ବଦଳି ପରେ ବି ବିଦ୍ୟାଳୟ ଛାଡ଼ୁନାହାନ୍ତି ପ୍ରଧାନ ଶିକ୍ଷୟିତ୍ରୀ, ଚତୁର୍ଥ ଥର ପାଇଁ ବିଦ୍ୟାଳୟରେ ପଡ଼ିଲା ତାଲା

NEWS7
stealing-temple-thief-morning-police-woke-up-let-me-sleep

ଉଦଳା ୨।୧: ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନେଇ ବିବାଦ ଥମିବାର ନାମ ନେଉନି । ପୂର୍ବରୁ ୩ ଥର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳିକୁ ନେଇ ଧାରଣା ଓ ବିକ୍ଷୋଭ ହୋଇଥିଲେ ସୁଦ୍ଧା ପୁଣି ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟକୁ ଆସିବାରୁ ବିଦ୍ୟାଳୟରେ ତାଲା ପକାଇବା ସହିତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ଭିତରକୁ ଯିବାକୁ ନ ଦେବା ଜିଦରେ ଅଡ଼ି ବସିଛନ୍ତି ଅଭିଭାବକ । ଏଭଳି ଚିତ୍ର ସାମ୍ନାକୁ ଆସିଛି ଉଦଳା ବହୁବନ୍ଧ ଆଶ୍ରମ ବିଦ୍ୟାଳୟରେ ।

ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ପ୍ରତିଭା ମଞ୍ଜରୀ ପଣ୍ଡା ଦାୟିତ୍ୱରେ ଥିବାବେଳେ ଦୀର୍ଘ ମାସ ପୂର୍ବରୁ ତାଙ୍କର ଅନ୍ୟତ୍ର ବଦଳି ହୋଇଛି । ହେଲେ ସେ ବିଦ୍ୟାଳୟ ଛାଡି ଯିବାକୁ ନାରାଜ ଥିବାବେଳେ କୋର୍ଟର ଆଶ୍ରୟ ନେଇଥିଲେ । ହେଲେ ତାଙ୍କ ବଦଳି ପରେ ସେ ବିଦ୍ୟାଳୟରୁ ନ ଯିବାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ବଢିବା ପରେ ପୂର୍ବରୁ ୩ ଥର ଗ୍ରାମବାସୀ ମାନେ ତାଙ୍କୁ ବିଦ୍ୟାଳୟରେ ନ ରଖିବା ଏବଂ ସେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ କାମ କରାଉଥିବାରୁ ତାହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ତେଣୁ ପୂର୍ବରୁ ଏହି ବିବାଦକୁ ନେଇ ଅଭିଭାବକ ମାନେ ଧାରଣା ଓ ବିକ୍ଷୋଭ କରିଥିବା ବେଳେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟରେ ରଖାଯିବ ନାହିଁ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପୁନଶ୍ଚ ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଜଏନ କରିବାକୁ ଆସିବାରୁ ଅଭିଭାବକ ତାତି ବିଦ୍ୟାଳୟରେ ତାଲା ପକାଇବା ସହିତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟ ବାହାରେ ଅଟକାଇ ଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଅଭିଭାବକଙ୍କୁ ବୁଝାସୁଝା କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରିନାହିଁ ।