ବାଲିଯାତ୍ରା ୨୦୨୫
LIVE TV

ଜାତୀୟ ରାଜପଥ ଛାଡ଼ି ଏବେ ଗାଁ ରାସ୍ତା ବାଛୁଛନ୍ତି ଗୋ-ମାଫିଆ

NEWS7
strike-by-different-department-govt-taking-no-action-general-people-facing-problem

ଭଦ୍ରକ ୧୩।୧୧ : ରାଜପଥ ପରେ ଏବେ ଗାଁ ରାସ୍ତାରେ ଚାଲିଛି ବେଆଇନ ଗୋ-ଚାଲାଣ । ଗଳିକନ୍ଦି ରାସ୍ତାକୁ ବାଛୁଛନ୍ତି ଗୋ ମାଫିଆ । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଗୋବିନ୍ଦପୁର ଗାଁରୁ ଏକ ବେଆଇନ ଗୋ ବୋଝେଇ ଗାଡ଼ିକୁ ଜବତ କରିଛନ୍ତି ଗୋ-ସେବକ ।

ଖବର ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲିରୁ ଦୁଇଟି ବେଆଇନ୍ ଗୋରୁ ବୋଝେଇ ଗାଡ଼ି ଧୁଷୁରୀ ଥାନା ଗୋବିନ୍ଦପୁର ନିକଟରେ ଦ୍ରୁତଗତିରେ ଯାଉଥିଲା । ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଅନ୍ୟ ଏକ ଗୋରୁ ବୋଝେଇ ଗାଡ଼ିକୁ ପିଛା କରୁଥିବା ଗୋ-ସେବକମାନେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଦେଖିଥିଲେ । ଏହି ଦୁର୍ଘଟଣାରେ ୨ଟି ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ବାକି ୬ଟି ଷଣ୍ଢ ଓ ୧୨ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି । ତେବେ ଗାଡ଼ିର କର୍ମଚାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ଧୁଷୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।