ସ୍ଵାମୀ ବିଜୟଙ୍କ ସହ ରୋମାଣ୍ଟିକ ହେଲେ ରଶ୍ମିକା ମନ୍ଦାନା , ଶାଶୁ-ଶ୍ଵଶୁରଙ୍କ ଠାରୁ ମିଳିଲା ଆର୍ଶୀବାଦ

NEWS7
spicejet-to-provide-logistical-support-for-corona-vaccine-delivery

ମୁମ୍ଵାଇ ୦୫।୦୩; ବିବାହ ପରେ, ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ମାର୍ଚ୍ଚ ୪ ତାରିଖରେ ହାଇଦ୍ରାବାଦରେ ଏକ ଗ୍ରାଣ୍ଡ ରିସେପ୍ସନର ଆୟୋଜନ କରିଥିଲେ। ଦମ୍ପତିଙ୍କ ଖୁସିରେ ଅଂଶୀଦାର ହେବା ପାଇଁ ଅନେକ ପ୍ରମୁଖ ସେଲିବ୍ରିଟି ଏହି ପାର୍ଟିରେ ଯୋଗ ଦେଇଥିଲେ।

ରଶ୍ମିକା ଏବଂ ବିଜୟଙ୍କ ରିସେପ୍ସନର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ନବବିବାହିତ ଦମ୍ପତି ଖୁସିରେ ଝଲସୁଥିବାର ଦେଖିବାକୁ ମିଳିଛି।

ବିବାହ ରିସେପ୍ସନରେ ରଶ୍ମିକା ଏକ ଲାଲ ଓ ଗୋଲ୍ଡେନ ଶାଢୀ ପିନ୍ଧିଥିବାର ଦେଖାଯାଇଥିଲେ। ଅନ୍ୟପକ୍ଷରେ ବିଜୟ ଧୋତି-କୁର୍ତ୍ତାରେ ଖୁବ୍ ସୁନ୍ଦର ନଜର ଆସିଥିଲେ।

ରଶ୍ମିକା ଏବଂ ବିଜୟ ହାତ ଧରିରେ ପୋଜ୍ ଦେଇଥିଲେ। ଗୋଟିଏ ଫଟୋରେ, ବିଜୟ ରଶ୍ମିକାଙ୍କ ହାତ ଧରି ତାଙ୍କୁ ପ୍ରେମରେ ଦେଖୁଥିବାର ଦେଖିବାକୁ ମିଳିଛି।

ଅନ୍ୟ ଏକ ଫଟୋରେ, ରଶ୍ମିକା ଦେବରକୋଣ୍ଡା ଖୁସିରେ ତାଙ୍କ ପରିବାର ସହିତ ପୋଜ୍ ଦେଇଛନ୍ତି। ତାଙ୍କ ଶାଶୁ-ଶ୍ୱଶୁର ଏବଂ ଦିଅର ତାଙ୍କୁ ଘରକୁ ଏକ ଭବ୍ୟ ସ୍ୱାଗତ କରିଛନ୍ତି।

ରଶ୍ମିକା ତାଙ୍କ ଶାଶୁ-ଶ୍ୱଶୁରଙ୍କ ସହିତ ଅତ୍ୟନ୍ତ ଖୁସି ଦେଖାଯାଉଥିଲେ। ତାଙ୍କ ମୁହଁର ହସ ସୂଚାଇ ଦେଉଛି ଯେ ସେ ବିଜୟଙ୍କ ପରିବାରରେ ଖୁବ ନିକଟତର ମିଶିଯାଇଛନ୍ତି।

ରିସେପ୍ସନରେ, ବିଜୟ ତାଙ୍କ ସ୍ତ୍ରୀ ରଶ୍ମିକାଙ୍କୁ ଭିଡ଼ରୁ ରକ୍ଷା କରୁଥିବାର ଦେଖିବାକୁ ମିଳିଥିଲା। ସେମାନଙ୍କୁ ଏକାଠି ଦେଖି ସେମାନଙ୍କ ପ୍ରଶଂସକଙ୍କ ଖୁସି ହୋଇଯାଇଥିଲେ। ରଶ୍ମିକା ଏବଂ ବିଜୟ ଫେବୃଆରୀ ୨୬ ତାରିଖରେ ଉଦୟପୁରରେ ରାଜକୀୟ ବିବାହ କରିଥିଲେ। ଯେଉଁଥିରେ କେବଳ ପରିବାର ଏବଂ ନିକଟତର ବନ୍ଧୁମାନେ ଯୋଗ ଦେଇଥିଲେ।

ଅଧିକ ପଢନ୍ତୁ- ଅଲ୍ଲୁ ଅର୍ଜୁନ ଠାରୁ ଚିରଞ୍ଜୀବୀ ପର୍ଯ୍ୟନ୍ତ ; ବିଜୟ-ରଶ୍ମିକାଙ୍କ ୱେଡିଂ ରିସେପ୍ସନ୍‌ରେ ଦେଖିବାକୁ ମିଳିଲା ତାରକାଙ୍କ ଜଲୱା