LIVE TV

ଦୁଇ ଭାଇ ସ୍କ୍ରାପ୍‌ରୁ କିଣିଲେ ବିମାନ , ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

NEWS7
student-drown-to-death-while-bisarjan-ganesh-idol-in-anugul

ନୂଆଦିଲ୍ଲୀ : କେହି ଯଦି ଆପଣଙ୍କୁ କହିବ ଭାଇ ମୁଁ ସ୍କ୍ରାପ୍‌ରୁ ଏକ ବିମାନ କିଣିଛି। ଆପଣ ବୋଧହୁଏ ବିଶ୍ୱାସ କରି ନପାରନ୍ତି , ହେଲେ ଆଶ୍ଚର୍ଯ୍ୟ ହୋଇ ଯିବେ , କିନ୍ତୁ ଏହା ସତ। ମଧ୍ୟପ୍ରଦେଶର ଉଜ୍ଜୈନରେ ଦୁଇ ଭାଇ ଏକାଠି ୫୦ ଲକ୍ଷ ଟଙ୍କାରେ ଏକ ୫୫ ସିଟର ବିମାନ ସ୍କ୍ରାପ୍‌ରୁ କିଣିଛନ୍ତି। ଦୁଇ ଭାଇ ଏହି ବିମାନର ଲୁକିଂ ବଦଳାଇ ଏକ ଲଗଜରୀ ରୁମ୍‌ର ହୋଟେଲରେ କନଭର୍ଟ କରିବେ। ବିମାନଟି ଦୁଇଟି ଟ୍ରକ୍‌ ଦ୍ୱାରା ଉଜ୍ଜୈନରେ ପହଞ୍ଚି ଯାଇଛି।

ମିଡ଼ିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ , ଦୁଇ ଭାଇଙ୍କ ନାମ ବିରେନ୍ଦ୍ର ଓ ପୁଷ୍ପେନ୍ଦ୍ର। ସେ ନଇ ଦୁନିଆ ସହ କଥାବାର୍ତ୍ତାରେ କହିଛନ୍ତି ତାଙ୍କର ସ୍କ୍ରାପ୍‌ରୁ ଜିନିଷ ସଂଗ୍ରହ କରିବା ପୂର୍ବପୁରୁଷର ବୃତ୍ତି। ସେ ୨୦୧୧ରୁ ଏହି କାମ କରୁଛନ୍ତି। ଉଭୟ ଏହି କାମ ରାଜଲକ୍ଷ୍ମୀ ଏଣ୍ଟରପ୍ରାଇଜେସ୍‌ ଓ କୁଶୱାହ ଆଣ୍ଡ ସନ୍ସ କମ୍ପାନୀ ମାଧ୍ୟମରେ କରନ୍ତି। ଜଣେ ବ୍ୟକ୍ତି ୨୦୧୯ରେ ନୀଲାମୀ ବେଳେ ଭାରତୀୟ ବାୟୁସେନାରୁ ସାଢେ ତିନି ଲକ୍ଷ ଟଙ୍କାରେ ଏକ ମିଗ୍‌-୨୧ ଫାଇଟର ବିମାନ କିଣି ଥିଲେ,ଯାହାକୁ ସର୍ତ୍ତ ଅନୁସାରେ ଅଲଗା ଅଲଗା ଭାଗରେ ବାଣ୍ଟି ଦିଆଯାଇ ଥିଲା। ଏବେ ସେ ସୀମା ସୁରକ୍ଷା ବାହିନୀ (ବିଏସଏଫ)ରୁ ୫୦ ଲକ୍ଷ ଟଙ୍କାରେ ୫୫ଟି ସିଟ୍‌ ଯୁକ୍ତ ଏଭରୋ ପ୍ଲେନ୍‌ କିଣିଛନ୍ତି। ଏହି ପ୍ଲେନ ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କିଣି ଏଚସିଏଲକୁ ଦେଇଥିଲେ, ଏବଂ ପରେ ୧୯୯୧ ରେ ଏହାକୁ ବିଏସଏଫ୍‌କୁ ବ୍ୟବହାର କରିବାକୁ ପ୍ରଦାନ କରାଯାଇ ଥିଲା।

ବିଏସଏଫ୍‌ ଏହି ବିମାନର ବ୍ୟବହାର ମେଡିକାଲ ଏମର୍ଜେନ୍ସି ବେଳେ ଭାରତୀୟ ଯବାନଙ୍କୁ ନେବା ଆଣିବା ପାଇଁ କରୁଥିଲା। ବିଏସଏଫ୍‌ ୨୦୦୯ ଯାଏ ଏହାର ବ୍ୟବହାର କଲା, ଯାହା ପରେ ଏହାକୁ ସ୍କ୍ରାପ୍‌ ଘୋଷିତ କରିଥିଲା ଏବଂ ଏହା ସେବେଠାରୁ ଦିଲ୍ଲୀ ଏୟାରପୋର୍ଟରେ ରଖାଯାଇ ଥିଲା। କ୍ରୟ କରିଥିବା ବ୍ୟକ୍ତି କହିଛନ୍ତି ଯେ, ଯେଉଁ ପ୍ଲେନ୍‌ ସେ କିଣିଛନ୍ତି , ଏଥିରେ ଇଞ୍ଜିନ ନାହିଁ। ଏଥିରେ କେବଳ ଫ୍ରେମ୍‌ ଓ କକପିଟ୍‌ ହିଁ ଅଛି।

ଉକ୍ତ ବିମାନକୁ ମକ୍ସି ରୋଡ୍‌ ସ୍ଥିତ କରୋନ୍ଦିଆ ଗାଁର ଅନନ୍ତା ଭିଲେଜ୍‌ ଫାର୍ମ ଷ୍ଟେରେ ରଖାଯାଇଛି। ଏଠାରେ ଏହାକୁ ପର୍ଯ୍ୟଟକଙ୍କ ପାଇଁ ଆରାମଦାୟକ ଆବାସୀୟ ରୁମ୍‌ କରିବାର ଯୋଜନା ରହିଛି। ପ୍ଲେନ୍‌ର ଓଜନ ୨୦ ଟନ୍ ଓ ଲମ୍ୱ ୭୦ ଫୁଟ୍‌ ଅଛ। ଏହାର ଦୁଇ ଡେଣାର ଲମ୍ୱ ୫୦-୫୦ ଫୁଟ୍‌ ରହିଛି। ବିମାନର ମୁଖ୍ୟ ବଡ଼ିକୁ ୭୦ ଫୁଟ ଲମ୍ୱ ଟ୍ରଲିରେ ଓ ଡେଣାକୁ ୫୦ ଫୁଟ୍‌ ଲମ୍ୱ ଟ୍ରଲିରେ ଅଣାଯାଇଛି। ଏହାକୁ ଦିଲ୍ଲୀରୁ ଉଜ୍ଜୈନ ଆଣିବାରେ ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।