LIVE TV

ଇଣ୍ଡିଆ ମେଣ୍ଟର ନିର୍ବାଚନ ଇସ୍ତାହାର: ପ୍ରତି ପରିବାରକୁ ସରକାରୀ ଚାକିରି, ମାଗଣା ବିଜୁଳି, ଓ ୨,୫୦୦ ଭତ୍ତା, ଆହୁରି କେତେ କ’ଣ...

NEWS7
steve-ballmer-join-100-million-club

ପାଟନା: ବିହାରର ବିଧାନସଭା ନିର୍ବାଚନ ୨୦୨୫ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ନିର୍ବାଚନ ଇସ୍ତାହାର ଘୋଷଣା ହୋଇଛି । 'ତେଜସ୍ୱୀ ପଣ' ତେଜସ୍ୱୀଙ୍କ ପ୍ରତିଜ୍ଞା ଶୀର୍ଷକରେ ଜାରି ହୋଇଥିବା ଏହି ଘୋଷଣାପତ୍ରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଲୋକପ୍ରିୟ ପ୍ରତିଶ୍ରୁତି ଦିଆଯାଇଛି ଯେଉଁଥିରେ ପ୍ରତି ପରିବାରରେ ଗୋଟିଏ ସରକାରୀ ଚାକିରି, ମହିଳାଙ୍କ ପାଇଁ ମାସିକ ୨,୫୦୦ ଟଙ୍କା ଭତ୍ତା ଏବଂ ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଦେବା ଆଦି ରହିଛି।
ଇଣ୍ଡିଆ ମେଣ୍ଟର Sankalp Patra ୨୦୨୫ ଭାବରେ ଉନ୍ମୋଚିତ ହୋଇଥିବା ଏହି ଘୋଷଣାପତ୍ରର ସ୍ଲୋଗାନ ରହିଛି- “ସମ୍ପୂର୍ଣ୍ଣ ବିହାର କା, ସମ୍ପୂର୍ଣ୍ଣ ପରିବର୍ତ୍ତନ - ତେଜସ୍ୱୀ ପ୍ରତୀଜ୍ଞା, ତେଜସ୍ୱୀ ପଣ। ଏହି ଘୋଷଣା ପତ୍ରରରେ ରୋଜଗାର, କଲ୍ୟାଣ ଏବଂ ଶାସନ ସଂସ୍କାର ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟ ଚେହେରା ଭାବେ ଦେଖାଯାଇଛି। ଅର୍ଥାତେ ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।
ନିର୍ବାଚନୀ ଇସ୍ତାହାରରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା  
ଇସ୍ତାହାରର ମୁଖ୍ୟ ପ୍ରତିଶ୍ରୁତି ହେଉଛି ନିଯୁକ୍ତି। ପ୍ରତି ପରିବାରରେ ଗୋଟିଏ ସରକାରୀ ଚାକିରି ସୁନିଶ୍ଚିତ କରିବା ପାଇଁ ସରକାର ଗଠନ କରିବାର ୨୦ ଦିନ ମଧ୍ୟରେ ମହାମେଣ୍ଟ ଏକ ଆଇନ ପ୍ରଣୟନ କରିବାକୁ ପ୍ରତିଶ୍ରୁତି ରହିଛି। କ୍ଷମତା ଗ୍ରହଣ କରିବାର ୨୦ ମାସ ମଧ୍ୟରେ ଚାକିରି ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି।
ଏହି ଇସ୍ତାହାରରେ ସମସ୍ତ ଚୁକ୍ତିଭିତ୍ତିକ ଏବଂ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ଏବଂ ସମସ୍ତ ଜୀବିକା (ସ୍ୱୟଂ ସହାୟକ ଗୋଷ୍ଠୀ) ମହିଳାଙ୍କୁ ସ୍ଥାୟୀ ସରକାରୀ କର୍ମଚାରୀ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଯାହାଙ୍କର ମାସିକ ଦରମା ୩୦,୦୦୦ ଟଙ୍କା ହେବ।

