ଇଟର୍ନଲ ସିଇଓ ପଦ ଛାଡ଼ିଲେ ଦୀପିନ୍ଦର ଗୋୟଲ, ଅଲବିନ୍ଦର ଢିଣ୍ଡସା ହେବ ନୂଆ CEO

NEWS7
srcs-review-of-preparedness-on-possible-cyclone

ନୂଆଦିଲ୍ଲୀ: କର୍ପୋରେଟ୍ ଜଗତରେ ଏକ ବଡ଼ ନେତୃତ୍ୱ ପରିବର୍ତ୍ତନ ଘଟିଛି । ଇଟର୍ନାଲ୍ ଗ୍ରୁପ୍ର ସିଇଓ ଦୀପିନ୍ଦର ଗୋୟଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଗୋୟଲ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସେୟାରହୋଲ୍ଡରଙ୍କ ଅନୁମୋଦନ ପରେ ସେ କମ୍ପାନୀ ବୋର୍ଡର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ ଜାରି ରଖିବେ । ଆଲବିନ୍ଦର ଢିଣ୍ଡସା ଇଟର୍ନାଲ୍ ଗ୍ରୁପ୍ର ନୂତନ ଗ୍ରୁପ୍ ସିଇଓ ହେବେ ।

ଉଲ୍ଲେଖଯୋଗ୍ୟ, ଜୋମାଟୋର ମୂଳ କମ୍ପାନି ହେଉଛି ଇଟର୍ନାଲ୍ ଗ୍ରୁପ୍ । ଦୀପିନ୍ଦର ଗୋୟଲଙ୍କୁ ଅଧିକାଂଶ ଲୋକ ଜୋମାଟୋର ମାଲିକ ଭାବରେ ଜାଣନ୍ତି । ଦୀପିନ୍ଦର ଗୋୟଲଙ୍କ ଇସ୍ତଫା ଏପରି ଏକ ସମୟରେ ଆସିଛି ଯେତେବେଳେ ଇଟର୍ନାଲ୍ ଗ୍ରୁପ୍ ନିଜର ସମ୍ପ୍ରସାରଣ ଏବଂ ରଣନୈତିକ ପୁନର୍ଗଠନ ଉପରେ କାର୍ଯ୍ୟ କରୁଛି । ନିଜ କାର୍ଯ୍ୟକାଳ ମଧ୍ୟରେ ଗୋୟଲ୍ କମ୍ପାନୀକୁ ମଜଭୁତ କରିବା, ନୂତନ ବ୍ୟବସାୟିକ ରଣନୀତି କାର୍ଯ୍ୟକାରୀ କରିବା ଏବଂ ପ୍ରତିଯୋଗିତାମୂଳକ ବଜାରରେ ଗ୍ରୁପ୍ର ଉପସ୍ଥିତିକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ, ଇଟର୍ନାଲ୍ ଗ୍ରୁପ୍ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା ଯାହାର ପ୍ରଭାବ କମ୍ପାନୀର ଦୀର୍ଘକାଳୀନ ଅଭିବୃଦ୍ଧିରେ ଦେଖିବାକୁ ମିଳିଥିଲା ।

ଗୋୟଲ ନିଜର ଏହି ନିଷ୍ପତ୍ତି ପଛରେ କାରଣ ମଧ୍ୟ ସେୟାର କରିଛନ୍ତି । ସେ କହିଛନ୍ତି ଯେ ସେ ସମ୍ପ୍ରତିକ ସମୟରେ ହାଇ ରିସ୍କ, ରିସର୍ଚ୍ଚ ଏବଂ ଆବିଷ୍କାର ସହ ନୂଆ ଆଇଡିଆ ଉପରେ କାମ କରିବାକୁ ଚାହୁଁଛନ୍ତି । ଏପରି ପ୍ରୟୋଗ କୌଣସି ସାର୍ବଜନୀନ କମ୍ପାନୀର ପରିସର ମଧ୍ୟରେ ଫିଟ୍ ହୁଏ ନାହିଁ । ସେ ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ଚିନ୍ତାଧାରାଗୁଡ଼ିକ ଇଟର୍ନାଲ୍ର ରଣନୈତିକ ପରିସର ମଧ୍ୟରେ ଥାଏ, ତେବେ ସେ ସେଗୁଡ଼ିକୁ କମ୍ପାନୀ ମଧ୍ୟରେ ଅନୁସରଣ କରିବେ । କିନ୍ତୁ, ତାହା ନୁହେଁ । ତେଣୁ ଇଟର୍ନାଲ୍ ସମ୍ପୂର୍ଣ୍ଣ ଭାବରେ କେନ୍ଦ୍ରିତ ଏବଂ ଶୃଙ୍ଖଳିତ ରହିବା ଜରୁରୀ ଥିଲା ।

ଗୋୟଲ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଭାରତରେ ଏକ ସାର୍ବଜନୀନ କମ୍ପାନୀର ସିଇଓ ଆଇନଗତ ଏବଂ ଅନ୍ୟାନ୍ୟ ଦାୟିତ୍ୱରେ ଚାପିରେ ରହିଥାନ୍ତି, ଯେଉଁଥି ପାଇଁ ସମ୍ପୂର୍ଣ୍ଣ ଏକାଗ୍ରତା ଆବଶ୍ୟକ । ଏହି କାରଣରୁ ଏହି ପରିବର୍ତ୍ତନ କରାଯାଇଛି ।

ଦୀପିନ୍ଦର ଗୋୟଲ ସ୍ପଷ୍ଟ କରିଛନ୍ତି ଯେ ଏହି ନିଷ୍ପତ୍ତି କମ୍ପାନୀଠାରୁ ନିଜକୁ ଦୂରେଇ ରଖିବା ବିଷୟରେ ନୁହେଁ । ସେ ଲେଖିଛନ୍ତି ଯେ ସେ ଏହି କମ୍ପାନୀ ଗଠନ ପାଇଁ ୧୮ ବର୍ଷ, ଜୀବନର ପ୍ରାୟ ଅଧା ଉତ୍ସର୍ଗ କରିଛନ୍ତି ଏବଂ ଏଥିରେ ସାମିଲ ରହିବେ । ଗୋୟଲ ଏହା ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ଆଲବିନ୍ଦର ଢିଣ୍ଡସା, ଅକ୍ଷାନ୍ତ ଏବଂ ସେ ପୂର୍ବ ପରି ଏକାଠି କାମ କରିବେ ଏବଂ ସବୁ ବ୍ୟବସାୟ ସିଇଓଙ୍କୁ ଏପର୍ଯ୍ୟନ୍ତ ମିଳୁଥିବା ଭଳି ସ୍ୱାୟତ୍ତତା ମିଳିବ ।