କ୍ରିକେଟ୍, ଫୁଟ୍‌ବଲ୍, ହକି ବିଶ୍ୱକପ...ରାଜ୍ୟଗୋଷ୍ଠୀରୁ ଏସୀୟ କ୍ରୀଡ଼ା; ଖେଳ ପାଇଁ ସ୍ମରଣୀୟ ବର୍ଷ ହେବ ୨୦୨୬

NEWS7
special-squads-to-inspect-weight-of-school-bags-in-odisha

ନୂଆଦିଲ୍ଲୀ: କ୍ରୀଡ଼ା ପ୍ରେମୀଙ୍କ ପାଇଁ ୨୦୨୬ ବେଶ ସ୍ମରଣୀୟ ହେବାକୁ ଯାଉଛି । ଟି-୨୦ କ୍ରିକେଟ୍ ବିଶ୍ୱକପ, ଫିଫା ବିଶ୍ୱକପ, FIH ବିଶ୍ୱକପ୍ ସହ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରି ଗୁରୁତ୍ୱପୂର୍ଣ୍ଣ କ୍ରୀଡା ପ୍ରତିଯୋଗିତା ଏହି ବର୍ଷ ଆୟୋଜନ ହେବ । ଏହି ବର୍ଷ ଭାରତୀୟ ଖେଳାଳିମାନେ ରାଜ୍ୟଗୋଷ୍ଠୀ କ୍ରୀଡା (ଗ୍ଲାସଗୋ), ଏସୀୟ ଗେମ୍ସ (ଜାପାନ), ବ୍ୟାଡମିଣ୍ଟନ ଚାମ୍ପିଅନଶିପ ଏବଂ ଡାଇମଣ୍ଡ ଲିଗ୍ ସମେତ ଅନେକ କ୍ରୀଡା ଇଭେଣ୍ଟରେ ଚମକିପାରିବେ । ହକି ବିଶ୍ୱକପ୍ ମଧ୍ୟ ୨୦୨୬ରେ ହେବାକୁ ସ୍ଥିର ହୋଇଛି ।

ଆଥଲେଟିକ୍ସରେ ସମସ୍ତଙ୍କ ନଜର ଦୋହା ଡାଇମଣ୍ଡ ଲିଗ୍ ଉପରେ ରହିବ । ଫିଫା ବିଶ୍ୱକପ୍ ୨୦୨୬ର ସବୁଠାରୁ ଚର୍ଚ୍ଚିତ ଖେଳ ଇଭେଣ୍ଟ ହୋଇପାରେ । ଜୁନ୍ ୧୨ରୁ ଆରମ୍ଭ ହେଉଥିବା ଫିଫା ବିଶ୍ୱକପ୍ ୨୦୨୬ରେ ୪୮ଟି ଦଳ ଅଂଶଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଣ୍ଟ ଆମେରିକା, କାନାଡା ଏବଂ ମେକ୍ସିକୋରେ ଅନୁଷ୍ଠିତ ହେବ ।

ଟେନିସରେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆନ୍ ଓପନ୍ ସହିତ ଆରମ୍ଭ ହେବ । ଏହା ପରେ ବେଙ୍ଗାଲୁରୁରେ ଡେଭିସ୍ କପ୍ କ୍ୱାଲିଫାୟର୍ସ ଭାରତ ପାଇଁ ଏକ ପ୍ରମୁଖ ଆକର୍ଷଣ ହେବ । ଟେବୁଲ୍ ଟେନିସ୍ରେ ଚେନ୍ନାଇରେ ଡବ୍ଲୁଟିଟି ଷ୍ଟାର କଣ୍ଟେଣ୍ଡର ଖେଳାଯିବ । ଏହା ସହିତ ଶୁଟିଂ, ସ୍କ୍ୱାସ୍, ଭାରୋତ୍ତୋଳନ ଏବଂ ବ୍ୟାଡମିଣ୍ଟନ୍ ସମେତ ଅନେକ ଖେଳର ପ୍ରମୁଖ ଇଭେଣ୍ଟଗୁଡ଼ିକ ୨୦୨୬ରେ ହେବ ।

