହାପରେ ୧୧୦୦କୋଟି ଟଙ୍କା ପ୍ରୋଜେକ୍ଟ ସହ କୋମନାକୁ ଏନଏସି ଓ ଖରିଆ ରୋଡ଼କୁ ମ୍ୟୁନିସିପାଲଟି ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନର ବିକାଶ କରିବା ପାଇଁ ବିଜେପି ହିଁ ଗୋଟିଏ ଦଳ । ମୁଖ୍ୟମନ୍ତ୍ରୀ ଗୁରୁବାର ଆସି ଭୋଟରମାନଙ୍କୁ ବିଜେପିକୁ ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି । ବିକାଶକୁ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି । ଜୟ ଢୋଲକିଆଙ୍କୁ ଜିତାଇବାକୁ କହିଛନ୍ତି ।

ଆସନ୍ତାକାଲି ନାମାଙ୍କନ ଦାଖଲ  ପ୍ରକ୍ରିୟାରେ ଏକାଧିକ ମନ୍ତ୍ରୀ ଓ ରାଜ୍ୟ ସଭାପତି ଓ ବିଧାୟକ ମାନେ ଉପସ୍ଥିତ ରହିବେ । ଖରିଆ ରୋଡ଼ରୁ ରୋଡ଼ ଶୋ କରି ନୂଆପଡା ଆସିବେ । ସେପଟେ ବିଜେପି ନିର୍ବାଚନ କେମିତି ଜିତିବ ସେ ନେଇ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବୈଠକ ହୋଇଛି । ବଡ଼ ଧରଣ ରଣନୀତି ହୋଇଛି । ମିଶ୍ରଣ ପର୍ବକୁ ଜୋରଦାର କରାଯାଇଛି । ସରପଞ୍ଚ ସମିତି ସଭ୍ୟ ମିଶିବା ଦ୍ୱାରା ଦଳ ବଢୁଛି । ଆମର ବଡ଼ ଫୋର୍ସ କାମ କରିବ । ଆମର ଗାଁ ଗାଁରେ ମନ୍ତ୍ରୀ ବିଧାୟକ ରହିବେ । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ବ୍‌କା ପ୍ରୟାସ ମନ୍ତ୍ର ନେଇ ଲୋକଙ୍କ ପାଖକୁ ଯିବୁ । ପ୍ରତି ମଣ୍ଡଳରେ ମନ୍ତ୍ରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରତି ପଞ୍ଚାୟତରେ ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ଅଭିଜ୍ଞ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ୧୫ ମାସ ସରକାରଙ୍କ ଉପଲବ୍ଧ ବାବଦରେ ଜଣାଇବୁ ।