LIVE TV

କୁକୁରକୁ ବଞ୍ଚାଇବାକୁ ଯାଇ ଓଲଟିଲା କାର, ଘଟଣାସ୍ଥଳରେ IASଙ୍କ ସମେତ ୩ ମୃତ

NEWS7
strange-and-mysterious-things-happen-in-the-molyoshka-triangle

କଲବୁର୍ଗି: କର୍ଣ୍ଣାଟକର କଲବୁର୍ଗି ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ମହାନ୍ତେଶ ବିଲାଗିଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମହନ୍ତେଶ ବିଲାଗି କର୍ଣ୍ଣାଟକ ରାଜ୍ୟ ଖଣିଜ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ। ସେ ଏକ ପାରିବାରିକ ବିବାହରେ ଯୋଗଦେବା ପାଇଁ ରାମଦୁର୍ଗରୁ କଲବୁର୍ଗି ଯାତ୍ରା କରୁଥିବା ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସୂଚନା ଅନୁଯାୟୀ, ବରିଷ୍ଠ ଆଇଏଏସ୍ ଅଧିକାରୀ ମହାନ୍ତେଶ ବିଲାଗି ତାଙ୍କ ଭାଇ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଏକ ପାରିବାରିକ ବିବାହରେ ଯୋଗଦେବା ପାଇଁ ବେଲାଗାଭି ଜିଲ୍ଲାର ରାମଦୁର୍ଗରୁ କଲବୁର୍ଗି ଯାତ୍ରା କରୁଥିଲେ। ଜେଭାର୍ଗୀ ଅଞ୍ଚଳର ଗୌନାଲି ବାଙ୍କ ନିକଟରେ ହଠାତ୍ ଏକ କୁକୁର କାର ସାମ୍ନାକୁ ଚାଲି ଆସିଲା। କୁକୁରକୁ ବଞ୍ଚାଇବାକୁ ଯାଇ ଡ୍ରାଇଭର କାର ଉପରୁ ନିୟନ୍ତ୍ରଣ ହରାଇବାରୁ କାର ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ମହାନ୍ତେଶ ବିଲାଗି, ତାଙ୍କ ଭାଇ ଶଙ୍କର ବିଲାଗି ଏବଂ ଇରାନା ଶିରସାଙ୍ଗୀଙ୍କ ମୃତ୍ୟୁ ହୋଇଛି।

ବରିଷ୍ଠ ଆଇଏଏସ୍ ଅଧିକାରୀ ମହାନ୍ତେଶ ବିଲାଗିଙ୍କ ମୃତ୍ୟୁ ଖବର ସମଗ୍ର ପ୍ରଶାସନିକ ମହଲରେ ଶୋକ ଛାୟା ଖେଳି ଯାଇଛି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ମହାନ୍ତେଶ ବିଲାଗିଙ୍କ ମୃତ୍ୟୁ ଉପରେ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଆଇଜିପି ଶାନ୍ତନୁ ସିହ୍ନା ଏବଂ କାଲାବୁରାଗିର ଡେପୁଟି କମିଶନରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚିଥିଲେ।

ମହାନ୍ତେଶ ୨୯୧୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଥିଲେ

ମହାନ୍ତେଶ ବିଲାଗି ୧୯୭୪ ମସିହା ମାର୍ଚ୍ଚ ୨୭ରେ ଜନ୍ମଗ୍ରହଣ କରିଥିଲେ ଏବଂ ୨୦୧୨ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡର ଅଧିକାରୀ ଥିଲେ। ସେ କର୍ଣ୍ଣାଟକ ରାଜ୍ୟ ଖଣିଜ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ। ଏହା ପୂର୍ବରୁ, ସେ BESCOM ର ପରିଚାଳନା ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ସେ ଦାଭାଙ୍ଗେରେ ଏବଂ ଉଡୁପି ଭଳି ଜିଲ୍ଲାରେ ଆଇଏଏସ ଅଧିକାରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।