ଫୁଟବଲ୍

ଫିଫା ବିଶ୍ୱକପ୍ ୨୦୨୬ (ଜୁନ୍ ୧୨-ଜୁଲାଇ ୨୬)

ଟେନିସ୍

ଅଷ୍ଟ୍ରେଲିଆନ୍ ଓପନ୍ (ଜାନୁଆରୀ ୧୨-ଫେବ୍ରୁଆରୀ ୧)

ଫ୍ରେଞ୍ଚ ଓପନ୍ (ମେ-ଜୁନ୍)

ୱିମ୍ବଲଡନ (ଜୁନ୍-ଜୁଲାଇ)

ୟୁଏସ୍ ଓପନ୍ (ଅଗଷ୍ଟ-ସେପ୍ଟେମ୍ବର)

ATP ଫାଇନାଲ୍ସ ୨୦୨୬ (ନଭେମ୍ବର)

ଆଥଲେଟିକ୍ସ

ଦୋହା ଡାଇମଣ୍ଡ ଲିଗ୍ (ମେ ୨୦୨୬)

ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିଅନଶିପ୍ ( ନୂଆଦିଲ୍ଲୀ, ଅକ୍ଟୋବର ୨୦୨୬)

ବ୍ୟାଡମିଣ୍ଟନ୍

BWF ବିଶ୍ୱ ଚାମ୍ପିଅନଶିପ (ଜୁଲାଇ)

ସୟଦ ମୋଦୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସୁପର ୩୦୦ (ଲକ୍ଷ୍ନୌ, ନଭେମ୍ବର)

ଗୌହାଟୀ ମାଷ୍ଟର୍ସ (ଡିସେମ୍ବର ୨୦୨୬)

ଓଡ଼ିଶା ମାଷ୍ଟର୍ସ (ଡିସେମ୍ବର ୨୦୨୬)

ହକି

FIH ପ୍ରୋ ଲିଗ୍ (ଫେବ୍ରୁଆରୀ-ମାର୍ଚ୍ଚ)

FIH ବିଶ୍ୱକପ୍ (ଅଗଷ୍ଟ)

ଅନ୍ୟାନ୍ୟ କ୍ରୀଡ଼ା

ରାଜ୍ୟଗୋଷ୍ଠୀ କ୍ରୀଡ଼ା (ଗ୍ଲାସଗୋ, ୨୩ ଜୁଲାଇ – ୨ ଅଗଷ୍ଟ ୨୦୨୬)

ଏସୀୟ କ୍ରୀଡ଼ା (ଜାପାନ, ୧୯ ସେପ୍ଟେମ୍ବର – ୪ ଅକ୍ଟୋବର ୨୦୨୬)

ଏସୀୟ ରାଇଫଲ୍/ପିସ୍ତଲ୍ ଶୁଟିଂ ଚାମ୍ପିଅନଶିପ୍ (ଫେବ୍ରୁଆରୀ ୨୦୨୬)

ଭାରତୀୟ ଶୁଟିଂ ଲିଗ୍ (ନୂଆଦିଲ୍ଲୀ, ଫେବ୍ରୁଆରୀ-ମାର୍ଚ୍ଚ ୨୦୨୬)

ଇଣ୍ଡିଆନ୍ ଓପନ୍ ସ୍କ୍ୱାସ୍ (ମାର୍ଚ୍ଚ ୨୦୨୬)

ଇଣ୍ଡିଆନ୍ ଓପନ୍ ଗଲ୍ଫ (ନୂଆଦିଲ୍ଲୀ, ମାର୍ଚ୍ଚ ୨୦୨୬)

ଏସୀୟ ଭାରୋତ୍ତୋଳନ ଚାମ୍ପିଅନଶିପ୍ ୨୦୨୬ (ଅହମ୍ମଦାବାଦ, ଏପ୍ରିଲ୍ ୨୦୨୬)