LIVE TV

ମେୟରଙ୍କ ଆକ୍ଷେପର ଜବାବ ରଖିଲେ ଶ୍ରୀତମ, କହିଲେ ବିଫଳତାକୁ ଘୋଡେଇଵାର ନେଉଛନ୍ତି ସାହାରା

NEWS7
story-next-generation-royal-enfield-classic-350-will-take-design-elements-from-meteor-350

କଟକ ୧୮/୧୧: କଟକ ଐତିହାସିକ ବାଲିଯାତ୍ରା ଆୟୋଜନ ବିବାଦ ଏବେ ତୀବ୍ର ହେବାରେ ଲାଗିଛି । ମେୟର ସୁବାଷ ସିଂହଙ୍କ ଆକ୍ଷେପର ଜଵାଵ ରଖିଛନ୍ତି ଶ୍ରୀତମ ଦାସ । ସେ ଅଭିଯୋଗର କଡ୍ଡା ଜବାବ ରଖିବା ସହ କହିଛନ୍ତି ମୋ ସୀମା ବାବଦରେ ମୁଁ ଅବଗତ । ଜଣେ କଳାକାର ଭାବେ ବାଲିଯାତ୍ରାକୁ ମୋତେ ନିମନ୍ତ୍ରିଣ କରାଯାଇଥିଲା, ମୁଁ ଯାଇଥିଲି ବୋଲି  କହିଛନ୍ତି ଶ୍ରୀତମ ।

ଯଦି ବାଲିଯାତ୍ରାରେ ଦୁର୍ନୀତି ହୋଇଛି, ତେବେ ତଦନ୍ତ ପାଇଁ ମେୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଆଉ ନୂଆପଡ଼ା ନିର୍ବାଚନରେ ପରାଜୟର ଦୋଷ ଘୋଡେଇଵାକୁ ମେୟର ଚେଷ୍ଟା କରୁଥିବା ଓଲଟା କହିଛନ୍ତି ଶ୍ରୀତମ । କାରଣ ନୂଆପଡ଼ା ନିର୍ବାଚନରେ ସୁବାଷଙ୍କ ବଡ଼ ଦାୟିତ୍ୱ ଥିଲା । ସେଥିରେ ସେ ଭୟଙ୍କର ଭାବେ ଵିଫଳ ହୋଇଛନ୍ତି । ଆଉ ସେହି ବିଫଳତାକୁ ଘୋଡେଇଵା ପାଇଁ ସୁବାଷ ବାଲିଯାତ୍ରା ସାହାରା ନେଉଛନ୍ତି ବୋଲି ଶ୍ରୀତମ ପାଲଟା ଅଭିଯୋଗ କରୁଛନ୍ତି ।  

ସୂଚନା ଥାଉକି, ବାଲିଯାତ୍ରା ବିବାଦକୁ ନେଇ ଜିଲ୍ଲାପାଳ ଓ ଶ୍ରୀତମ ଦାସଙ୍କୁ ଟାର୍ଗେଟ କରିଥିଲେ ମେୟର ସୁବାଷ ସିଂହ । କହିଥିଲେ ଜିଲ୍ଲାପାଳ ଜାଣିଶୁଣି ତାଙ୍କ ପସନ୍ଦର କମ୍ପାନୀକୁ ବାଲିଯାତ୍ରା ଆୟୋଜନ ଟେଣ୍ଡର ଦେଇଥିଲେ । ଆଉ ଅଭିନେତା ତଥା ବିଜେପି ନେତା ଶ୍ରୀତମ ଦାସ ଜିଲ୍ଲାପାଳଙ୍କ ପାଇଁ ଓକିଲାତି ନକରନ୍ତୁ ବୋଲି ସେ ସ୍ପଷ୍ଟ କରିଥିଲେ । ଯାହାର ଜବାବ ଦେଇଛନ୍ତି ଶ୍ରୀତମ ଦାସ ।