ଶାଶୁ-ବୋହୂ କଳିର ସମାଧାନ ପାଇଁ ବାପଘରକୁ ଆସିଥିଲେ, ପୁତୁରା ବୋହୂ ଆକ୍ରମଣରେ ପିଉସୀ ଶାଶୁ ମୃତ

NEWS7
story-son-acts-in-fathers-live-show-video-goes-viral-in-social-media

ଜଗତସିଂହପୁର ୮।୧୨: ଜଗତସିଂହପୁର ଜିଲ୍ଲା ସଦର ଥାନା  ଓଡ଼ିଶୋ ଗାଁରେ ଅଘଟଣ । ଘରୋଇ କଳି ସମାଧାନ କରିବାକୁ ଯାଇଥିବା ସମୟରେ ପୁତୁରା ବୋହୂ ମାଡ଼ରେ ପିସୀ ଶାଶୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି  ୫୫ ବର୍ଷ ବୟସ୍କ ସବିତା ବିଶ୍ୱାଳ । ଏ ନେଇ ଜଗତସିଂହପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶୋ ଗ୍ରାମର ଶାଶୁ ଓ ବୋହୂଙ୍କ ମଧ୍ୟରେ ନିୟମିତ କଳି ଝଗଡା ଲାଗି ରହୁଥିଲା । ଏହି ଘଟଣାର ସମାଧାନ ନିମନ୍ତେ ପିଉସୀ ଶାଶୁ ବାପଘରକୁ ଯାଇଥିଲେ । ସେହି ସମୟରେ ଅଭିଯୁକ୍ତ ପୁତୁରା ବୋହୂ ପିଉସୀ ଶାଶୁ ସବିତାଙ୍କୁ କଟୁରୀ ଧରି ଗୋଡ଼ାଇବା ସହ ତାଙ୍କ ଉପରକୁ ପଥର ମାଡ଼ କରି ବେହୋସ କରିଦେଇଥିଲେ । ଗୁରୁତର ଅବସ୍ଥାରେ ସବିତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ଅଣାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅଭିଯୋଗ ପାଇବା ପରେ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।