LIVE TV

ହ୍ୟୁମାନ ସାଗର ରୋଜଗାର କରିଥିବା ବିପୁଳ ଟଙ୍କା ହେରଫେର ଅଭିଯୋଗ, ଏତଲା ଦେଲେ ନିର୍ଦ୍ଦେଶକ ଜିତୁ ରାଉତ

NEWS7
sthri-nku-hatya-kari-nija-peta-re-chhuri-bhusila-swami

କଟକ ୨୬।୧୧: ପୁଣି ଥରେ ଥାନାରେ ପହଞ୍ଚିଲା ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣା । ହ୍ୟୁମାନଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ ପାଇଁ ଥାନାରେ ଏତଲା ଦିଆଯାଇଛି । କଟକ ମଧୁପାଟଣା ଥାନାରେ ଏକ ଲିଖିତ ଅଭିଯୋଗ ଦେଲେ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ । ତାଙ୍କ ଏତଲାରେ କଣ୍ଠଶିଳ୍ପୀ ଅର୍ପିତା, ହ୍ୟୁମାନଙ୍କ ମ୍ୟାନେଜର ପ୍ରଶାନ୍ତ ଓ ଦିନେଶଙ୍କ ନାଁ ଉଲ୍ଲେଖ କରାଯାଇଛି । ହ୍ୟୁମାନ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରିଛନ୍ତି ନିର୍ଦ୍ଦେଶକ ଜିତୁ ରାଉତ । ତାଙ୍କ ସହ ଅନ୍ୟ କଳାକାର ମାନେ ମଧ୍ୟ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କର ତିନି ସହଯୋଗୀଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଅନୁରୋଧ କରିଛନ୍ତି । ହ୍ୟୁମାନଙ୍କ ଆର୍ଥିକ କାରବାର, ଚିକିତ୍ସା ଓ ଘରେ ସେବା ଅବହେଳା ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଜିତୁ ରାଉତ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ହ୍ୟୁମାନ ସାଗର ରୋଜଗାର କରିଥିବା ବିପୁଳ ଟଙ୍କା ହେରଫେର ହେଇଛି । ତାଙ୍କ ମ୍ୟାନେଜର ଓ ପୁରା ଟିମ୍ ବ୍ୟକ୍ତିଗତ ସ୍ବାର୍ଥ ହାସଲ କରିଛନ୍ତି ।