ଆମେରିକାରେ ବନ୍ଧା ହେଉଛନ୍ତି ଭାରତୀୟ, ପ୍ରତିଦିନ ୬୫ ନାଗରିକ ଗିରଫ

NEWS7
sports-minister-anurag-thakur-said-to-sports-federation-to-make-big-scheme

ନୂଆଦିଲ୍ଲୀ, ୦୧|ଆମେରିକାରେ ବେଆଇନ ଭାବେ ପ୍ରବେଶ (ଡଙ୍କି ରୁଟ୍) ମାମଲାରେ ବିଗତ ବର୍ଷରେ ପ୍ରତ୍ୟେକ ଦିନ ୬୫ ଭାରତୀୟ ଗିରଫ ହୋଇଛନ୍ତି । ୨୦୨୫ ଜାନୁଆରୀରୁ ଡିସେମ୍ବରର ରିପୋର୍ଟ ଅନୁସାରେ, ଆମେରିକାର ସୀମା ଓ ବହିଃଶୁଳ୍କ ବିଭାଗ ମୋଟ ୨୩,୮୩୦ ଭାରତୀୟଙ୍କୁ ଗିରଫ କରିଛି ।

ବିଭାଗର ତଥ୍ୟ ଅନୁସାରେ, ଭାରତୀୟଙ୍କ ପ୍ରବେଶ ମାତ୍ରା କମିଛି । କିନ୍ତୁ ଏହା ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଯାଇ ପାରିନାହିଁ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କାର୍ଯ୍ୟକାଳରେ ୨୦୨୪ରେ ମୋଟ ୮୫,୧୧୯ ଭାରତୀୟଙ୍କୁ ଗିରଫ କରାଯାଇଥିଲା । ଅଧିକାରୀମାନେ କହିଛନ୍ତି, ଏଥର ନୂଆ ଧାରା ଦେଖିବାକୁ ମିଳିଛି ।

ଆମେରିକାରେ ଡଙ୍କି ରୁଟ୍ ଦେଇ ପ୍ରବେଶ କରୁଥିବା ସମସ୍ତ ଭାରତୀୟ ଏଥର ଏକାକୀ ରହିଥିଲେ । ସେମାନଙ୍କ ସହ କୌଣସି ପରିବାର ଲୋକ ନ ଥିଲେ । ଯେବେ କି ୨୦୨୪ରେ ଗିରଫ ହୋଇଥିବା ଭାରତୀୟମାନେ ପ୍ରାୟ ୨୦ ହଜାର ଭାଇ, ପତ୍ନୀ କିମ୍ବା ସନ୍ତାନଙ୍କ ସହ ଆମେରିକାରେ ବେଆଇନ ଭାବେ ପ୍ରବେଶ କରୁଥିଲେ ।