​​​​​​​ତେଜସ୍ୱୀ ଯାଦବ କହିଛନ୍ତି, "ବିହାରରେ ଆମକୁ କେବଳ ସରକାର ଗଠନ କରିବାକୁ ପଡିବ ନାହିଁ, ଆମକୁ ଏକ ନୂଆ ବିହାର ମଧ୍ୟ ଗଢ଼ିବାକୁ ପଡିବ। ଘୋଷଣା ପତ୍ରରେ ପ୍ରତି ପରିବାରକୁ ୨୦୦ ୟୁନିଟ୍ସ ମାଗଣା ବିଜୁଳି, ଗରିବ ପରିବାରକୁ ୫୦୦ ଟଙ୍କାର ଗ୍ୟାସ ସିଲିଣ୍ଡର। ସ୍ମାର୍ଟ ମିଟର ଯୋଗୁ ହୋଇଥିବା ସମସ୍ୟାର ସମାଧାନ ସହିତ ଏହି ମାମଲାରେ ହୋଇଥିବା କେସ୍ ପ୍ରତ୍ୟାହାର କରିନିଆଯିବ।  ସେହିପରି ମାବହିନ ମାନ ଯୋଜନରେ ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ଭତ୍ତା, ଯାହା ଡିସେମ୍ବର ୧ ତାରିଖରୁ ଦିଆଯିବ। ପ୍ରତି ବ୍ୟକ୍ତି ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ବୀମା, ବିଧବା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୧,୫୦୦ ଟଙ୍କା ମାସିକ ପେନସନ (ବାର୍ଷିକ ୨୦୦ ଟଙ୍କା ବୃଦ୍ଧି ସହିତ), ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ୩,୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି।  

ସରକାରୀ କର୍ମଚାରୀଙ୍କୁ ଖୁସୀ କରିବା ପାଇଁ ପୁରୁଣା ପେନସନ ଯୋଜନା (OPS) ପୁଣିଥରେ ଲାଗୁ କରାଯିବ ବୋଲି ମହାମେଣ୍ଟ ଘୋଷଣା କରିଛି। ଏତିସହିତ ପ୍ରତ୍ୟେକ ସବ-ଡିଭିଜନରେ ମହିଳା କଲେଜ ଖୋଲିବା ପାଇଁ ପ୍ରତିଶ୍ରୁତି ଦେଇଛି। ତା’ସହିତ ୧୩୬ଟି ବ୍ଲକରେ ଗୋଟିଏ ବି ଡିଗ୍ରୀ କଲେଜ ନଥିବାରୁ ଦଳ ଏଠାରେ ଡିଗ୍ରୀ କଲେଜ ଖୋଲିବାକୁ ଘୋଷଣା କରିଛି। ଆଉ ଏକ ବଡ଼ ଘୋଷଣା ହେଲା ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆବେଦନ ପାଇଁ ଫି ଉଚ୍ଛେଦ କରିବା ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ମାଗଣା ଯାତ୍ରା ଯୋଗାଇବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦଳ ଦେଇଛି।
କୃଷକ ଓ ସଂଖ୍ୟାଲଘୁଙ୍କ ସମମର୍ଥନରେ ମଧ୍ୟ ଦଳ ବଡ଼ ଘୋଷଣା କରିଛି। ସମସ୍ତ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ଗ୍ୟାରେଣ୍ଟି ଦେବ, ସ୍ଥାନୀୟ ବଜାର ଏବଂ ମଣ୍ଡିଗୁଡ଼ିକୁ ପୁନରୁଦ୍ଧାର କରିବ, ଏବଂ ଦଳିତ, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁଙ୍କ ପାଇଁ କଲ୍ୟାଣକାରୀ ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଦଳ କହିଛି କେନ୍ଦ୍ର ଦ୍ୱାରା ଲାଗୁ କରାଯାଇଥିବା ଯେକୌଣସି "ଅସାମ୍ବିଧାନିକ ଆଇନ"କୁ ପ୍ରତିରୋଧ କରିବା ଏବଂ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେବ। ୱାକଫ ସଂଶୋଧନ ବିଲ୍‌କୁ ସ୍ଥଗିତ ରଖାଯିବ, ଏବଂ ୱାକଫ ସମ୍ପତ୍ତିର ପରିଚାଳନାକୁ ସ୍ୱଚ୍ଛ କରି ଅଧିକ କଲ୍ୟାଣମୂଳକ ଏବଂ ଲାଭଦାୟକ କରାଯିବ। ସେହିପରି ବୋଧଗୟାରେ ଅବସ୍ଥିତ ବୌଦ୍ଧ ମନ୍ଦିରଗୁଡ଼ିକର ପରିଚାଳନା ବୌଦ୍ଧ ସମ୍ପ୍ରଦାୟର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏହି ଇସ୍ତାହାରରେ ପୂର୍ବତନ ସୈନିକଙ୍କ ପାଇଁ ଏକ କଲ୍ୟାଣ ନିଗମ ସ୍ଥାପନ, ​​ନିଷେଧ ଆଇନର ସମୀକ୍ଷା ଆଦି ପ୍ରତିଶ୍ରୁତି ଦେଇଛି।