ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ପ୍ରାୟ ୬ ଲକ୍ଷ ହିତାଧିକାରୀଙ୍କ ଆବେଦନ ବିଚାରାଧୀନ

NEWS7
sri-lanka-became-the-new-slave-of-the-dragon-chinese-soldiers-seen-working-in-colombo-people-protested

ଭୁବନେଶ୍ବର ୬।୧୨: ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ ବିଚାରାଧୀନ ଅଛି । ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ୬ ଲକ୍ଷ ୨୩ ହଜାର ୫୫୫ ଜଣ ହିତାଧିକାରୀଙ୍କ ଆବେଦନ ବିଚାରାଧୀନ ଅଛି । ୩୦ ଜିଲ୍ଲାରେ ପ୍ରଥମ କିସ୍ତି ୧ କୋଟି ୩ ଲକ୍ଷ ୫ ହଜାର ୯୪୧ ଜଣ ପାଇଥିବା ବେଳେ ଦ୍ବିତୀୟ କିସ୍ତି ୧ କୋଟି ୧୯ ଲକ୍ଷ ୨ ହଜାର ୭୨୪ ଜଣ ପାଇଛନ୍ତି ।

ସେହିପରି ତୃତୀୟ କିସ୍ତି ୯୭ ଲକ୍ଷ ୬୫ ହଜାର ୩୩୯ ଜଣ ପାଇଛନ୍ତି । ବିଧାନସଭାରେ ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି ।

​​​​​​​