LIVE TV
LIVE TV

ଆଇସ୍‌କ୍ରିମ୍-ଚୁଇଙ୍ଗ୍ ଗମ୍ ଖରାପ କରୁଛି ଆପଣଙ୍କ ଲିଭର୍ ! ଖାଉଛନ୍ତି କି ହୋଇଯାଆନ୍ତୁ ସାବଧାନ...

NEWS7
state-government-decided-ug-pg-exams-held-after-resumption-of-physical-classes

ନୂଆଦିଲ୍ଲୀ ୦୩/୧୨ : ଆଇସକ୍ରିମ, ଡାଏଟ୍ ସୋଡ଼ା, ଚୁଇଙ୍ଗମ୍ କାହାକୁ ବା ପସନ୍ଦ ନୁହେଁ । ପିଲାଠୁ ବୟସ୍କଙ୍କ ସଭିଁଙ୍କ ପସନ୍ଦ । ଅନେକ ସମୟରେ ଲୋକେ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ଥାେ କୌଣସି ସମୟସୀମା । ଲଞ୍ଚ, ଡିନର ବା କୌଣସି ପାଙ୍କା ସମୟ । ଲୋକପ୍ରିୟ ଫୁଡ୍ ଖାଇବାକୁ କାହାକୁ ବା ଭଲ ନଲାଗେ । ବଜାରରେ ହେଉ କିମ୍ବା ମଲରେ, ଏହି ଜିନିଷଗୁଡ଼ିକ ସହଜରେ ଉପଲବ୍ଧ । ହେଲେ ଆପଣ ବି ଏହି ଖାଦ୍ୟର ସୌକିନ କି ତେବେ ହୋଇଯାଆନ୍ତୁ ସାବଧାନ । ଏହି ସବୁ ଖାଦ୍ୟ ସଢାଉଛି ଆପଣଙ୍କ ଲିଭର ।

ନୂତନ ଅଧ୍ୟୟନ ଅନୁଯାୟୀ, ଏହି ସବୁ ଖାଦ୍ୟ ଏବେ ମୃତ୍ୟୁର ବାହାକ ସାଜିଛି । ଖାସ୍ କରି ସୁଗାର ଫ୍ରି ଫୁଡ୍ । କାରଣ ସେଥିରେ ରହୁଥିବା ସୋର୍ବିଟଲ୍ । ଯାହାକି ସୁଗାର ମୁକ୍ତ ପାଇଁ ବ୍ୟବହାର କରାଯାଏ । ଏବେ ତାହା ଫ୍ୟାଟି ଲିଭର ରୋଗର ଆଶଙ୍କା ବୃଦ୍ଧି କରିଛି । ଯକୃତ ପାଇଁ କ୍ଷତିକାରକ । ଅଧ୍ୟୟନରେ ହୋଇଥିବା ଖୁଲାସା ଜିନିଷଗୁଡ଼ିକ ବ୍ୟବହାର କରୁଥିବା ଲୋକଙ୍କ ମନରେ ଉଠାଇଛି ପ୍ରଶ୍ନ ।

କଣ କହୁଛି ରିସର୍ଚ୍ଚ ?

European Medical Journalରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ସୁଗାର ଫ୍ରି ବା ଡାଏଟ୍ ପ୍ରଡକ୍ଟରେ ବି ରହିଛି ସୋର୍ବିଟଲ୍ । ଏଥିରେ ରହୁଥିବା ଛୋଟିଆ ଅଂଶ ଏହି ମିଠାକୁ ସଠିକ୍ ଭାବରେ ଭାଙ୍ଗିପାରେ ନାହିଁ । ଯାହା ପରେ ଯକୃତରେ ପହଞ୍ଚିଥାଏ । ଚର୍ବି ଜମା ହେବାର ପ୍ରକ୍ରିୟାକୁ ବୃଦ୍ଧି କରିଥାଏ । ଯକୃତର କାର୍ଯ୍ୟକୁ ପ୍ରଭାବିତ କରିଥାଏ। ବିଶେଷଜ୍ଞମାନେ କୁହନ୍ତି ଯେ ଏହି ମିଠାକାରୀଗୁଡ଼ିକ ଦୀର୍ଘ ସମୟ ଧରି ସେବନ କଲେ ସିଧାସଳଖ ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର ରୋଗ (NAFLD) ର ବିପଦ ବୃଦ୍ଧି କରେ ।

ଗବେଷଣାରୁ ଜଣାପଡିଛି ଯେ ପ୍ରତିଦିନ ପ୍ରାୟ ଗୋଟିଏ କ୍ୟାନ୍ ଡାଏଟ୍ ସୋଡ଼ା କିମ୍ବା ଚିନି-ମିଠା ପାନୀୟ ପିଇବା ଦ୍ୱାରା ନନ୍-ଆଲକୋହଲିକ୍ ଫ୍ୟାଟି ଲିଭର ରୋଗର ବିପଦ ବଢ଼ିଯାଏ। ଏହି ବିପଦ ଡାଏଟ୍ ସୋଡ଼ା ଅପେକ୍ଷା ପ୍ରାୟ ୬୦% ଓ ଚିନି-ମିଠା ପାନୀୟ ଅପେକ୍ଷା ୫୦% ଅଧିକ । ତେଣୁ, ବିଶେଷଜ୍ଞମାନେ ପରାମର୍ଶ ଦିଅନ୍ତି ଯେ ପାଣି କିମ୍ବା ମିଠା ନ ଥିବା ତରଳ ପଦାର୍ଥ ପିଇବା ସୁରକ୍ଷିତ ଓ ସ୍ୱାସ୍ଥ୍ୟକର।